ଫୁଡ ଡେଲିଭରୀ ବୟ ନିଜେ ଭୋକିଲା: କମୁଛି ରୋଜଗାର…

ନୂଆଦିଲ୍ଲୀ,୨୯।୮ : ଅନୁସନ୍ଧାନ ସଂଗଠନ ଏନସିଏଇଆର ଏକ ରିପୋର୍ଟ ଅନୁସାରେ ଫୁଡ ଡେଲିଭରୀ ବୟ ନିଜେ ଭୋକିଲା ରହୁଛନ୍ତିି। ସାଧାରଣ କର୍ମଚାରୀଙ୍କ ଅପେକ୍ଷା ସେମାନଙ୍କୁ ଅଧିକ କାମ କରିବାକୁ ପଡିଥାଏ। ସେମାନଙ୍କ କାର୍ଯ୍ୟ ସମୟ ମଧ୍ୟରେ ପ୍ରାୟ ୧୯ ପ୍ରତିଶତ ବୃଦ୍ଧି ଘଟିଛି ଏବଂ ଏହା ଦିନକୁ ପ୍ରାୟ ୧୧ ଘଣ୍ଟା ହୋଇଗଲାଣି । ଏହି କଠିନ ପରିଶ୍ରମ ପରେ ମଧ୍ୟ ସେମାନଙ୍କ ରୋଜଗାର ହ୍ରାସ ପାଇଛି।

ରିପୋର୍ଟରେ ଦର୍ଶାଯାଇଛି ୨୦୧୯ରେ ଏହିପରି କର୍ମଚାରୀଙ୍କ ହାରାହାରି ଆୟ ୧୩,୪୭୦ ଟଙ୍କା ଥିଲା, ଯାହା ୨୦୨୨ ରେ ୧୧,୯୬୩ ଟଙ୍କାକୁ ଖସି ଆସିଛି। ଏହି ସମୟ ମଧ୍ୟରେ ପେଟ୍ରୋଲ ଇତ୍ୟାଦି ମୂଲ୍ୟରେ ବୃଦ୍ଧି ଘଟିଥିବାରୁ ଫୁଡ ଡେଲିଭରୀ କର୍ମଚାରୀଙ୍କ ରୋଜଗାରରେ ଦୋହରା ହ୍ରାସ ଘଟିଛି।

‘ଫୁଡ ଡେଲିଭରୀ ପ୍ଲାଟଫର୍ମର ସାମାଜିକ-ଅର୍ଥନୈତିକ ପ୍ରଭାବ ଆକଳନ’ ନାମରେ ପ୍ରକାଶିତ ଏହି ରିପୋର୍ଟରେ ସ୍ବଳ୍ପ ସିଫ୍ଟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ରୋଜଗାର ମଧ୍ୟ ହ୍ରାସ ପାଇଛି ବୋଲି ଦାବି କରାଯାଇଛି। ପ୍ରାୟ ପାଞ୍ଚ ଘଣ୍ଟା କାମ କରୁଥିବା କର୍ମଚାରୀଙ୍କ ରୋଜଗାର ୭,୯୯୯ ରୁ ୭,୧୫୭ ଟଙ୍କାକୁ ଖସି ଆସିଛି। ଏହି ରିପୋର୍ଟ ଦେଶର ୨୮ ଟି ଛୋଟ, ମଧ୍ୟମ ଏବଂ ବଡ ସହରର ୯୨୪ ଫୁଡ ଡେଲିଭରୀ ବୟଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନ ଉପରେ ଆଧାରିତ ।

ସାଧାରଣତଃ ଲୋକମାନେ ବିଶ୍ୱାସ କରନ୍ତି ଫୁଡ ଡେଲିଭରୀ କାର୍ଯ୍ୟ କମ ଶିକ୍ଷିତ କିମ୍ବା ଅଶିକ୍ଷିତ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥାଏ । କିନ୍ତୁ ଏନସିଏଇଆର ରିପୋର୍ଟରେ ଉଲ୍ଲେଖ କରାଯାଇଛି ଅନେକ ଶିକ୍ଷିତ ବ୍ୟକ୍ତି ମଧ୍ୟ ଏହି କାମ କରୁଛନ୍ତି । ଅନ୍ୟାନ୍ୟ ସମାନ କାର୍ଯ୍ୟ ତୁଳନାରେ, ଅଧିକ ଶିକ୍ଷିତ ଫୁଡ ଡେଲିଭରୀ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଏହାର ସବୁଠାରୁ ବଡ କାରଣ ହେଉଛି ଏହି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ବଡ଼ ଧରଣର ଔପଚାରିକତାର ଆବଶ୍ୟକତା ନାହିଁ ।

ଅନେକ ସମୟରେ ଶିକ୍ଷିତ ବ୍ୟକ୍ତି ଯେଉଁମାନେ ହଠାତ ଚାକିରି ହରାନ୍ତି, ସେମାନେ ମଧ୍ୟ ଏହି କ୍ଷେତ୍ରରେ ଅସ୍ଥାୟୀ ଭାବରେ ଏକ ନୂତନ ଚାକିରି ପାଇବା ପର୍ଯ୍ୟନ୍ତ ସେମାନଙ୍କର ଆବଶ୍ୟକୀୟ ଖର୍ଚ୍ଚ ପୂରଣ କରିବାକୁ ଆସନ୍ତି। ଏହି କାରଣରୁ ଅପେକ୍ଷାକୃତ ଶିକ୍ଷିତ ଯୁବକମାନେ ମଧ୍ୟ ଏହି କ୍ଷେତ୍ରକୁ ଆସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri