Posted inଜାତୀୟ

ଉତ୍ତାପ ବୃଦ୍ଧିରୁ ବଢ଼ୁଛି ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ,୨୩।୭: ବିଶ୍ୱର ଅଧିକାଂଶ ଦେଶରେ ଅତ୍ୟଧିକ ଉତ୍ତାପ ବୃଦ୍ଧି ଯୋଗୁ ଫସଲ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଭୀଷଣ ଜଳବାୟୁ ସାରା ବିଶ୍ୱରେ ଖାଦ୍ୟ ସଙ୍କଟର କେବଳ ଗୋଟିଏ କାରଣ ନୁହେଁ। ଯୁଦ୍ଧ ଏବଂ ରପ୍ତାନି କଟକଣା ମଧ୍ୟ ଖାଦ୍ୟ ସଙ୍କଟର ଅନ୍ୟତମ କାରଣ। ବିଶ୍ୱର ପାଖାପାଖି ଅଧା ଜନସଂଖ୍ୟା ପାଇଁ ଚାଉଳ ଯୋଗାଉଥିବା ଭାରତ ଚଳିତ ସପ୍ତାହରେ ଅଣବାସମତୀ ଚାଉଳ ରପ୍ତାନି ବନ୍ଦ କରିଛି। ଏଥର ମୌସୁମୀ ବର୍ଷାରେ ବିଳମ୍ବ ଯୋଗୁ କୃଷି ଉତ୍ପାଦନ ହ୍ରାସ ସମ୍ଭାବନା ଥିବାରୁ ଘରୋଇ ବଜାରରେ ଦରଦାମ୍‌ ନିୟନ୍ତ୍ରଣରେ ରଖିବା ପାଇଁ ଭାରତ ଉପରୋକ୍ତ ପଦକ୍ଷେପ ନେଇଛି। ୟୁକ୍ରେନ୍‌ ଯୁଦ୍ଧ ମଧ୍ୟ ଖାଦ୍ୟଶସ୍ୟ ଯୋଗାଣରେ ଅନ୍ତରାୟ ହୋଇଛି। କୃଷ୍ଣସାଗର ଅଞ୍ଚଳର ଦେଶଗୁଡ଼ିକୁ ନିରାପଦରେ ୟୁକ୍ରେନ୍‌ ଖାଦ୍ୟଶସ୍ୟ ଯୋଗାଣ ପାଇଁ ରହିଥିବା ଚୁକ୍ତିନାମାରୁ ରୁଷିଆ ଓହରିଯିବାରୁ ସମସ୍ୟା ସୃଷ୍ଟି ହୋଇଛି। ଏହା ବାଦ୍‌ ଏଲ୍‌ ନିନ୍ୟୋର ଆଗମନ ଯୋଗୁ କୃଷି ଉତ୍ପାଦନ କ୍ଷତିଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି। ଫଳରେ ସୁପରମାର୍କେଟ ଗୁଡ଼ିକରେ ମୂଲ୍ୟବୃଦ୍ଧି ନିୟନ୍ତ୍ରଣ ବାହାରକୁ ଯାଇପାରେ ଓ ଦୀର୍ଘଦିନ ରହିପାରେ ବୋଲି କୁହାଯାଉଛି। ବଜାର ସ୍ଥିତିରେ ସୁଧାର ଆସିବା ଲକ୍ଷ୍ୟରେ ଦୀର୍ଘଦିନ ହେଲା ଘରକରଣା ଖର୍ଚ୍ଚ କମାଇ ଅପେକ୍ଷା କରିଥିବା ଗ୍ରାହକମାନଙ୍କ ପାଇଁ ଏହା ନୂଆ ଝଟକା ହେବାକୁ ଯାଉଛି।
ଲଣ୍ଡନସ୍ଥିତ ଚାଥାମ ହାଉସ୍‌ର ଖାଦ୍ୟ ସୁରକ୍ଷା ବିଶେଷଜ୍ଞ ଟିମ୍‌ ବେଣ୍ଟନ କହିଛନ୍ତି, ଦରଦାମ୍‌ ବୃଦ୍ଧିକୁ ନେଇ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ମୁଦ୍ରାସ୍ଫୀତିରେ ଧୀରେ ଧୀରେ କମୁଥିଲେ ମଧ୍ୟ ପୁଣିଥରେ ବୃଦ୍ଧି ପାଇବା ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଅତ୍ୟଧିକ ଉତ୍ତାପ ଏସିଆ, ୟୁରୋପ ଏବଂ ଉତ୍ତର ଆମେରିକାର ବିସ୍ତୀର୍ଣ୍ଣ ଅଞ୍ଚଳକୁ କବଳିତ କରି ରଖିଛି। ଚଳିତ ବର୍ଷ କୃଷକମାନଙ୍କ ପାଇଁ ସବୁଠୁ ଖରାପ ବର୍ଷ ବୋଲି କୁହାଯାଉଛି। କାରଣ ସେମାନଙ୍କୁ ଅନାବୃଷ୍ଟି, ବର୍ଷା ବିତ୍ପାତ ବନ୍ୟା ଭଳି ଭୀଷଣ ପାଗର ସମ୍ମୁଖୀନ ହେବାକୁ ପଡ଼ୁଛି। ଏବେ ଦକ୍ଷିଣ ୟୁରୋପରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ଗାଈ କମ୍‌ କ୍ଷୀର ଦେଉଥିବାବେଳେ ଟମାଟୋ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ଜୀବନ୍ତ ମାଛ ଗିଳି ଦେଲେ ବର୍ଷକର ଶିଶୁ: ତା’ପରେ ଯାହା ଘଟିଲା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୯।୪: ମଧ୍ୟପ୍ରଦେଶର ସର୍ବବୃହତ ସରକାରୀ ହସ୍ପିଟାଲ ମହାରାଜା ଯଶୱନ୍ତରାଓ ହସ୍ପିଟାଲ (MYH)ରେ ଡାକ୍ତରମାନେ ଏକ ଚିକିତ୍ସା ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ENT ବିଭାଗର ବିଶେଷଜ୍ଞମାନେ ଜଣେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri