Posted inଜାତୀୟ

ବ୍ରହ୍ମୋସର ପୂର୍ବ ଇଞ୍ଜିନିୟରଙ୍କୁ ଆଜୀବନ କାରାଦଣ୍ଡ, କରିଥିଲେ ବଡ଼ ଅପରାଧ

ନୂଆଦିଲ୍ଲୀ, ୩।୬: ନାଗପୁରର ଏକ ଅଦାଲତ ସୋମବାର ବ୍ରହ୍ମୋସ ଏରୋସ୍ପେସ୍‌ର ପୂର୍ବ ଇଞ୍ଜିନିୟର ନିଶାନ୍ତ ଅଗ୍ରୱାଲଙ୍କୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି। ନିଶାନ୍ତଙ୍କ ନାମରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ପାଇଁ କାମ କରୁଥିବା ନେଇ ଅଭିଯୋଗ ରହିଛି। ନିଶାନ୍ତ ୨୦୧୮ ମସିହାରେ ଆଇଏସଆଇକୁ ବ୍ରହ୍ମୋସ ଏରୋସ୍ପେସ୍‌ ସମ଼୍ବନ୍ଧୀୟ ଗୁପ୍ତ ସୂଚନା ଦେଉଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ନିଶାନ୍ତ ବ୍ରହ୍ମୋସ ଏରୋସ୍ପେସ୍‌ର ସିନିୟର ସିଷ୍ଟମ ଇଞ୍ଜିନିୟର ଥିବା ସହ କ୍ଷେପଣାସ୍ତ୍ର ଯୋଜନା ମିଶନରେ ସାମିଲ ଥିଲେ। ତାଙ୍କୁ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଏଟିଏସ୍‌ ଏବଂ ମିଲିଟାରୀ ଇଣ୍ଟେଲିଜେନ୍ସ ନାଗପୁରରୁ ଗିରଫ କରିଥିଲେ।

ସୂଚନା ଥାଉକି, ବ୍ରହ୍ମୋସ ଏରୋସ୍ପେସ୍‌ ଡିଆରଡିଓ ଏବଂ ରୁଷ୍‌ର ମିଲିଟାରୀ ଇଣ୍ଡଷ୍ଟ୍ରିଆଲ୍‌ କସୋର୍ଟିୟମର ଏକ ମିଳିତ ଉପକ୍ରମ। ଯାହାକି ଭାରତରେ ସୁପରସୋନିକ କ୍ରୁଜ ମିଶାଇଲର ବିକାଶ ଏବଂ ନିର୍ମାଣ କାର୍ଯ୍ୟ କରିଥାଏ। ଏହି ସୁପରସୋନିକ ମିଶାଇଲକୁ ଭୂମି, ଆକାଶ, ସମୁଦ୍ର ଏବଂ ପାଣି ତଳୁ ମଧ୍ୟ ଲଞ୍ଚ କରାଯାଇ ପାରିବ ।

ତେବେ ୨୦୧୮ରେ ଯେତେବେଳେ ନିଶାନ୍ତଙ୍କୁ ଗିରଫ କରାଯାଇଥିଲା ସେତେବେଳେ ସାରା ଦେଶରେ ଏନେଇ ଚର୍ଚ୍ଚା ହୋଇଥିଲା। କାରଣ ଏହା ବ୍ରହ୍ମୋସ ଏରୋସ୍ପେସର ପ୍ରଥମ ଗପ୍ତଚର ମାମଲା ଥିଲା । ନିଶାନ୍ତ ଦୁଇ ଫେସବୁକ୍‌ ଆକାଉଣ୍ଟ ନେହା ଶର୍ମା ଏବଂ ପୂଜା ରଞ୍ଜନଙ୍କ ଜରିଆରେ ଆଇଏସ୍‌ଆଇର ଏଜେଣ୍ଟଙ୍କ ସହ ସଂପର୍କ ରଖିଥିଲେ। ଇସ୍‌ଲାମାବାଦରୁ ପରିଚାଳିତ ଏହି ଦୁଇ ଆକାଉଣ୍ଟ ଆଇଏସଆଇର ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

NCERT ପୁସ୍ତକ ତ୍ରୁଟିକୁ ନେଇ କ୍ରୋଧିତ ହେଲେ ପ୍ରଧାନମନ୍ତ୍ରୀ, ‘ପିଲାମାନଙ୍କୁ କ’ଣ ପଢ଼ାଯାଉଛି,ଧ୍ୟାନ ଦେବା ଉଚିତ’

ନୂଆଦିଲ୍ଲୀ,୨୬।୨: ନୂତନ NCERT ଶ୍ରେଣୀ 8 ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ “ନ୍ୟାୟପାଳିକାରେ ଦୁର୍ନୀତି” ଉପରେ ଏକ ଅଧ୍ୟାୟ ଯୋଡା ଯାଇଥିଲା, ଯାହା ବିବାଦ ସୃଷ୍ଟି କରିଛି ।…

DGCAର ନୂଆ ନିୟମ, ବୁକିଂର ୪୮ ଘଣ୍ଟା ମଧ୍ୟରେ ଟିକେଟ୍ ବାତିଲ କଲେ….

ନୂଆଦିଲ୍ଲୀ,୨୬।୨: ଲକ୍ଷ ଲକ୍ଷ ବିମାନ ଯାତ୍ରୀଙ୍କୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛି । ଯଦି ୪୮ ଘଣ୍ଟା ମଧ୍ୟରେ ବୁକ୍…

‘ନ୍ୟାୟପାଳିକାକୁ ଅପମାନିତ କରିବାର କୌଣସି ଉଦ୍ଦେଶ୍ୟ ନାହିଁ’, NCERT ପୁସ୍ତକ ବିବାଦକୁ ନେଇ ବଡ଼ ବୟାନ ଦେଲେ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୬।୨: NCERT ଶ୍ରେଣୀ ୮ ପାଠ୍ୟପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ଅଧ୍ୟାୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ଯାହା…

୧ ଏପ୍ରିଲରୁ ସାରା ଦେଶରେ ବାଧ୍ୟତାମୂଳକ ହେବ ଏହି ପେଟ୍ରୋଲ, ଜାଣନ୍ତୁ ଆପଣଙ୍କ ଗାଡ଼ି ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୨୬।୨: କେନ୍ଦ୍ର ସରକାର ଇନ୍ଧନ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୧ ଏପ୍ରିଲ, ୨୦୨୬ ଠାରୁ, ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୨୦ ପ୍ରତିଶତ…

ଶିକ୍ଷା, କଲ୍ୟାଣ ମାଧ୍ୟମରେ ତୃଣମୂଳ ସ୍ତରର ପରିବର୍ତ୍ତନକୁ ଆଗେଇ ନେଉଛି ରାଜୁ ପି. ପୁଥ୍ରାନଙ୍କ ସରସ୍ୱତୀ ଫାଉଣ୍ଡେସନ

ପ୍ରତିଯୋଗିତା ଏବଂ ସ୍ୱାର୍ଥ ଦ୍ୱାରା ପରିଭାଷିତ ଆଜିର ଏହି ବିଶ୍ୱରେ, କରୁଣା ଏବଂ ନିଷ୍ଠାପର ସେବାର କାହାଣୀ ଆମକୁ ମନେ ପକାଇ ଦିଏ ଯେ ପ୍ରକୃତ ପ୍ରଗତି…

ସ୍କୁଲରେ ଖେଳିବା ସମୟରେ ୯ ବର୍ଷର ଝିଅକୁ ଆସିଲା ହାର୍ଟଆଟାକ୍, ତାପରେ…

ଜୟପୁର,୨୬।୨: ରାଜସ୍ଥାନର ନାଗୌର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗୋଟାନ ସହରର ଏକ ସ୍କୁଲରେ ଏକ ଦୁଃଖଦ ଘଟଣା ଘଟିଛି । ହୃଦଘାତରେ…

ଭାଜପା ନେତା ଗୋଲକ ମହାପାତ୍ରଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି, ଭିଜିଲାନ୍ସ ମାମଲା ରଦ୍ଦ

କଟକ,୨୬।୨(ପ୍ରଭୁ କଲ୍ୟାଣ ପାଲ): ଭାଜପା ନେତା ଗୋଲକ ପ୍ରସାଦ ମହାପାତ୍ରଙ୍କୁ ଆଶ୍ବସ୍ତି । ହାଇକୋର୍ଟରେ ତାଙ୍କ ବିରୋଧରେ ବିଚାରାଧୀନ କୋଇଲା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ସଂପର୍କିତ…

୨୦୨୬ର ପ୍ରଥମ ଶକ୍ତିଶାଳୀ ବାତ୍ୟା ‘ହୋରାସିଓ’, ପାଣିପାଗ ବିଭାଗ କହିଲା ଏହା ଭାରତ ଉପରେ…

ନୂଆଦିଲ୍ଲୀ,୨୬ା୨: ବର୍ତ୍ତମାନ ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ତେଲଙ୍ଗାନା ରାଜ୍ୟରେ ବର୍ଷା ହେଉଛି। ଭାରତ ମହାସାଗରରେ ହୋରାସିଓ ନାମକ ଏକ ବଡ଼ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥିବାରୁ ଲୋକମାନେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri