ସ୍ତ୍ରୀ-ସ୍ବାମୀ ସମ୍ପର୍କକୁ ସଜାଡିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ

ସବୁଠୁ ଅଧିକ ଆପଣାର, ସବୁଠୁ ଅଧିକ ଭରସା ଥିବା ମଜଭୁତ ସମ୍ପର୍କ ଥାଏ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ। ସେଥିପାଇଁ ତ ସେମାନଙ୍କର ପରସ୍ପର ଠାରୁ କିଛି ଆଶା ପ୍ରତ୍ୟାଶା ବି ଥାଏ। ହେଲେ ଅନେକ ସମୟରେ ଅବାସ୍ତବ ଇଛା ରଖିଲେ ସମ୍ପର୍କ ଖରାପ ହେବାକୁ ବେଶି ସମୟ ଲାଗେନି। ତେଣୁ ସେ ନେଇ ନିଜକୁ ଆଗୁଆ ବୁଝାଇନେବା ଭଲ…

ପତିପତ୍ନୀ ପରସ୍ପର ଠାରୁ କିଛି ଆଶା ରଖିବା ସ୍ବାଭାବିକ କଥା। କିନ୍ତୁ କେତେକ କ୍ଷେତ୍ରରେ ଅତ୍ୟଧିକ ଆଶା କରିବା ଅବାସ୍ତବ ହୋଇଥାଏ ଯାହା ସମ୍ପର୍କକୁ ଖରାପ କରିଥାଏ। ଏଭଳି ସ୍ଥିତିରେ ନିଜ ଆଶା ଆକାଂକ୍ଷା ନେଇ ସାଥୀଙ୍କ ସହ ଶେୟାର କରିବା ଦରକାର। ଏହା ସହ ସାଥୀ ଜଣକ ଆପଣଙ୍କ ଆଶା ପୂରଣ କରିପାରିବେ କି ନାହିଁ ସେନେଇ ଜାଣିବା ବି ଜରୁରୀ। କାରଣ ସବୁ ଆଶାକୁ ସାଥୀ ପୂରା କରି ନ ପାରିଲେ ଧୀରେ ଧୀରେ ମନାନ୍ତର ସୃଷ୍ଟି ହୋଇଥାଏ। ଏହି କାରଣରୁ କିଛିଦିନ ପରେ ସମ୍ପର୍କରେ ଫାଟ ହେବାର ଆଶଙ୍କା ବି ଥାଏ। ତେଣୁ ଏଭଳି କିଛି ବିଶେଷ କ୍ଷେତ୍ରରେ ଆପଣ ସାଥୀଙ୍କଠାରୁ କୌଣସି ଆଶା ରଖିବା ଠିକ୍‌ ହେବ ନାହିଁ।
ସବୁବେଳେ ସମୟ : ବିବାହ ପରେ ସାଥୀଙ୍କ ସହ ଅଧିକ ସମୟ ବିତାଇବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ସବୁଦିନ ଏହା ସମ୍ଭବ ହୋଇ ନ ଥାଏ। କାରଣ ନିଜ ନିଜ କାମ ପାଇଁ ବି ପରସ୍ପର ସମୟ ଦେଇଥାନ୍ତି। ଏହି ଦୃଷ୍ଟିରୁ ସାଥୀଙ୍କ ପାଇଁ ଅନେକ ସମୟରେ ଆଦୌ ସମୟ ବାହାରି ନ ଥାଏ। ତେଣୁ କୌଣସି ପରିସ୍ଥିତିରେ ବି ସବୁବେଳେ ସବୁ ସମୟ ଏକାଠି କଟାଇବା ପାଇଁ ଇଚ୍ଛା ରଖିବା ଅବାସ୍ତବ ହୋଇପାରେ। ବରଂ ସାଥୀଙ୍କ ସହ ସମୟ କଟାଇବାର ସୁଯୋଗ ମିଳିଲେ ସେହି ସମୟରେ ଭରପୂର ଆନନ୍ଦ ଉଠାଇ ନିଅନ୍ତୁ। ମାତ୍ର ସବୁବେଳେ ସାଥୀଙ୍କୁ ସମୟ ବାହାର କରି ପାଖରେ ରହିବାକୁ କହିବାର ଆଶା ରଖିବା ଠିକ୍‌ ନୁହେଁ। ଏପରି ଆଶା ବହୁ କଷ୍ଟ ଦେଇଥାଏ ଯାହା ଉଭୟଙ୍କ ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିଥାଏ।
ସବୁବେଳେ ସମର୍ଥନ: ସାଥୀ ଯେ ସବୁ ସମୟରେ ଏବଂ ସବୁ ପରିସ୍ଥିତିରେ ଆପଣଙ୍କ କଥା କିମ୍ବା ନିଷ୍ପତ୍ତିକୁ ସମର୍ଥନ କରିବେ ସେଭଳି ଆଶା ରଖିବା ଠିକ୍‌ ନୁହେଁ। କାରଣ ଆପଣଙ୍କ ଦୃଷ୍ଟିରେ ଯାହା ସମ୍ପୂର୍ଣ୍ଣ ଠିକ୍‌ ହୁଏତ ତାଙ୍କ ଦୃଷ୍ଟିରେ ତାହା ହୋଇ ନ ପାରେ। ତେଣୁ ଏଭଳି ଏକ ଅବାସ୍ତବ ଆଶା ରଖିଲେ ନିଜର ମନ ଖରାପ ହେବ ଏବଂ ସମ୍ପର୍କ ଖରାପ ହେବା ଆଶଙ୍କା ସୃଷ୍ଟି ହୋଇପାରେ। ଆଶା ଅନୁସାରେ ସାଥୀଙ୍କ ଠାରୁ ଉତ୍ତର ଅଥବା ବ୍ୟବହାର ନ ପାଇଲେ ଖୁବ୍‌ କଷ୍ଟ ପାଇପାରନ୍ତି। ଏହି କାରଣରୁ ହୁଏତ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ କିମ୍ବା ମତପାର୍ଥକ୍ୟ ହୋଇପାରେ। ତେଣୁ ସମୟ ପୂର୍ବରୁ ଏନେଇ ନିଜେ ସଚେତନ ରହି ସେହି ଅନୁସାରେ ନିଜ ବ୍ୟବହାର ବଦଳାଇ ନେବା ଦରକାର। ଫଳରେ ସମ୍ପର୍କ ଖରାପ ହେବ ନାହିଁ।
ସର୍ବପ୍ରଥମ ଅଧିକାର: ବେଳେବେଳେ ସ୍ବାମୀସ୍ତ୍ରୀ ଉଭୟ ପରସ୍ପର ପ୍ରତି ଏଭଳି ଏକ ଆଶା ରଖିଥାନ୍ତି ଯେ ସେମାନେ ସବୁ ସମୟରେ ନିଜର ଗୁରୁତ୍ୱ ଅଧିକ ବୋଲି ଭାବିଥାନ୍ତି। ମାତ୍ର ପରିସ୍ଥିତି ଅନୁସାରେ ହୁଏତ ଆପଣଙ୍କ ପ୍ରତି ସାଥୀଙ୍କର ବ୍ୟବହାର ସାମାନ୍ୟ ପରିବର୍ତ୍ତନ ହୋଇପାରେ। ସେ ସମୟରେ ମନରେ କୌଣସି ବିପରୀତ ଚିନ୍ତାଧାରା ଆଣିବା ଆଦୌ ଠିକ୍‌ ହେବ ନାହିଁ। ବରଂ ସକାରାତ୍ମକ ଦୃଷ୍ଟିରେ ଚିନ୍ତାକରି ଆପଣ ସାଥୀଙ୍କ ହୃଦୟର ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ। କାରଣ ଅନେକ ସମୟରେ ପରିବାର ଲୋକଙ୍କ ପ୍ରତି ଅଗ୍ରାଧିକାର ଭିତ୍ତିରେ ସବୁ କର୍ତ୍ତବ୍ୟ କରିବାକୁ ହୋଇଥାଏ। ସେସମୟରେ ସାଥୀ ଜଣକ ଆପଣଙ୍କ ପ୍ରତି ଅଧିକ ଗୁରୁତ୍ୱ ଦେବେ ବୋଲି ଆଶା ରଖିବା ଠିକ୍‌ ନୁହେଁ।
ମନ ପଢ଼ିବା: ପରସ୍ପର ପ୍ରତି ଏକ ଦୃଢ଼ ବିଶ୍ୱାସ ଆଉ ପ୍ରେମ ଭାବ ରହିଥାଏ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ। ତେଣୁ ବିଶ୍ୱାସର ଆଧାରକୁ ଆଦୌ ଦୁର୍ବଳ ହେବାକୁ ଦିଅନ୍ତୁ ନାହିଁ। ଏପରି ହେଲେ ଆପଣ ନିଜ ସାଥୀଙ୍କ ମନର ଭାବକୁ ବୁଝିପାରିବେ। ଏହି ଦୃଷ୍ଟିରୁ ଆପଣଙ୍କ ସାଥୀ ହୁଏତ ଆପଣଙ୍କ ପ୍ରତି ସାମାନ୍ୟ କ୍ରୋଧ କିମ୍ବା ବିପରୀତ ବ୍ୟବହାର ପ୍ରଦର୍ଶନ କରିପାରନ୍ତି। ମାତ୍ର ଏଭଳି ସମୟରେ ହଠାତ୍‌ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି ମନର ଅବସ୍ଥାକୁ ପ୍ରଥମେ ବୁଝିବାକୁ ଚେଷ୍ଟା କରନ୍ତୁ। କିଛି ସମୟ ପରେ ଆପଣ ହୁଏତ ଭୁଲ୍‌ ଠିକ୍‌ର ବିଚାର କରି ନିଷ୍ପତ୍ତି ନେଇପାରିବେ। ଏମିତି ବି ହୋଇପାରେ କେବେ କେବେ ନିଜେ କ’ଣ ଚାହୁଁଛନ୍ତି ସେନେଇ ଭଲଭାବେ ବୁଝିପାରନ୍ତି ନାହିଁ ବରଂ ବିରକ୍ତ ହୁଅନ୍ତି। ପ୍ରକୃତରେ ଆପଣ କ’ଣ ଚାହୁଁଛନ୍ତି ସେନେଇ ପ୍ରଥମେ ଚିନ୍ତାକରିବା ପରେ ହିଁ ସାଥୀଙ୍କ ଆଗରେ ମନଖୋଲି କଥା ହୁଅନ୍ତୁ। ନଚେତ୍‌ ସମ୍ପର୍କରେ ହୁଏତ ବିରାଟ ସମସ୍ୟା ସୃଷ୍ଟି ହୋଇପାରେ।
ଖରାପ ଭାବନ୍ତୁ ନାହିଁ : ପ୍ରାୟ ସବୁ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ କେବେକେବେ କଳିଝଗଡ଼ା ହୋଇଥାଏ। ଝଗଡ଼ା ଥିଲେ ହିଁ ମାନ ଅଭିମାନ ପ୍ରେମ ସବୁ ଭାବର ଏକ ଭିନ୍ନ ଅନୁଭବ ହୋଇଥାଏ। ତେଣୁ ସକାରାତ୍ମକ ଦୃଷ୍ଟିକୋଣରୁ ଚିନ୍ତାକଲେ କଳିଝଗଡ଼ା ବି ସମ୍ପର୍କକୁ ଖରାପ କରି ନ ଥାଏ। ମନରେ ଏଭଳି ସକାରାତ୍ମକ ଚିନ୍ତାଧାରା ରଖି ବ୍ୟବହାର କରନ୍ତୁ। ଫଳରେ କୌଣସ ସମୟରେ ବି ଝଗଡ଼ା କିମ୍ବା ରାଗରୁଷା ସମୟରେ ସାଥୀଙ୍କୁ ଖରାପ ଭାବନ୍ତୁ ନାହିଁ। ବରଂ ପୁଣିଥରେ ଏକ ନୂଆ ଭାବ ନେଇ ସମ୍ପର୍କକୁ ଆଗକୁ ବଢାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri