ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଆପଣାନ୍ତୁ ଏହି ଟିପ୍ସ

କଥାରେ ଅଛି ଯେଉଁ ସମ୍ପର୍କରେ ମାନ ଅଭିମାନ ନାହିଁ ସେଠି ଜୀବନର ଆନନ୍ଦ ନାହିଁ । ବିଶେଷ କରି ସ୍ବାମୀସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ ଝଗଡ଼ା ଏବଂ ରାଗରୁଷା ପରବର୍ତ୍ତୀ ସମୟରେ ପରସ୍ପରକୁ ବୁଝାଇବାରେ ଭଲପାଇବା ବଢ଼ାଇଥାଏ। କିନ୍ତୁ ବର୍ତ୍ତମାନ ଅଧିକାଂଶ କ୍ଷେତ୍ରରେ ସାମାନ୍ୟ ଝଗଡ଼ା ବି ମନାନ୍ତର ଏବଂ କେବେ କେବେ ବିବାହ ବିଚ୍ଛେଦର କାରଣ ସାଜୁଥିବା ଦେଖିବାକୁ ମଳୁଛି । ହେଲେ କେତେକ ଦିଗ ପ୍ରତି ଯତ୍ନଶୀଳ ହୋଇପାରିଲେ ବିବାହ ଭଳି ଏକ ନିବିଡ଼ ସମ୍ପର୍କ ଅତୁଟ ହୋଇ ରହିପାରିବ…

ହେବାକୁ ପଡ଼ିବ ନିଃସ୍ବାର୍ଥପର: ବୈବାହିକ ସମ୍ପର୍କକୁ ଅତୁଟ ରଖିବା ଲାଗି ନିଃସ୍ବାର୍ଥପର ହେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାରଣ ଯେଉଁମାନେ କୌଣସି ସ୍ବାର୍ଥ ରଖି ବିବାହ କରିଥାନ୍ତି, ସେମାନେ ନିଜର ସ୍ବାର୍ଥ ପୂରଣ ପରେ ଜୀବନସାଥୀ ଅଲୋଡ଼ା ଭାବନ୍ତି। ଯାହାକି ଅନ୍ୟକୁ ଗଭୀର ମାନସିକ ଆଘାତ ଦେଇଥାଏ, ଆଉ ତାହାହିଁ ବିବାହ ବିଚ୍ଛେଦର ସବୁଠୁ ବଡ଼ କାରଣ ସାଜିଥାଏ।
ଆବଶ୍ୟକ ଦୃଢ଼ ବିଶ୍ୱାସ: ଜୀବନସାଥୀଙ୍କ ମଧ୍ୟରେ ବିବାହ ବିଚ୍ଛେଦର ସବୁଠୁ ବଡ଼ କାରଣ ହେଉଛି ଅବିଶ୍ୱାସ। କୌଣସି କାର୍ଯ୍ୟ ଦ୍ୱାରା ଯଦି ଜଣଙ୍କର ବିଶ୍ୱାସ ଥରେ ଭାଙ୍ଗିଯାଏ ତାହା ପୁନର୍ବାର ସୃଷ୍ଟିହେବା ଖୁବ୍‌ କଷ୍ଟ। ତେଣୁ ବିଶ୍ୱାସରେ ବିଷ ଦେବା ଭଳି କୌଣସି କାର୍ଯ୍ୟ କରିବା ଆଦୌ ଉଚିତ୍‌ ନୁହେଁ। ପରସ୍ପର ପ୍ରତି ବିଶ୍ୱାସ ରଖିବା ହିଁ ଏକ ସୁଖୀ ଦାମ୍ପତ୍ୟ ଜୀବନର ସବୁଠୁ ବଡ଼ ମନ୍ତ୍ର।
ସନ୍ଦେହ ବି ହୋଇପାରେ କ୍ଷତିକାରକ: ସନ୍ଦେହ ଏମିତି ଏକ ନକାରାତ୍ମକ ଚିନ୍ତା ଯାହା ଏକ ନିବିଡ଼ ସମ୍ପର୍କକୁ କ୍ଷଣକରେ ଭାଙ୍ଗି ଦେଇପାରେ। ତେଣୁ ବୈବାହିକ ସମ୍ପର୍କକୁ ଅତୁଟ ରଖିବାକୁ ହେଲେ ସନ୍ଦେହକୁ ମନରେ ଆଦୌ ସ୍ଥାନ ଦେବା ଠିକ୍‌ ନୁହେଁ। ଅନେକେ ଏମିତି ଅଛନ୍ତି ଯେଉଁମାନେ ଅନ୍ୟର ଶୁଣା କଥାରେ ନିଜ ଜୀବନସାଥୀଙ୍କୁ ସନ୍ଦେହ କରନ୍ତି, ସେ କାହା ସହ ଖୁସିରେ କଥା ହେଲେ ବିରକ୍ତ ହୁଅନ୍ତି, ଏମିତିକି ତାଙ୍କ ଅନୁପସ୍ଥିତିରେ ତାଙ୍କ ମୋବାଇଲରେ ମେସେଜ, ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌ ମେସେଞ୍ଜର ଆଦି ଚେକ୍‌ କରିବାକୁ ପଛାନ୍ତି ନାହିଁ। ହେଲେ ଏହାଦ୍ୱାରା ମନାନ୍ତର ହୋଇ ଧୀରେ ଧୀରେ ବିଚ୍ଛେଦର କାରଣ ସାଜିପାରେ। ତେଣୁ ମନରେ ସନ୍ଦେହକୁ ସ୍ଥାନ ଦିଅନ୍ତୁ ନାହିଁ ବରଂ ଆବଶ୍ୟକ ସ୍ଥଳେ ପରସ୍ପର ସହ କଥା ହୋଇ ସନ୍ଦେହ ଦୂର କରନ୍ତୁ।
ଠିକ୍‌ ନୁହେଁ କମ୍ୟୁନିକେଶନ ଗ୍ୟାପ୍‌: ଦମ୍ପତିଙ୍କ ମଧ୍ୟରେ କେବେ କେବେ ଝଗଡ଼ା, ରାଗ ରୁଷା ହୁଏ। ଆଉ ଏଥିପାଇଁ କିଛି ସମୟ ରାଗରେ କଥାବାର୍ତ୍ତା ବି ବନ୍ଦ ହୁଏ। ହେଲେ ଏହାର ଅର୍ଥ ନୁହେଁ ରାଗ ଅବା ସନ୍ଦେହରେ ମନ ଭିତରେ ଦୁଃଖକୁ ଚାପିରଖି ଦୀର୍ଘ ସମୟ ଚୁପ୍‌ ରହିବା। କାରଣ ଏହା ଦ୍ୱାରା ଧୀରେ ଧୀରେ କମ୍ୟୁନିକେଶନ ଗ୍ୟାପ୍‌ ବଢ଼ିଥାଏ, ଯାହାକି ଶେଷରେ ମନାନ୍ତର ଏବଂ ବିଚ୍ଛେଦର ରୂପ ନେଇଥାଏ। ତେଣୁ ବୁଝାମଣା ଅଭାବରୁ ଗ୍ୟାପ୍‌ ଯେପରି ନ ବଢ଼ିଯାଏ ସେଥିପାଇଁ ଚୁପ୍‌ ନ ରହି କିମ୍ବା ନ ରାଗି ପରସ୍ପର ମଧ୍ୟରେ କଥା ହୋଇ ଏହାର ସମାଧାନ କରିବାକୁ ଚେଷ୍ଟା କଲେ ବୈବାହିକ ସମ୍ପର୍କ ଅତୁଟ ହୋଇଥାଏ।
ସଚ୍ଚୋଟ ହେବା ଦରକାର: ଜୀବନସାଥୀ ପରସ୍ପରକୁ କୌଣସି କଥା ଲୁଚାଇବା ଠିକ୍‌ ନୁହେଁ। କାରଣ ଲୁଚାଇଲେ ଅବିଶ୍ୱାସ ଏବଂ ସନ୍ଦେହ ଜନ୍ମନିଏ, ଯାହାକି ସମ୍ପର୍କକୁ କ୍ଷତି ପହଞ୍ଚାଏ। ତେଣୁ ନିଜ ଲାଇଫ୍‌ ପାର୍ଟନରଙ୍କ ଆଗରେ ସବୁବେଳେ ସଚ୍ଚୋଟ ହୋଇ ହୃଦୟ ଖୋଲା ରଖି ସତ କହିଲେ ହିଁ ସମ୍ପର୍କ ମଧୁର ଏବଂ ଅତୁଟ ରହିଥାଏ।
ତୁଳନା ଠିକ୍‌ ନୁହେଁ: ଅନେକ ଦମ୍ପତ୍ତି ଅଛନ୍ତି, ଯେଉଁମାନେ ନିଜ ପାର୍ଟନରଙ୍କ ତୁଳନା ଅନ୍ୟ ସହ କରିଥାନ୍ତି। ହେଲେ ଏହା ଯେ ତାଙ୍କୁ ମାନସିକ ଆଘାତ ଦେଉଥିବ ସେକଥା ଭୁଲିଯାଆନ୍ତି। ଫଳରେ ସମ୍ପର୍କ ଖରାପ ହୋଇଥାଏ। ତେଣୁ ତୁଳନା ଛାଡ଼ି ନିଜ ପାର୍ଟନର ଯେମିତି ତାଙ୍କୁ ସେହିଭଳି ସ୍ବୀକାର କରନ୍ତୁ ଏବଂ ସେତିକିରେ ହିଁ ସନ୍ତୁଷ୍ଟ ରହିବାକୁ ଚେଷ୍ଟା କଲେ ସମ୍ପର୍କ ମଜ୍‌ଭୁତ ହୋଇଥାଏ।
ବାକ୍‌ ସଂଯମତା ସବୁଠୁ ଗୁରୁତ୍ୱପୂର୍ଣ୍ଣ: ଦାମ୍ପତ୍ୟ ଜୀବନ ସୁଖମୟ ରଖିବା ଓ ନିଜ ସମ୍ପର୍କ ଅତୁଟ ରଖିବା ଲାଗି ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ବିଶ୍ୱାସ ରହିବା ଦରକାର। ହେଲେ କେବେ କେବେ ବିଭିନ୍ନ କଥାକୁ ନେଇ ପରସ୍ପର ମଧ୍ୟରେ ଝଗଡ଼ା ହୋଇଥାଏ। ଆଉ ରାଗରେ ପାଟିରୁ ଏମିତି କିଛି ଭୁଲ୍‌ କଥା ବାହାରିଆସେ ଯାହାକି ପରବର୍ତ୍ତୀ ସମୟରେ ସମ୍ପର୍କ ଖରାପ କରିଥାଏ। ତେଣୁ ଯେବେ ମନରେ ରାଗ ଥିବ ସେତେବେଳେ ‘ତୁମ ସହ ବିବାହ କରି ଭୁଲ୍‌ କରିଦେଲି, ମୁଁ ତୁମକୁ ଭଲ ପାଏ ନାହିଁ, ଘୃଣା କରେ, ‘କାସ୍‌, ତୁମକୁ ନ ବାହା ହୋଇ ଆଉ କାହାକୁ ବାହା ହୋଇଥାନ୍ତି, ଖୁସିରେ ରହିଥାନ୍ତି’ ଆଦି ଭଳି କଟୁ କଥା ଆଦୌ କୁହନ୍ତୁ ନାହିଁ। କାରଣ ଏହା ଜୀବନସାଥୀଙ୍କ ମନକୁ ଏହି କଥା ବାରମ୍ବାର ଆଘାତ ପହଞ୍ଚାଇଥାଏ, ଯାହାଦ୍ୱାରା ସମ୍ପର୍କର ଦୃଢ଼ତା ଧୀରେ ଧୀରେ କମିଯାଏ।
ପରସ୍ପର ପ୍ରତି ସମ୍ମାନ ରହିବା ଦରକାର: ପରସ୍ପର ପ୍ରତି ସମ୍ମାନ ହେଉଛି ଏକ ଆଦର୍ଶ ଦାମ୍ପତ୍ୟ ଜୀବନର ମୂଳମନ୍ତ୍ର। ଦାମ୍ପତ୍ୟ ଜୀବନରେ ଜଣେ ଜଣଙ୍କୁ ଅସମ୍ମାନ କରିବା ବା ନୀଚା ଦେଖାଇବା ଦ୍ୱାରା ମାନସିକ ସ୍ତରରେ ଉଭୟଙ୍କ ମଧ୍ୟରେ ଦୂରତା ବଢ଼ିଥାଏ। କେବେ କେବେ ଏହାଦ୍ୱାରା ଆତ୍ମସମ୍ମାନ ହାନି ହେବା ଯୋଗୁ ବିବାହ ବିଚ୍ଛେଦର କାରଣ ସାଜିଥାଏ। ତେଣୁ ନିଜ ସମ୍ପର୍କକୁ ଦୃଢ଼ କରିବାକୁ ଚାହୁଁଥିଲେ ସବୁବେଳେ ଜୀବନସାଥୀଙ୍କୁ ସମ୍ମାନ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri