ମୋଦିଙ୍କ ନେତୃତ୍ୱରେ ଆମେ ବିକଶିତ ଭାରତ ଅଭିମୁଖେ ଯାଉଛୁ: ଜୟଶଙ୍କର

ଭୁବନେଶ୍ବର,୮।୧: ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ରାଜଧାନୀ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ବୁଧବାରଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ ଜୟଶଙ୍କର କହିଛନ୍ତି,ବିକଶିତ ଭାରତ ଅଭିମୁଖେ ଆମେ ଗତି କରୁଛେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେ ବିକଶିତ ଭାରତ ଅଭିମୁଖେ ଯାଉଛୁ। କୋଭିଡ ସମୟରେ ଭାରତ ନିଜସ୍ବ ଟିକା ତିଆରି କରିଥିଲା। କେବଳ ଏତିକି ନୁହେଁ, ଚନ୍ଦ୍ରଯାନ-୩, ଗଗନଯାନ ମିଶନ ଗୋଟିଏ ଗୋଟିଏ ସଫଳତା ହାସଲ କରିଛନ୍ତି ଭାରତ।
ସେହିପରି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି,୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ। ବିକଶିତ ଭାରତ ପାଇଁ ଯୁବବର୍ଗଙ୍କ ଭାଗିଦାରୀ ଜରୁରୀ। ଦେଶର ହିତ ପାଇଁ ଯୁବବର୍ଗଙ୍କୁ ଯୋଗଦାନ କରିବାକୁ ହେବ। ଦେଶରେ ଏବେ ୨୦ ନାଗରିକରୁ ୧୩ ଜଣ ଯୁବ। ୧ ଲକ୍ଷ ଯୁବ ନେତୃତ୍ୱ ଗଠନ ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। କୋଭିଡ ସମୟରେ ଯୁବ ବୈଜ୍ଞାନିକଙ୍କ ଅବଦାନକୁ ଭୁଲି ହେବନି।
ଏହି କାର୍ଯ୍ୟକ୍ରମରେ ୭ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀଙ୍କ ସହ ମୋଟ ୧୦ ହଜାର ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅତିଥିଙ୍କ ରହଣି ସ୍ଥାନ, କାର୍ଯ୍ୟକ୍ରମ ସ୍ଥଳ ଜନତା ମଇଦାନ ସହ ଭୁବନେଶ୍ୱର, କଟକ ଓ ପୁରୀର ପର୍ଯ୍ୟଟନ ସ୍ଥଳୀରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।
ଆସନ୍ତା ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ମହାସମାବେଶ ଚାଲିବ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପ୍ରମୁଖ ଏହି ପ୍ରବାସୀ ଭାରତୀୟ ଦିବସ ଉତ୍ସବରେ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ତାଳଚେର ଭାରତର ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ସହର

ଭୁବନେଶ୍ୱର,୨୨।୧: କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ବୁଧବାର ଓଡ଼ିଶାର ତାଳଚେର ସହରର ବାୟୁ ଗୁଣବତ୍ତା ‘ଅତ୍ୟନ୍ତ ଖରାପ’ ବୋଲି ବର୍ଣ୍ଣନା କରାଯାଇଛି। ସିପିସିବି...

ଦୁଇମାସ ହେଲା ଚାଉଳ ଯୋଗାଣ ବନ୍ଦ: ଅଙ୍ଗନବାଡି କେନ୍ଦ୍ରରୁ ଭୋକରେ ଫେରୁଛନ୍ତି ଶିଶୁ

ଲାଞ୍ଜିଗଡ,୨୨।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପ୍ରାୟ ଦୁଇମାସ ହେବ ଚାଉଳ ଯୋଗାଣ ବନ୍ଦ ଥିବା...

ଓଡ଼ିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମିକଣ୍ଡକ୍ଟର କାରଖାନା: ଏତିକି କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୨ା୧: ଓଡ଼ିଶାର ଭୁବନେଶ୍ବରରେ ଭାରତର ପ୍ରଥମ ସିଲିକନ୍ କାର୍ବାଇଡ୍ (ଏସ୍. ଆଇ. ସି.) ସେମିକଣ୍ଡକ୍ଟର ଉତ୍ପାଦନ ସୁବିଧା ପ୍ରତିଷ୍ଠା କରିବା ଲାଗି ଆର୍. ଆଇ. ଆର୍....

ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର: ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ୱର,୨୨।୧: ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲା ବେଳେ ଡାକ୍ତରଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ଅଭିଯୋଗ ଅନୁଯାୟୀ ବଡ଼ମ୍ବା CHC ଡାକ୍ତର ବିଶ୍ବନାଥ ଅଢ଼େକ ଜଣେ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତ ହେବେ ୫ ହଜାର ଡାକ୍ତର

ଭୁବନେଶ୍ୱର,୨୨ା୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିଥିଲା। ଏଥିରେ ୧୦ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏହି ପ୍ରସ୍ତାବ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରିହାତିରେ ବିଜୁଳି ବିଲ୍‌…

ଭୁବନେଶ୍ୱର,୨୨।୧: ରାଜ୍ୟ କ୍ୟାବିନେଟକୁ ନେଇ ଆସିଛି ବଡ ଖବର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି ବଡ ଘୋଷଣା । କ୍ୟାବିନେଟରେ ୧୦ ବଡ ପ୍ରସ୍ତାବକୁ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରତି ପଞ୍ଚାୟତରେ ହେବ…

ଭୁବନେଶ୍ୱର,୨୨।୧: ରାଜ୍ୟ କ୍ୟାବିନେଟକୁ ନେଇ ଆସିଛି ବଡ ଖବର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି ବଡ ଘୋଷଣା । କ୍ୟାବିନେଟରେ ୧୦ ବଡ ପ୍ରସ୍ତାବକୁ...

ନବୀନ ନବୀନ ଗୀତ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଯାତ୍ରା ପାର୍ଟି ପରିଚାଳକ

ଚାନ୍ଦବାଲି,୨୨ା୧(ଅଶୋକ ପଣ୍ଡା): ୧୯ ତାରିଖ ମକର ମେଳା ସମୟରେ ଭଦ୍ରକ ଜିଲା ଧାମରା ଗଙ୍ଗା ମାତା ପଡ଼ିଆରେ ଯାତ୍ରା ସ୍ବର୍ଣ୍ଣମହଲ ନିଜର ଅପେରା ଶୋ’ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri