ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଅତି ଘନ କୁହୁଡ଼ି ସମ୍ଭାବନା ରହିଛି । ତେବେ କୁହୁଡ଼ି ପାଇଁ ୯ ଜିଲ୍ଲାକୁ ଅରେଞ୍ଜ୍ ଓ୍ବାର୍ନିଂ ଜାରି କରାଯାଇଛି । କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଜଗତସିଂହପୁର ପାଇଁ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, କନ୍ଧମାଳକୁ ମଧ୍ୟ ୱାର୍ଣ୍ଣିଂ ହୋଇଛି ।
ତେବେ କୁହୁଡ଼ି ସମୟରେ ଅଧିକ ଦୂର ଯାଏ ଦେଖିବା ସମ୍ଭବ ହେଉନଥିବା ବେଳେ ଗାଡ଼ି ନେଇ ଯିବାକୁ ଥିଲେ ସତର୍କ ପାଇଁ ପରାମର୍ଶ ଦିଆଯାଇଛି । ତେବେ କୁହୁଡି ସାଙ୍ଗକୁ ଥଣ୍ଡା ମଧ୍ୟ ଅସହ୍ୟ ହେଉଛି । ଗତ ୨୪ଘଣ୍ଟାରେ ରାଜ୍ୟର ୧୨ଟି ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଥିଲା। ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୩ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଥିଲା।


