ପାଠ ପଢ଼ାଇବାରେ କମ୍‌, ରାଜନୀତିରେ ବେଶି ଧ୍ୟାନ

ଦେବଗଡ଼,୨୧।୭(ଶଶାଙ୍କଶେଖର ଝାଙ୍କର): ଆୟତନରେ ଦେବଗଡ଼ ଏକ ଛୋଟ ଜିଲା ହେଲେ ମଧ୍ୟ ଶିକ୍ଷା କ୍ଷେତ୍ରରେ ଜିଲାର ଗୁରୁତ୍ୱ ରହିଛ। ହେଲେ ଜିଲାର ନିର୍ଦ୍ଦିଷ୍ଟ କେତେକ ବିଦ୍ୟାଳୟର କେତେଜଣ ଶିକ୍ଷକଙ୍କ ପାଇଁ ଏହି ଗୁରୁତ୍ୱ କମିଯିବା ସମ୍ଭାବନା ରହିଛି। ଏହି ନିର୍ଦ୍ଦିଷ୍ଟ କେତେକ ଶିକ୍ଷକ ପାଠ ପଢାଇବା ଅପେକ୍ଷା ରାଜନୀତି ପ୍ରତି ବେଶୀ ଧ୍ୟାନ ଦେଉଛନ୍ତି। ଫଳରେ ପାଠପଢାର ମାନ କମିଯାଉଛି। ଏହି ଶିକ୍ଷକମାନେ ମନଇଛା ବିଦ୍ୟାଳୟକୁ ଯିବାଆସିବା କରୁଛନ୍ତି। ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀ ଅଚାନକ ଯାଞ୍ଚ କଲେ ଏହି ଶିକ୍ଷକମାନେ ଧରାପଡ଼ନ୍ତେ ବୋଲି କୁହାଯାଉଛି। ସମୟ ଥିଲା ଜିଲାର ସରକାରୀ ବିଦ୍ୟାଳୟଗୁଡ଼ିକରୁ ବହୁତ ଛାତ୍ରୀଛାତ୍ର ପାଠପଢି ରାଜ୍ୟ, ଦେଶ ଏପରିକି ବିଦେଶରେ ମଧ୍ୟ ଭଲ ପଦବୀରେ ରହି ଜିଲାର ନାମ ରଖିଛନ୍ତି। ସେ ସମୟରେ ସେହିପରି ବିଶେଷ ସୁବିଧା ସୁଯୋଗ ନ ଥିଲେ ମଧ୍ୟ ଜିଲାର ନାମ ରଖିଛନ୍ତି। ହେଲେ ଆଜି ଡିଜିଟାଲ ଯୁଗରେ ସବୁ ସୁବିଧା ଥାଇ ମଧ୍ୟ ଜିଲାରେ ଭଲ ବା ଆଖିଦୃଷିୟା ରେଜଲ୍ଟ ନାହିଁ କହିଲେ କିଛି ଭୁଲ ହେବ ନାହିଁ। ବିଦ୍ୟାଳୟଗୁଡିକୁ ରୂପାନ୍ତରିକରଣ କରି ସ୍ମାର୍ଟ କ୍ଲାସ କରିଥିଲେ ସୁଦ୍ଧା ପାଠପଢା ଠିକ୍‌ ହେଉନାହିଁ। କେଉଁ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି ତ କେଉଁ ବିଦ୍ୟାଳୟରେ ଛାତ୍ରୀଛାତ୍ର କମ ଆଉ ଶିକ୍ଷୟିତ୍ରୀ ଶିକ୍ଷକ ବେଶୀ। ଶିକ୍ଷା ବିଭାଗ ନୀତିକୁ ମାନିବାକୁ ପଡିବ। ସେଥିପାଇଁ ସବୁ ସୁବିଧା ସୁଯୋଗ ଥାଇ ମଧ୍ୟ କେତେଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଆନ୍ତରିକତା ନ ଥିବା ଯୋଗୁ ସରକାରୀ ବିଦ୍ୟାଳୟ ପ୍ରତି ଆଗ୍ରହ କମୁଛି। ଅବିଭାବକମାନେ ନିଜ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ନ ଦେଇ ବେସରକାରୀରେ ନାମ ଲେଖାଉଛନ୍ତି। ସରକାରୀ ଚାକିରୀଆ ଏପରିକି ଖୁଦ ଶିକ୍ଷୟିତ୍ରୀ ଶିକ୍ଷକମାନେ ମଧ୍ୟ ନିଜ ପିଲାଙ୍କୁ ବେସରକାରୀ ବିଦ୍ୟାଳୟରେ ପାଠ ପଢାଉଛନ୍ତି। କାରଣ ଶିକ୍ଷୟିତ୍ରୀ ଶିକ୍ଷକମାନେ ନିଜେ ମଧ୍ୟ ଅନୁଭବ କରୁଛନ୍ତି, ସରକାରୀ ବିଦ୍ୟାଳୟରେ ପାଠପଢା ଠିକ୍‌ ହେଉନାହିଁ। ଜିଲାରେ କେତେକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଶିକ୍ଷକମାନେ ଗୁଲିଗପ କରିବା, ଇଛା ଅନୁସାରେ ବିଦ୍ୟାଳୟ ଯିବାଆସିବା କରିବା, ବିଦ୍ୟାଳୟରେ ମୋବାଇଲରେ ବ୍ୟସ୍ତ ରହିବା, ରାଜନୀତି ହାଲଚାଲ ଉପରେ ଆଲୋଚନା କରିବାରେ ବ୍ୟସ୍ତ ରହୁଛନ୍ତି। କହିବାକୁ ଗଲେ ପାଠପଢାଇବାରେ କମ, ରାଜନୀତିରେ ବେଶି ଧ୍ୟାନ ଦେଉଛନ୍ତି। ବିଭିନ୍ନ ରାଜନୈତିକ ଦଳର ବୈଠକ, ସଭାରେ ଯୋଗ ଦେଉଥିବା ମଧ୍ୟ ନଜିର ରହିଛି। ଗତ ନିର୍ବାଚନ ସମୟରେ ଜଣେ ଶିକ୍ଷକ ରାଜନୈତିକ ଦଳର ରାଲିରେ ସାମିଲ ହୋଇ ଚାକିରୀରୁ ନିଲମ୍ବିତ ହୋଇଥିଲେ। ତେଣୁ ସରକାର, ଦେବଗଡ଼ ଜିଲାପାଳ, ଜିଲା ଶିକ୍ଷା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି। ସମସ୍ତେ ଆନ୍ତରିକତା ସହ ଧ୍ୟାନ ଦେଲେ ଜିଲାରେ ଶିକ୍ଷାର କିଛି ମାତ୍ରାରେ ବିକାଶ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri