Categories: ବାଣିଜ୍ୟ

ଏଫ୍‌ଏମ୍‌ସିଜି କମ୍ପାନୀଙ୍କ କାରବାର ୨୧% ବଢ଼ିଲା

ନୂଆଦିଲ୍ଲୀ,୧୮।୧୧: ଅକ୍ଟୋବର ମାସରେ ଦେଶର ଫାଷ୍ଟ ମୁଭିଂ କଞ୍ଜ୍ୟୁମର ଗୁଡ୍ସ (ଏଫ୍‌ଏମ୍‌ସିଜି) କମ୍ପାନୀଗୁଡ଼ିକର କାରବାରରେ ବେଶ୍‌ ଉନ୍ନତି ପରିଲକ୍ଷିତ ହୋଇଛି। ବାର୍ଷିକ ଆଧାରରେ କମ୍ପାନୀଗୁଡ଼ିକର କାରବାର ପ୍ରାୟ ୨୧% ବୃଦ୍ଧି ଘଟିଛି। ଏହା ମଧ୍ୟରେ ପ୍ୟାକେଟ୍‌ ଫୁଡ, ଚାଉଳ, ଡାଲି, ଅଟା, କମୋଡିଟି ଏବଂ ଲକ୍‌ଜ୍ୟୁରି ସାମଗ୍ରୀ ରହିଥିବା ଜଣାପଡ଼ିଛି। ତେବେ ହୋମ କେୟାର ସେଗ୍‌ମେଣ୍ଟରେ ବିକ୍ରି ସାମାନ୍ୟ ଧୀମା ରହିଛି ବୋଲି ବିଜୋମ ରିପୋର୍ଟରୁ ଏହା ସାମ୍ନାକୁ ଆସିଛି। ହୋମ୍‌ କେୟାର ସେଗ୍‌ମେଣ୍ଟରେ ବିକ୍ରି ୮% ନିମ୍ନରେ ରହିଛି। ରିପୋର୍ଟ ମୁତାବକ, ସବୁ ଶ୍ରେଣୀରେ ବିକ୍ରି ୧୩ରୁ ୩୫% ବଢ଼ିଛି। ପାର୍ବଣ ଋତୁ କାରବାର ଲାଗି କିରାନା ଷ୍ଟୋରଗୁଡ଼ିକୁ ଅଧିକ ସମୟ ମିଳିଥିବାରୁ ବିକ୍ରିରେ ଉନ୍ନତି ଦେଖାଯାଇଛି।

Share