ଫ୍ଲାଇଙ୍ଗ ହ୍ବାଇଟ ହାଉସ୍‌, ଲିମୋଜିନ କାର୍‌, କୋଟି କୋଟି ଟଙ୍କାର ଦରମା…ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କୁ ମିଳିବ ଏସବୁ ସୁବିଧା

ଓ୍ବାଶିଂଟନ୍‌,୨୦।୧: ଆମେରିକାର ନବର୍ନିବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସହିତ, ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ହେବେ। ରାଷ୍ଟ୍ରପତି ହେବା ପରେ, ସେ କେବଳ କୋଟି କୋଟି ଟଙ୍କାର ଦରମା ପାଇବେ ତାହା ନାହିଁ, ବରଂ ଏଥିସହ ଅନେକ ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇବେ।

ଆମେରିକୀୟ ରାଷ୍ଟ୍ରପତି ପ୍ରତିବର୍ଷ $୪,୦୦,୦୦୦ (ପ୍ରାୟ ୩.୪୬ କୋଟି ଟଙ୍କା) ଦରମା ପାଆନ୍ତି। ଏହି ଦରମା ୨୦୦୧ ମସିହାରୁ ସ୍ଥିର ହୋଇଛି ଏବଂ ଏପର୍ଯ୍ୟନ୍ତ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହା ବ୍ୟତୀତ, ତାଙ୍କୁ $୧,୬୯,୦୦୦ (ପ୍ରାୟ ୧.୪୬ କୋଟି ଟଙ୍କା) ମୂଲ୍ୟର ଅନ୍ୟାନ୍ୟ ଭତ୍ତା ମଧ୍ୟ ମିଳିବ। ଏହି ଭତ୍ତା ସରକାରୀ ଏବଂ ବ୍ୟକ୍ତିଗତ ଭତ୍ତା ଅନ୍ତର୍ଭୁକ୍ତ। ଆମେରିକୀୟ ରାଷ୍ଟ୍ରପତି ବାର୍ଷିକ $୫୦,୦୦୦ ଖର୍ଚ୍ଚ ଭତ୍ତା ପାଆନ୍ତି।

ଡୋନାଲ୍ଡ ଟ୍ରମ୍ପଙ୍କୁ ଯାତ୍ରା ପାଇଁ ଭତ୍ତା ଭାବରେ $୧୦୦,୦୦ ଏବଂ ମନୋରଞ୍ଜନ ଭତ୍ତା ଭାବରେ $୧୯,୦୦୦ ପ୍ରଦାନ କରାଯିବ। ଏଥିରେ ତାଙ୍କ କର୍ମଚାରୀ ଏବଂ ରୋଷେଇଆଙ୍କ ଦରମା ମଧ୍ୟ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ସେ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ, ତାଙ୍କ ଇଚ୍ଛା ଅନୁସାରେ ହ୍ବାଇଟ ହାଉସର ଭିତର ଡିଜାଇନ କରିବା ପାଇଁ ତାଙ୍କୁ $୧,୦୦,୦୦୦ ମିଳିବ।

ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହ୍ବାଇଟ ହାଉସ ହେବ, ଯେଉଁଠାରେ ସମସ୍ତ ସୁବିଧା ଉପଲବ୍ଧ। ତାଙ୍କର ଘରୋଇ ଏବଂ ବିଦେଶୀ ଯାତ୍ରା ପାଇଁ, ଟ୍ରମ୍ପ ‘ଏୟାର ଫୋର୍ସ ୱାନ’ ନାମକ ଏକ ସ୍ବତନ୍ତ୍ର ବିମାନ ଏବଂ ‘ମାରାଇନ ୱାନ’ ନାମକ ଏକ ହେଲିକପ୍ଟର ବ୍ୟବହାର କରିବେ। ଆମେରିକାର ରାଷ୍ଟ୍ରପତିଙ୍କୁ ୨୪ ଘଣ୍ଟା ସିକ୍ରେଟ ସୁରକ୍ଷା ପ୍ରଦାନ କରାଯାଏ। ଏହା ସହିତ, ରାଷ୍ଟ୍ରପତି ଏବଂ ତାଙ୍କ ପରିବାର ମାଗଣା ଚିକିତ୍ସା ସୁବିଧା ପାଆନ୍ତି।

‘ଏୟାର ଫୋର୍ସ ୱାନ’ ହେଉଛି ଆମେରିକୀୟ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ବିମାନ, ଯାହାକୁ ‘ଫ୍ଲାଇଂ ହ୍ବାଇଟ ହାଉସ’ ମଧ୍ୟ କୁହାଯାଏ। ରାଷ୍ଟ୍ରପତିଙ୍କ କାମ କରିବା ପାଇଁ ସମସ୍ତ ପ୍ରକାରର ସୁବିଧା ଏଥିରେ ଉପଲବ୍ଧ। ଏହି ବିମାନରେ ଏକାଥରେ ୧୦୦ ରୁ ଅଧିକ ଲୋକ ଯାତ୍ରା କରିପାରିବେ। ଏହି ବିମାନଟି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri