ଭୂତଳ ଜଳରେ ଫ୍ଲୋରାଇଡ୍‌, ଆର୍ସେନିକ

ଭୁବନେଶ୍ୱର,୨୯ା୧୨(ଅନିଲ ଦାସ): ରାଜ୍ୟରେ ଭୂତଳ ଜଳ ପ୍ରଦୂଷିତ ହେଉଛି। ବିଶେଷକରି ଜଳରେ ଫ୍ଲୋରାଇଡ୍‌, ଆର୍ସେନିକ, ନାଇଟ୍ରେଟ୍‌, ପିଏଚ୍‌ର ମାତ୍ରା ଅଧିକ ରହୁଛି, ଯାହାକି ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ। ଭୂଗର୍ଭ ଜଳରେ ଫ୍ଲୋରାଇଡ୍‌ ଏବଂ ଆର୍ସେନିକ ମାତ୍ରା ଅଧିକ ରହୁଥିବାରୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ରାସାୟନିକ ପଦାର୍ଥ ଅତ୍ୟନ୍ତ ମାରାତ୍ମକ ଓ ମନୁଷ୍ୟ ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ବୋଲି ଟ୍ରିବ୍ୟୁନାଲ କହିଛନ୍ତି। ଓଡ଼ିଶା ସମେତ ଦେଶର ୨୩୦ ଜିଲାରେ ଉକ୍ତ ବିଷାକ୍ତ ଦ୍ରବ୍ୟ ପାଣିରେ ଅଧିକ ପରିମାଣ ରହିଥିବା କୁହାଯାଇଛି। ନିକଟରେ କେନ୍ଦ୍ର ଭୂତଳ ଜଳ କର୍ତ୍ତୃପକ୍ଷ(ସିଜିଡବ୍ଲ୍ୟୁଏ) ପକ୍ଷରୁ ଏନ୍‌ଜିଟିଙ୍କ ନିକଟରେ ଦାଖଲ କରାଯାଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଏହା ରାଜ୍ୟ ବିଷୟ ହୋଇଥିବାରୁ ସିଜିଡବ୍ଲ୍ୟୁଏ ଏହା ଉପରେ କୌଣସି ପଦକ୍ଷେପ ନେଇପାରିବ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହା ଏକ ଜନସ୍ବାସ୍ଥ୍ୟ ଜଡ଼ିତ ମାମଲା ହୋଇଥିବା ବେଳେ ରାଜ୍ୟଗୁଡ଼ିକ ଉପରେ ଦାୟିତ୍ୱ ଛାଡ଼ି ସିଜିଡବ୍ଲୁୃ୍ୟଏ ନିଜ ଦାୟିତ୍ୱରୁ ହଟି ଯାଉଥିବା ନେଇ ଏନ୍‌ଜିଟି ଅସନ୍ତୋଷ ପ୍ରକାଶ କରିଛନ୍ତି। ଭୂତଳ ଜଳ ପ୍ରଦୂଷଣକୁ ନେଇ ଏନ୍‌ଜିଟି ପକ୍ଷରୁ ଡିସେମ୍ବର ୨୬ ତାରିଖରେ ଓଡ଼ିଶା ସରକାରଙ୍କୁ ନୋଟିସ ଜାରି କରାଯାଇଛି। ଭୂତଳ ଜଳରେ ଥିବା ମାତ୍ରାଧିକ ଫ୍ଲୋରାଇଡ୍‌ ଏବଂ ଆର୍ସେନିକ ଭଳି ମାରାତ୍ମକ ରାସାୟନିକ ଦ୍ରବଣର ନିରାକରଣ ପାଇଁ କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଆସନ୍ତା ମାସକ ମଧ୍ୟରେ ଜଣାଇବାକୁ ଏନ୍‌ଜିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ସୂଚନାଯୋଗ୍ୟ, ଓଡ଼ିଶାର ନୟାଗଡ଼ ଓ ଖୋର୍ଦ୍ଧା ଜିଲାର ଅଧିକାଂଶ ସ୍ଥାନରେ ଭୂଗର୍ଭ ଜଳରେ ଫ୍ଲୋରାଇଡ୍‌ର ମାତ୍ରା ଅଧିକ ରହୁଛି। ନିକଟରେ ଆଇଆଇଟି ଖଡଗପୁର, ମୁମ୍ବାଇସ୍ଥିତ ଭାବା ଆଟମିକ୍‌ ରିସର୍ଚ୍ଚ ସେଣ୍ଟର ଏବଂ ହୋମି ଭାବା ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟର ଏକ ଟିମ୍‌ ଉକ୍ତ ୨ ଜିଲାର ୨୨ଟି ନଳକୂପ ଓ କୂପରୁ ଜଳ ନମୁନା ସଂଗ୍ରହ କରିଥିଲେ। ସେଥିରୁ ପ୍ରାୟ ୪୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମୁନାରେ ଫ୍ଲୋରାଇଡ୍‌ ଥିବା ଜଣାପଡ଼ିଛି। ଏପରି କି କେତେକ ନମୁନାରେ ପ୍ରତି ଲିଟର ଜଳରେ ୩.୫ ମିଲିଗ୍ରାମ୍‌ରୁ ଊର୍ଦ୍ଧ୍ୱ ଫ୍ଲୋରାଇଡ୍‌ ଥିବା ଜଣାପଡ଼ିଛି। ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(ବିଆଇଏସ୍‌) ମାନକ ଅନୁଯାୟୀ, ପ୍ରତି ଲିଟର ଜଳରେ ୧.୧ ମିଲିଗ୍ରାମ୍‌ ଫ୍ଲୋରାଇଡ୍‌ ରହିଲେ ତାହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥାଏ। ଫ୍ଲୋରାଇଡ୍‌ ସହିତ ଜଳରେ ସଲ୍‌ଫାଇଡ, କ୍ୟାଲ୍‌ସିୟମ ଓ ବାଇକାର୍ବୋନେଟ ଆୟନସ୍‌ ଭଳି ଦ୍ରାବକ ପରିମାଣ ମଧ୍ୟ ଅଧିକ ରହିଛି। ଯେଉଁ ଜଳରେ ଫ୍ଲୋରାଇଡ୍‌ କମ୍‌ ରହିଛି ସେଠାରେ ବାଇକାର୍ବୋନେଟ ପ୍ରତିଶତ ଅଧିକ ରହିଛି।
ସେହିପରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଜ୍ୟର ୩୦ ଜିଲାର ୯୦ଟି ସ୍ଥାନରେ ୨୦୨୩ ଏପ୍ରିଲରେ କରାଯାଇଥିବା ପରୀକ୍ଷଣରୁ ଜଣାପଡ଼ିଛି ଯେ ୧୭ଟି ସ୍ଥାନରେ ପିଏଚ୍‌(ପୋଟେନସିଆଲ ହାଇଡ୍ରୋଜେନ), ୧୫ଟି ସ୍ଥାନରେ ନାଇଟ୍ରେଟ୍‌ ଏବଂ ଗୋଟିଏ ସ୍ଥାନରେ ଫ୍ଲୋରାଇଡ୍‌ର ପରିମାଣ ବିଆଇଏସ୍‌ ମାନକଠାରୁ ଅଧିକ ରହୁଛି , ଯାହାକି ପାନୀୟ ଉପଯୋଗୀ ନୁହେଁ। ଦିନକୁ ଦିନ ଭୂତଳ ଜଳ ବ୍ୟବହାର ବୃଦ୍ଧି ପାଉଥିବାରୁ ଏହା ଚିନ୍ତାଜନକ ହୋଇଛି। ଜଳ ସମ୍ପଦ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୨୦୧୭ରେ ଘରୋଇ କ୍ଷେତ୍ରରେ ବ୍ୟବହାର ପାଇଁ ୧.୧୫ ନିୟୁତ କ୍ୟୁବିକ୍‌ ମିଟର (ଏମ୍‌ସିଏମ୍‌) ଜଳ ବ୍ୟବହାର କରାଯାଉଥିବା ବେଳେ ୨୦୨୦ରେ ୧.୨୧ ଏବଂ ୨୦୨୨ରେ ୧.୨୪ ନିୟୁତ କ୍ୟୁବିକ୍‌ ମିଟର ଭୂଗର୍ଭ ଜଳ ବ୍ୟବହାର କରାଯାଇଛି।
ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ ଯେଉଁ ସ୍ଥାନଗୁଡ଼ିକରେ ଭୂଗର୍ଭ ଜଳ ପାନୀୟ ଉପଯୋଗୀ ରହୁ ନାହିଁ ସେଠାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସମ୍ପୃକ୍ତ ପୌରାଞ୍ଚଳ, ଜିଲା ଅଧିକାରୀ ଓ ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯାଇ ଆବଶ୍ୟକ ପଦକ୍ଷେପ ନେବା ସହ ଜନସାଧାରଣଙ୍କ ପାଇଁ ଫଳକ ଲଗାଇବା ଓ ଗଛ ଲଗାଇବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri