ମାଡ଼ିଲା ବନ୍ୟାଜଳ: ଆରଡ଼ି-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ

ଧୂଷୁରୀ,୨୭ା୭(ଦୀପ୍ତିରଞ୍ଜନ ନାୟକ): ବୈତରଣୀରେ ବଡ଼ ବନ୍ୟା ଆସିଛି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଓଳଗ, ସୁନ୍ଦରପୁର, ନାନ୍ଦପୁର ଓ ଆରଡ଼ି ଆଦି ୪ ପଞ୍ଚାୟତର ୨୩ଟି ଗାଁ ବନ୍ୟା ଦ୍ବାରା ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି। ବୋଡ଼କ ନିକଟରେ ୨୦ ନଂ ଜାତୀୟ ରାଜପଥ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଆରଡିରୁ ଯାଜପୁର ଗମନାଗମନରେ ବାଧା ଉପୁଜିଛି।

ରବିବାର ଅପରାହ୍ନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ସୋମବାରରେ କାଉଡ଼ିଆମାନେ ଏହି ରାସ୍ତା ଦେଇ ଆଖଣ୍ଡଳମଣି ପୀଠକୁ ଯାଉଛନ୍ତି। ସେମାନଙ୍କ ସୁରକ୍ଷା ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବନ୍ୟାଜଳ ପ୍ରବାହିତ ସ୍ଥାନରେ ଓଡ୍ରାଫ୍‌ ଟିମ୍‌ ସଜାଗ ରହିଛି। ଧୂଷୁରୀ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ ସେହି ସ୍ଥାନକୁ ଯାଇ ପରିସ୍ଥିତି ଉପରେ ଧ୍ୟାନ ରଖିଛନ୍ତ। ପୋଲିସ ଫୋର୍ସ ମଧ୍ୟ ସେଠାରେ ସଜାଗ ଅଛନ୍ତି। ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ ବୋଡ଼କ ନିକଟରେ ପହଞ୍ଚି ବନ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶ ମାର୍ଗରେ ଏକାଠି ହେଲେ ପାକିସ୍ତାନ-ବାଂଲାଦେଶ, ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

କରାଚୀ,୩୦।୧: ୧୪ ବର୍ଷ ପରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନର୍ବାର ଆରମ୍ଭ ହୋଇଛି। ବାଂଲାଦେଶର ଜାତୀୟ ବିମାନ କମ୍ପାନୀ, ବିମାନ ବାଂଲାଦେଶ…

ଚଳନ୍ତା ଟ୍ରକର ଚକା ଫାଟି ଲାଗିଗଲା ନିଆଁ, ତାପରେ…

ପଟ୍ଟାଙ୍ଗି,୩୦।୧(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଦେଇ ପଡୋଶୀ ଆନ୍ଧ୍ରକୁ ସଂଯୋଗ କରିଥିବା ୨୬ନଂ ଜାତୀୟ ରାଜପଥ ଘାଟି ରାସ୍ତାରେ ଚଳନ୍ତା ଟ୍ରକର ଚକା…

ଶେଖ ହାସିନାଙ୍କ ଭାଷଣକୁ ନେଇ ନିଆଁବାଣ ହେଲା ବାଂଲାଦେଶ, ଭାରତ ବିରୋଧରେ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ/ଢାକା,୩୦।୧: ବାଂଲାଦେଶ ଚଟ୍ଟୋଗ୍ରାମର ମିରସରାଇରେ ଭାରତୀୟ ଅର୍ଥନୈତିକ କ୍ଷେତ୍ର ପ୍ରକଳ୍ପକୁ ଆନୁଷ୍ଠାନିକ ଭାବରେ ବାତିଲ କରିଛି। ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ ଅର୍ଥନୈତିକ କ୍ଷେତ୍ର…

ମଣ୍ଡିରେ ପଡ଼ିଥିବା ଧାନ ଶୀଘ୍ର ଉଠାଅ,ସିପିଆଇ ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ

ଭବାନୀପାଟଣା,୩୦।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ମଣ୍ଡିରେ ପଡିଥିବା ଧାନକୁ ଶୀଘ୍ର ଉଠାଣ ଦାବିରେ ଗୁରୁବାର ଭବାନୀପାଟଣାରେ ଜିଲାପାଳଙ୍କ ଅଫିସ ଘେରାଉ କରିଛି ସିପିଆଇ। ଏହା…

T20 ବିଶ୍ୱକପରୁ ପାକିସ୍ତାନ ଆଉଟ…, ପାକିସ୍ତାନର ମଜା ଉଡାଇଲା ଏହି ଦେଶ

ନୂଆଦିଲ୍ଲୀ,୩୦।୧: ପାକିସ୍ତାନ ୨୦୨୬ ଟି୨୦ ବିଶ୍ୱକପ ପାଇଁ ତାର ଦଳ ଘୋଷଣା କରିଛି, କିନ୍ତୁ ପିସିବି ଅଧ୍ୟକ୍ଷଙ୍କ ପୋଷ୍ଟ ପରେ ସେମାନଙ୍କ ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଜାରି…

ଦେଶର ସବୁଠାରୁ ଭଲ ପ୍ରଧାନମନ୍ତ୍ରୀ କିଏ? ମୋଦି ନା ଇନ୍ଦିରା, ଚମକାଇଲା ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୩୦।୧: ଜନତା ପ୍ରାୟତଃ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳର ତୁଳନା କରନ୍ତି। ଇଣ୍ଡିଆ ଟୁଡେ-ସି ଭୋଟରଙ୍କ ‘ମୁଡ ଅଫ…

୧୨ ଟିକିଆ ହାତୀପଲଙ୍କ ତାଣ୍ଡବ, ଘର ଭାଙ୍ଗି ଧାନ…

ବଣାଇଁ, ୩୦।୧(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡର ତାମଡା ବନାଞ୍ଚଳରେ ୧୨ ଟିକିଆ ହାତୀ ପଲଙ୍କ ଉତ୍ପାତ ଯୋଗୁଁ ଅତିଷ୍ଠ ହୋଇ ପଡ଼ିଛନ୍ତି ୬ଟି ଗ୍ରାମର ଗ୍ରାମବାସୀ ।…

ଖଣ୍ଡଗିରି ମେଳାରେ ୫ଗୁଣା ପାର୍କିଂ ଫି’, ଲିଜ୍‌ଧାରୀଙ୍କୁ ସୋ’କଜ…

ଭୁବନେଶ୍ୱର, ୩୦।୧(ବନ୍ଦନା ସେଠୀ): ଖଣ୍ଡଗିରି କୁମ୍ଭମେଳାରେ ପାର୍କିଂ ଫି’ ନାମରେ ଲୋକଙ୍କୁ ଶୋଷଣ କରାଯାଉଛି। ଲିଜ୍‌ଧାରୀମାନେ ଧାର୍ଯ୍ୟ ଦରଠାରୁ ୫ଗୁଣା ଅଧିକ ନେଇ ଯାତ୍ରୀଙ୍କୁ ଲୁଟୁଛନ୍ତି। ଖଣ୍ଡଗିରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri