ବୁଢ଼ାପଡ଼ା ସୋମନାଥ ମନ୍ଦିରରେ ପାଣି

ଜଟଣୀ,୧୮।୮(ଡି.ଏନ୍‌.ଏ.): ଜଟଣୀ ବ୍ଲକ ଅଧୀନ ରଥିପୁର ପଞ୍ଚାୟତ ଅଧୀନ ବୁଢାପଡା ଗ୍ରାମରେ ଥିବା ଶୈବପୀଠ ବଡ଼ ସୋମନାଥଙ୍କ ମନ୍ଦିରରେ ବନ୍ୟା ପାଣି ପଶିଯାଇଛି। ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ବନ୍ଧର କିଛି ଗେଟ ଖୋଲାଯାଇଛି। ଫଳରେ ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଖୋର୍ଦ୍ଧା ଜିଲାର ଜଟଣୀ ବ୍ଲକ ଅଧୀନ ତିରିମଲ ପଞ୍ଚାୟତରେ ଥିବା ଦୟା ନଦୀର ଶାଖା ନଦୀ ରାଜୁଆ ନଦୀରେ ଗତ ମଙ୍ଗଳବାର ରାତିରେ ବନ୍ୟା ଜଳ ପ୍ରଖର ବେଗରେ ପ୍ରବାହିତ ହେବା ଫଳରେ ୧୦୦ଫୁଟର ଘାଇ ସୃଷ୍ଟି ହୋଇଥିଲା। ବୁଧବାର ଉକ୍ତ ଘାଇ ବଢ଼ି ଯାଇଥିବାରୁ ପାଖଆଖ ଗ୍ରାମର ଲୋକ ଆତଙ୍କିତ ହୋଇ ରହିଛନ୍ତି। ଜିଲା ପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିବା ସହିତ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିଛନ୍ତି। ଏଭଳି ସ୍ଥିତିରେ ଉକ୍ତ କନ୍ତିଆ ପଞ୍ଚାୟତର ବୁଢାପଡାର ପ୍ରସିଦ୍ଧ ଶୈବ ପୀଠରେ ବନ୍ୟା ଜଳ ରୋଷ ଘର, ମନ୍ଦିର ଗର୍ଭ ଗୃହ, ବେଢା, ଗୁହାରିଆ ଗୁମ୍ଫା ସହିତ ସମଗ୍ର ମନ୍ଦିର ପରିସରରେ ୫ଫୁଟ ଉଚ୍ଚାର ବନ୍ୟା ଜଳ ଭର୍ତ୍ତି ହୋଇ ରହିଛି। ବୁଧବାର ସିଂହ ସଂକ୍ରାନ୍ତି ପଡିଥିବାରୁ ବିଭିନ୍ନ ଜିଲାରୁ ଆସିଥିବା ଶ୍ରଦ୍ଧାଳୁ ଠିକ୍‌ ଭାବେ ପୂଜାର୍ଚ୍ଚନା କରି ନ ପାରି ମନ୍ଦିର ବାହାରୁ ଦର୍ଶନ କରି ଫେରି ଥିବା ମନ୍ଦିର ପୂଜକ ହିମାଂଶୁ ଶେଖର ପଣ୍ଡା କହିଛନ୍ତି। ପିପିଲି ଅଞ୍ଚଳ ଖୁରୁକି ମୁଣ୍ଡିଆ ନିକଟରେ ଥିବା ଦୟା ନଦୀର କେତକୀ ବନ୍ଧରୁ ଘାଇ ହୋଇ ବନ୍ୟା ଜଳ ଆସିବାରୁ ଦୀର୍ଘ ୧୦ବର୍ଷ ପରେ ପୁଣି ମନ୍ଦିର ଜଳାର୍ଣ୍ଣବ ହୋଇଛି ବୋଲି ମନ୍ଦିର ପୂଜକ ସନ୍ତୋଷ କୁମାର ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

ଗୋଆରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗଜପତି,୯।୧୨(ଗିରିଧାରୀ ପରିଛା): କାମଧନ୍ଦା ନ ପାଇ ଗୋଆକୁ ଦାଦନ ଖଟିବାକୁ ଯାଇ ଜଣେ ଓଡ଼ିଆ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ମୋହନା...

ପୋଡ଼ାଜଳା ପରେ ଏମ୍‌ଭି-୨୬ ଗାଁ ଛାଡୁଛନ୍ତି ଲୋକେ

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି: ତାପମାତ୍ରା ରହିଛି…

ଜି.ଉଦୟଗିରି ୯/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠି ): ଜି ଉଦୟଗିରି ସମେତ ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏକ ସପ୍ତାହ...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

ଧାନ କିଣାବିକାରେ ଅଚଳାବସ୍ଥା: ଧାନବସ୍ତା ସହିତ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଅତାବିରା/ଗୋଡ଼ଭଗା,୯।୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ)- ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ୧୨ଦିନରେ ପହଞ୍ଚିଛି। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri