୯ ପଞ୍ଚାୟତରେ ବନ୍ୟା ପରିସ୍ଥିତି, ହରିପୁର ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

କୁଜଙ୍ଗ,୪।୮(ମନୋଜ ପ୍ରଧାନ): ମହାନଦୀରେ ପ୍ରଥମ ବନ୍ୟାଜଳ ଆସିବା ଫଳରେ କୁଜଙ୍ଗ ବ୍ଲକର ୯ଟି ପଞ୍ଚାୟତରେ ବନ୍ୟାପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଧୋଇଆ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଗୁରୁବାର କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତର ହରିପୁର ଗ୍ରାମକୁ ବନ୍ୟାଜଳ ପ୍ରବେଶ କରି ନ ଥିଲେ ମଧ୍ୟ ଗ୍ରାମ୍ୟ ରାସ୍ତା ଧୋଇ ହୋଇ ଯାଇଛି। ଫଳରେ ଗ୍ରାମଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ରାତିରେ ଜିଲାପାଳ ପାରୁଲ ପଟାୱରି, ଉପଜିଲାପାଳ ପ୍ରଦୀପ ସାହୁ ଓ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ହରିପୁରରେ ପହଞ୍ଚତ୍ ବନ୍ୟା ପରିସ୍ଥିତି ବୁଲି ଦେଖିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ସକାଳେ ବନ୍ୟାଜଳ ନଦୀ ଅତଡ଼ା ଖାଉଥିବା ବେଳେ ସନ୍ଧ୍ୟା ବେଳକୁ ପ୍ରାୟ ୪ଫୁଟ ବନ୍ୟାଜଳ ବଢ଼ି କୂଳ ଲଂଘିବା ଆରମ୍ଭ କରିଛି। ଏବେ ପରିବା ଦର ଆକାଶ ଛୁଆଁ ହୋଇଥିବାବେଳେ ବନ୍ୟା ଯଦି ଉଗ୍ର ରୂପ ଧାରଣ କରେ ଧୋଇଆ ଅଞ୍ଚଳର ପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡ଼ିଯିବ। ଏନେଇ ଚାଷୀ ଓ ଖାଉଟି ଆତଙ୍କିତ ହୋଇଯାଇଛନ୍ତି।
ଏହି ବ୍ଲକର ଜିଲାନାସି, ବଡ଼ବାଲିକଣି, ହଂସୁରା, କାଠକୋଟ ପଞ୍ଚାୟତ ସମ୍ପୂର୍ଣ୍ଣ ବନ୍ୟାଞ୍ଚଳ ହୋଇଥିବାବେଳେ, ସାଇଲୋ ପଞ୍ଚାୟତର ହରିପୁର ଗ୍ରାମ, ମହ୍ଲାସାହି ପଞ୍ଚାୟତର ମଧୁପୁର ଗ୍ରାମ, କୁଜଙ୍ଗ ପଞ୍ଚାୟତର ଭଣ୍ଡୁଆ ଓ ଭୂତମୁଣ୍ଡାଇ ପଞ୍ଚାୟତର ଫୁଲବେଲାରି ଗ୍ରାମ ବନ୍ୟାଞ୍ଚଳ ରୂପେ ପରିଗଣିତ। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ହୋଇ ଉଠିଛି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ କୁଜଙ୍ଗ ବ୍ଲକରେ ଗଚ୍ଛିତ ଥିବା ୩ଟି ବୋଟ ମଧ୍ୟରୁ ବ୍ଲକ ପ୍ରଶାସନ ହରିପୁର ଗାଁକୁ ୧ଟି ପଠାଇ ସାରିଛି। ବ୍ଲକର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକମାନଙ୍କୁ ରାତିସାରା ବନ୍ୟାଞ୍ଚଳ ବୁଲି ପରିସ୍ଥିତି ଉପରେ ନିଘା ରଖିବାପାଇଁ ବ୍ଲକ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଚାରଣ ଭୂଇଁରେ ପାଣି ମାଡ଼ିଯିବାରୁ ଗୋଖାଦ୍ୟ ପାଇଁ ବ୍ଲକ ପ୍ରଶାସନ ଜିଲା ପ୍ରଶାସନ ନିକଟକୁ ପ୍ରସ୍ତାବ (ଇଣ୍ଡେଟ) ପଠାଇଛି। ଶୁକ୍ରବାର ସକାଳୁ ପ୍ରଥମେ ସବୁଜଘାସ ଯୋଗାଇଦେବାପାଇଁ ପ୍ରଶାସନ ପଦକ୍ଷେପ ନେଇଛି। ରାତିରେ ବନ୍ୟାପ୍ରଭାବିତ ଅଞ୍ଚଳର ଲୋକେ ଅନ୍ଧାରର ସମ୍ମୁଖୀନ ନ ହେବା ପାଇଁ ଆସ୍କା ଲାଇଟର ବ୍ୟବସ୍ଥା କରାଯାଇଛି। କୁଜଙ୍ଗ ବ୍ଲକରେ ୧୩ ଆସ୍କା ଲାଇଟ ମହଜୁଦ ଥିବାବେଳେ, ବାଲିକୁଦା ବ୍ଲକରୁ ୬ଟି ଓ ନାଉଗାଁ ବ୍ଲକରୁ ୧ଟି ଆସ୍କା ଲାଇଟ ଅଣାଯାଇ ମୋଟ ୨୦ଟି ଆସ୍କା ଲାଇଟ୍‌ ପ୍ରସ୍ତୁତ ରଖାଯାଇଛି। ପ୍ରାଥମିକ ଅବସ୍ଥାରେ ୩୦ କୁଇଣ୍ଟାଲ ଚୁଡ଼ା ଓ ୧୦ କୁଇଣ୍ଟାଲ ଗୁଡ଼ ଯୋଗାଇ ଦେବାପାଇଁ ବ୍ଲକ ପ୍ରଶାସନ ତରଫରୁ ଜିଲା ପ୍ରଶାସନକୁ ଅବଗତ କରାଯାଇଛି ବୋଲି ବିଡିଓ ସୋମ୍ୟଶ୍ରୀ ପାଣିଗ୍ରାହୀ କହିଛନ୍ତି। ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ସମ୍ଭାବ୍ୟ ବନ୍ୟା ସମ୍ପର୍କରେ କହିଛନ୍ତି, ଜନସାଧାରଣଙ୍କୁ ସତର୍କ ରହିବାପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri