Posted inରାଜ୍ୟ

ନିଦ ହଜାଇଛି ଘାଇ

ଭୁବନେଶ୍ୱର,୧୮ା୮(ବ୍ୟୁରୋ): ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗିନ ହୋଇଛି। କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀ ଜିଲାରେ ପରିସ୍ଥିତି ଗମ୍ଭୀର ରହିଛି। ଆସନ୍ତା ୩ରୁ ୪ ଦିନ ବନ୍ୟା ପରିସ୍ଥିତି ଜଟିଳ ରହିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ବୁଧବାର ମହାନଦୀର ନରାଜ, ଦେବୀ ନଦୀର ଆଳିପିଙ୍ଗଳ, ଇବ୍‌ ନଦୀର ସୁନ୍ଦରଗଡ଼, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ନଦୀରେ ବନ୍ୟା ଜଳ ହ୍ରାସ ପାଇବା ଆରମ୍ଭ କରିଛି। ତେବେ କୁଶଭଦ୍ରା, ବ୍ରାହ୍ମଣୀ, ବଂଶଧାରା ଓ ଋଷିକୁଲ୍ୟା ନଦୀର ବନ୍ୟା ଜଳ ବୃଦ୍ଧି ପାଉଛି। ମହାନଦୀର ଉପରମୁଣ୍ଡରେ ବର୍ଷା କମି ଯାଇଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ ପ୍ରବେଶ କରୁଥିବା ବନ୍ୟା ପାଣିି ହ୍ରାସ ପାଇଛି। ମହାନଦୀରେ ପ୍ରବଳ ବନ୍ୟା ଯୋଗୁ ଯାଜପୁର, କଟକ, ପୁରୀ, ଜଗତ୍‌ସିଂହପୁର ଜିଲାର କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଅନ୍ୟ କେତେକ ସ୍ଥାନରେ ଘଳିଆ ପଡୁଥିବା ସୂଚନା ମିଳିଛି, ଯାହାକି ଚିନ୍ତାର କାରଣ ସାଜିଛି। ମହାନଦୀ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ନିଦ ଏକ ପ୍ରକାର ହଜି ଯାଇଛି। ଅପରପକ୍ଷରେ ଗତ ଦୁଇ ଦିନରେ ରାଜ୍ୟରେ ମୋଟ ୪ଟି ଘାଇ ହୋଇଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ପୁରୀ ଓ ଖୋର୍ଦ୍ଧା ଜିଲାରେ ୨ଟି ଘାଇ ହୋଇଥିବାବେଳେ ବୁଧବାର ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ କୁଜଙ୍ଗ ବ୍ଲକରେ ଆଉ ୨ଟି ଘାଇ ସୃଷ୍ଟି ହୋଇଛି। ସେଥିମଧ୍ୟରେ ମହାନଦୀର ରାହାମା ନିକଟ ତେରମାଣପୁର ଘେରିବନ୍ଧରେ ଏବଂ ପାଇକା ନଦୀର କାଠକୋଟ ଗାଁ ନିକଟରେ ଘାଇ ସୃଷ୍ଟି ହୋଇଥିବାବେଳେ ପାଇକା ନଦୀର କାଠକୋଟ ଗାଁ ନିକଟରେ ମଧ୍ୟ ପ୍ରାୟ ୩୦ ଫୁଟର ଘାଇ ହୋଇଛି। ଏଥିଯୋଗୁ ୧୨ଟି ପଞ୍ଚାୟତରେ ବନ୍ୟାପାଣି ପ୍ରବେଶ କରିଛି। ତିର୍ତ୍ତୋଲ ବ୍ଲକର ୯ ଓ କୁଜଙ୍ଗ ବ୍ଲକର ୩ ପଞ୍ଚାୟତ ଜଳମଗ୍ନ ହୋଇଥିବା ସୂଚନା ମିଳିଛି।

କୁଶଭଦ୍ରାରେ ଘାଇ
ବନ୍ୟା ଯୋଗୁ ପୁରୀ ଜିଲାର ନିମାପଡ଼ା, ଗୋପ, ଡେଲାଙ୍ଗ, ପିପିଲି ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଗୋପ ବେଦପୁର ପଞ୍ଚାୟତ ଖଣ୍ଡିଆକୁଦଠାରେ କୁଶଭଦ୍ରା ନଦୀରେ ୨୫ ଫୁଟର ଘାଇ ହୋଇଛି। ଫଳରେ ସ୍ଥାନୀୟ ଗଣେଶ୍ୱରପୁର, ନାଗପୁର, ବେଦପୁର, ଅଣ୍ଢରା, ରାହାଁଗୋରଡ଼ା, ଡଭାର ନୂଆଖୋଲମରା ପଞ୍ଚାୟତର ଶତାଧିକ ଗାଁ ପ୍ରଭାବିତ ହୋଇଛି । ଜିଲାପାଳଙ୍କ ସମେତ ଜଳସମ୍ପଦ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ନିମାପଡ଼ା-ଭୁବନେଶ୍ୱର ରାସ୍ତାରେ ୨ ଫୁଟର ପାଣି
ଧନୁଆ ନଦୀ ବନ୍ୟା ଜଳ ନିମାପଡ଼ା-ଭୁବନେଶ୍ୱର ମୁଖ୍ୟ ରାସ୍ତାର ଗରପଦାଠାରେ ଦୁଇ ଫୁଟ ଉଚ୍ଚରେ ଚାଲୁଛି। ନିମାପଡ଼ା-ବଳଙ୍ଗା ରାସ୍ତାର ଧନୁଆ ଛକ ମୁଖ୍ୟରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଉଭୟ ପଟୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ରାଜୁଆ ନଦୀରେ ଘାଇ
ପିପିଲି ଅନ୍ତର୍ଗତ ରାଜୁଆ ନଦୀର ଗଡ଼ସାନପୁଟୁର ପଞ୍ଚାୟତର ଲୋକାପାଳ, ହଳଦିଆପଡ଼ା ଓ ତିରୁମଲ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଛି। ସେହିପରି ଡେଲାଙ୍ଗ ଏବଂ କଣାସ ବ୍ଲକର ଅନେକ ଗାଁ ଜଳବନ୍ଦୀ ହୋଇ ରହିଛି। କଣାସ ବ୍ଲକର ମକରା ଏବଂ ରାଜୁଆ ନଦୀର ଦୁଇଟି ସ୍ଥାନରେ ଘାଇ ହେବା ଫଳରେ ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି। ସେପଟେ ପିପିଲିରେ ମାଧିପୁର ଏବଂ କଣ୍ଟି ଯୋର ବନ୍ୟାଜଳ ଯୋଗୁ ଭାରତୀପୁର ପଞ୍ଚାୟତର ଜମ୍ବିଲା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ରାସ୍ତା ଉପରେ ୩ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି।

୨୪ ଘଣ୍ଟାରେ ମହାନଦୀର ଜଳସ୍ତର ଖସିବ
ବୁଧବାର ବନ୍ୟା ସ୍ଥିତି ସମୀକ୍ଷା କରିବା ପରେ ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି, ୪ଟି ସ୍ଥାନକୁ ଛାଡ଼ିଦେଲେ ଅନ୍ୟ ଯେଉଁ ସ୍ଥାନରେ ଘାଇ କଥା କୁହାଯାଉଛି, ତାହା ଘାଇ ନୁହେଁ, ବ୍ୟାକ୍‌ ୱାଟର। ବୁଧବାର ସ୍ଥିତିକୁ ଦୃଷ୍ଟିରେ ରଖି କଟକରେ ୫୫୦ ସ୍କୁଲ ପିଲାଙ୍କ ସମେତ ୭୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି ଆଠଗଡ଼ରେ ଛେଳି ଚରାଇବାକୁ ଯାଇ ନଦୀ ମଝିରେ ଫସିଯାଇଥିବା ବାପ-ପୁଅଙ୍କୁ ଉଦ୍ଧାର କରାଯାଇଛି। ୨୦୧୧ ପରେ ଛଡ଼ାଯାଇଥିବା ବନ୍ୟା ପାଣିଠାରୁ ଚଳିତ ବର୍ଷ ଅଧିକ ପାଣି ନଦୀଗୁଡିକରେ ଛଡ଼ାଯାଇଛି। ୨୦୧୧ ପରେ ମହାନଦୀରେ ସର୍ବାଧିକ ୯ ଲକ୍ଷ କ୍ୟୁସେକ୍‌ ପାଣି ଛଡ଼ା ଯାଇଥିବାବେଳେ ଚଳିତବର୍ଷ ୧୨ ଲକ୍ଷ କ୍ୟୁସେକ୍‌ ପାଣି ଛଡ଼ାଯାଇଛି। ପାଣି ଅଧିକ ଛଡ଼ା ଯାଉଥିବାରୁ ଘଳିଆ ଉପରେ ସତର୍କ ନଜର ରଖି ଆବଶ୍ୟକ ମରାମତି କରିବାକୁ ଜଳସମ୍ପଦ ବିଭାଗ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ମୁଣ୍ଡଳିରେ ବୁଧବାର ସକାଳ ପର୍ଯ୍ୟନ୍ତ ୧୨ ଲକ୍ଷ କ୍ୟୁସେକରୁ ଅଧିକ ପାଣି ଛଡ଼ା ଯାଇଥିଲା। ଗୁରୁବାର ସକାଳ ସୁଦ୍ଧା ଏହି ପାଣି ଖଲାସ ହୋଇଯିବା ସମ୍ଭାବନା ରହିଛି। ଏହି ପାଣି ଯିବା ପାଇଁ ୯ ଘଣ୍ଟା ସ୍ଥାନରେ ୧୨ ଘଣ୍ଟା ସମୟ ନେଉଛି। ପୂର୍ବାହ୍ନ ୧୦ଟା ପରେ ମୁଣ୍ଡଳିଠାରେ ବନ୍ୟା ପାଣି ସ୍ତର ୧୭ ହଜାର କ୍ୟୁସେକ୍‌ କମିଛି। ଏହା ୨୫ ହଜାର କ୍ୟୁସେକ୍‌କୁ ଖସିଯିବ । ଏବେ ହୀରାକୁଦରୁ ୬ ଲକ୍ଷ ୭୯ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି। ତେଲ ନଦୀର ପାଣି ୨ ଲକ୍ଷ କ୍ୟୁସେକ୍‌ ତଳକୁ ଖସି ଆସିବ ବୋଲି ଆଶା ଥିଲା। ହେଲେ ଏହା ହେଲା ନାହିଁ। ଏହା ବର୍ତ୍ତମାନ ୧.୮୫ କ୍ୟୁସେକକୁ ଖସି ଆସିଛି। ତେବେ ଖଇରାମାଳ ଦେଇ ବନ୍ୟାର ମୁଖ୍ୟ ସ୍ରୋତ ପାଣି ବହି ଯାଇଛି। ଆଗକୁ ମହାନଦୀର ପାଣି କମିବ। ୨୪ ଘଣ୍ଟା ପରେ କଟକ ମୁଣ୍ଡଳିଠାରେ ମଧ୍ୟ ପାଣି ଖସିବ ବୋଲି ଏସ୍‌ଆରସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ତାରାତାରିଣୀ ପୀଠରେ ବାସନ୍ତିକ ନବରାତ୍ରୀ ଉତ୍ସବ ଆରମ୍ଭ: ବେଦମନ୍ତ୍ରରେ ପ୍ରକମ୍ପିତ ରତ୍ନଗିରି ପାହାଡ଼

ପୁରୁଷୋତ୍ତମପୁର,୧୯।୩(ସବିତା ମିଶ୍ର): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତଥା ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଗୁରୁବାର ରାତିରୁ ମହାସମାରୋହରେ ଆରମ୍ଭ ହୋଇଛି ବାସନ୍ତିକ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri