ଯାଜପୁର,୨୫।୮: ଯାଜପୁର ଜିଲାରେ ବୈତରଣୀ ନଦୀର ବନ୍ୟାଜଳ ତାଣ୍ଡବ ରଚିଛି। ଦଶରଥପୁର ଅଞ୍ଚଳର କଟିକଟା ଗାଁର ବୃଦ୍ଧ ଭାଗବତ ମାଝୀ (୭୨)ଙ୍କ ବନ୍ୟାଜଳରେ ବୁଡ଼ି ମୃତ୍ୟୁ ହୋଇଛି। ସେ ନଦୀପଠାରେ ଥିବା ଘରେ ଜୁହାର ହେବା ସମୟରେ ଗୋଡ଼ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ବୈତରଣୀର ଶାଖା ନଦୀ କାଣୀରେ ବନ୍ୟା ଯୋଗୁଁ କସପା ପଞ୍ଚାୟତର ଅହିୟାସ ନିକଟ ଦରଘା (ପିର ମନ୍ଦିର) ପାଖରେ ୧୨୦ ଫୁଟର ଏକ ଘାଇ ସୃଷ୍ଟି ହୋଇଛି। ଏହା ଫଳରେ ବନ୍ୟାଜଳ ଗାଁ ଓ ଅହିୟାସ ବଜାରରେ ପଶିଛି। ଘାଇମୁହଁରେ ଫସିଥିବା ଜଣେ ଶିଶୁ ଓ ମହିଳାଙ୍କୁ ସ୍ଥାନୀୟ ଲୋକେ ବାଉଁଶ ସିଡ଼ି ବ୍ୟବହାର କରି ଉଦ୍ଧାର କରିଛନ୍ତି, କାରଣ ଅଗ୍ନିଶମ ଓ ଓଡ୍ରାଫ ଟିମ୍ ପହଞ୍ଚି ପାରିନଥିଲେ।
ଜିଲାର ୧୪ଟି ପଞ୍ଚାୟତରେ ବନ୍ୟାଜଳ ପ୍ରବାହିତ ହେଉଛି। କସପା ଓ ମଲିକାପୁର ପଞ୍ଚାୟତର ୪୯୦୦ ଲୋକଙ୍କୁ ୯ଟି ଆଶ୍ରୟସ୍ଥଳରେ ରଖାଯାଇଛି।


