Posted inଜାତୀୟ

ଡ୍ରେନ୍‌ରେ ପୁଅକୁ ଖୋଜୁଛନ୍ତି ବାପା, କାନ୍ଦିକାନ୍ଦି ଗଣମାଧ୍ୟମକୁ କହିଲେ ଏମିତି 

ଗୁଆହାଟି,୭।୭: ଆସାମର ବଡ ସହର ଗୁଆହାଟିର ଅନେକ ଅଂଶ ବନ୍ୟା ଜଳରେ ବୁଡ଼ି ରହିଛି । ଏ ବନ୍ୟା ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଏବେ ସୁଦ୍ଧା ୫୮ଜଣଙ୍କ ଜୀବନ ଗଲାଣି । ଅନେକ ଲୋକ ଏବେ ମଧ୍ୟ   ଜଳବନ୍ଦୀ ଅଛନ୍ତି। ଏହା ଭିତରେ ଡ୍ରେନରେ ଏକ କୁନି ଛୁଆ ଭାସିଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ  ଚାଲିଥିଲେ ମଧ୍ୟ ୭୨ ଘଣ୍ଟା ହେବ କୌଣସି ପତ୍ତା ମିଳିପାରିନି । ଏଣେ ୮ବର୍ଷର କୁନି ପୁଅକୁ ବିକଳ ହୋଇ ଖୋଜୁଛନ୍ତି ବାପା ।
ସୂଚନା ଅନୁସାରେ,  ସହରର ଜ୍ୟୋତିନଗର ଅଞ୍ଚଳରେ ହୀରାଲାଲ ତାଙ୍କ କୁନି ପୁଅ  ଅବିନାଶକୁ ଧରି ସ୍କୁଟିରେ ଯାଉଥିବା ବେଳେ ଅବିନାଶ ସ୍କୁଟିରୁ ଖସିପଡି ଖୋଲା ଡ୍ରେନରେ ଭାସିଯାଇଥିଲେ । ଶୁକ୍ରବାର ସନ୍ଧ୍ୟାରୁ ଏବେ ଯାଏ ହୀରାଲାଲ ଏବଂ ଉଦ୍ଧାରକାରୀ ଟିମ୍‌ ଅବିନାଶଙ୍କୁ ଖୋଜୁଛନ୍ତି । ବହୁ ଖୋଜାଖୋଜି ପରେ  ଅବିନାଶଙ୍କର କେବଳ ଚପଲ ମିଳିଥିବା କହିଛନ୍ତି ହୀରାଲାଲ । ଏହି ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଆସି ହୀରାଲାଙ୍କୁ ସମବେଦନା ଜଣାଇଛନ୍ତି ।
ହୀରାଲାଲ କାନ୍ଦି କାନ୍ଦି ଗଣମାଧ୍ୟମକୁ କହିଛନ୍ତି ୭୨ ଘଣ୍ଟା ହେବ ମୁଁ ଖଣ୍ଡେ ଲୁହା ରଡ ଧରି ମୋ ପୁଅକୁ ଖୋଜୁଛି । କିନ୍ତୁ ଏହି ରଡ ସାହାଯ୍ୟରେ ଖୋଜିବା ସମ୍ଭବ ହୋଇପାରୁନି । ସରକାରଙ୍କ ପାଖରେ ମେଶିିନ ରହିଛି । ତେଣୁ ସରକାର ମେଶିନ ସହାୟତାରେ ମୋ ପୁଅକୁ ଖୋଜନ୍ତୁ ।

Enter your email to get our daily news in your inbox.

All Right Reserved By Dharitri.Com

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri