କାଟିଦେଲେ ବନ୍ୟା ପ୍ରତିରୋଧ ଆଡ଼ିବନ୍ଧ: ଅଙ୍ଗନଦୀରୁ ବାଲି ଚୋରାଚାଲାଣ

ବଲାଙ୍ଗୀର,୧୫ା୧(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରଫାଖାଲ ଗଁା ସୀମା ଅଙ୍ଗନଦୀରୁ ବାଲି ଚୋରାଚାଲାଣ କରାଯାଉଛି। ଏଥିପାଇଁ ଦୁର୍ବୃତ୍ତମାନେ ବନ୍ୟା ପ୍ରତିରୋଧ ଆଡ଼ିବନ୍ଧକୁ କାଟିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲାପାଳ, ଏସ୍‌ପି, ଖଣି ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଅଭିଯୋଗ ଅନୁଯାୟୀ, ୧୯୮୨ ମସିହାର ପ୍ରବଳ ବନ୍ୟା ଯୋଗୁ ରଫାଖାଲ ଗ୍ରାମ ବହୁଳ ଭାବେ ପ୍ରଭାବିତ ହୋଇଥିଲା। ଶତାଧିକ ଏକର ଜମିରେ ବନ୍ୟାଜଳ ମାଡିଯିବା ସହ ବାଲିଚର ହୋଇଯାଇଥିଲା। ସେହି ବର୍ଷ ପରଠାରୁ ସାଧାରଣ ବନ୍ୟା ହେଲେ ମଧ୍ୟ ଅଙ୍ଗନଦୀ କୂଳ ଜମିରେ ବାଲିଚର ହୋଇଯାଉଥିଲା। ଗ୍ରାମବାସୀଙ୍କ ବାରମ୍ବାର ଦାବି ଏବଂ ଅନୁରୋଧ ପରେ ପ୍ରାୟ ୬/୭ ବର୍ଷ ତଳେ ସରକାର ରଫାଖାଲ ଗ୍ରାମର ଅଙ୍ଗନଦୀ କୂଳରେ ବନ୍ୟା ପ୍ରତିରୋଧକାରୀ ଆଡିବନ୍ଧ ନିର୍ମାଣ କରିଥିଲେ। ଏହାପରେ ରଫାଖାଲ ଗ୍ରାମ ଓ ଏହାର ଆଖପାଖ ଚାଷଜମି ବନ୍ୟାଜଳରୁ ରକ୍ଷା ପାଇବା ସହ ବାଲିଚରମୁକ୍ତ ହୋଇଥିଲା। ତେବେ କିଛିଦିନ ତଳେ କେତେଜଣ ଦୁର୍ବୃତ୍ତ ଉକ୍ତ ବନ୍ୟା ପ୍ରତିରୋଧକାରୀ ଆଡିବନ୍ଧକୁ ବେଆଇନ ଭାବେ କାଟି ଦେଇଥିବା ଦେଖିବାକୁ ମିଳିଛି। ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଅଙ୍ଗନଦୀରୁ ବାଲିଚୋରି ପାଇଁ ଦୁର୍ବୃତ୍ତମାନେ ଆଡିବନ୍ଧ କାଟି ଦେଇଛନ୍ତି। ନଦୀ ଭିତରକୁ ଜେସିବି, ଟ୍ରାକ୍ଟର ଓ ହାଇୱା ନେବା ପାଇଁ ଆଡିବନ୍ଧରେ ପ୍ରାୟ ୪୦ ଫୁଟ୍‌ କାଟି ରାସ୍ତା ତିଆରି କରିଛନ୍ତି। ଯେଉଁ ସ୍ଥାନରେ ଆଡିବନ୍ଧ କଟାଯାଇଛି ସେଠାରେ ସରକାରୀ ବାଲିଘାଟ ନାହିଁ। ଖଣି ବିଭାଗ ଦ୍ୱାରା କୌଣସି ଲୋକଙ୍କୁ ସେଠାରେ ବାଲି ଠିକା ଦିଆଯାଇନାହିଁ। ଏହାସତ୍ତ୍ୱେ ସେଠାରୁ ପ୍ରତିଦିନ ବାଲି ଚୋରାଚାଲାଣ ହେଉଛି। ଗୋଟିଏ ରାତିରେ ସେଠାରୁ ୩୦/୪୦ ଟ୍ରିପ୍‌ ବାଲି ଚୋରାଚାଲାଣ ହେଉଥିବା ଗ୍ରାମବାସୀ କହିଛନ୍ତି। ଅଙ୍ଗନଦୀ ଆଡିବନ୍ଧ କଟାଯିବା ନେଇ ଲୋଇସିଂହା ଥାନାରେ ସୋମବାର ରଫାଖାଲ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଅଭିଯୋଗପତ୍ର ଦିଆଯାଇଥିଲା। ଏଥିସହ ଏହାର ନକଲ ଜିଲାପାଳ, ଏସ୍‌ପି, ସଦର ଏସ୍‌ଡିପିଓ, ଖଣି ଅଧିକାରୀ ଏବଂ ସାଲେଭଟା ଫାଣ୍ଡି ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଅଙ୍ଗନଦୀରୁ ବାଲି ଚୋରାଚାଲାଣ ହେଉଥିବାରୁ ରାତିରେ ଏହି ରାସ୍ତାରେ ଯିବାଆସିବା କରିବା ବିପଜ୍ଜନକ ହୋଇପଡିଛି। ଆଡିବନ୍ଧ କାଟି ଦେଇଥିବାରୁ ଆଗକୁ ଗ୍ରାମ ଭିତରକୁ ବନ୍ୟାଜଳ ପଶିବ ଏବଂ ଚାଷଜମି ବାଲିଚର ହେବା ଆଶଙ୍କା ଦେଖାଦେଇଛି। ବାଲି ଚୋରଙ୍କ ଉପତ୍ାତ ଯୋଗୁ ଉକ୍ତ ଗ୍ରାମର ଚାଷୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପ୍ରଶାସନ ତୁରନ୍ତ ଏଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି। ଏନେଇ ଖଣି ଅଧିକାରୀ ଚନ୍ଦ୍ରକାନ୍ତ ମହନ୍ତଙ୍କୁ (ମୋବାଇଲ ନମ୍ବର ୭୩୮୧୪୩୫୯୯୬) ଏବଂ ଖଣି ବିଭାଗ ଉପନିର୍ଦ୍ଦେଶକ ବୀରକିଶୋର ତୀର୍କିଙ୍କୁ (ମୋବାଇଲ ନମ୍ବର ୬୩୭୧୦୪୨୬୧୬)ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ଫୋନ୍‌ ଉଠାଇ ନଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଧାନକ୍ରୟ କେନ୍ଦ୍ର ସାମ୍ନାରେ ୨ ଚାଷୀଙ୍କ ଧାରଣା: ସମିତିର ଏମିତି ତ୍ରୁଟି…

ତିହିଡି଼,୧୯/୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ବାରସର ସମବାୟ ସମିତି ଧାନ କ୍ରୟ କେନ୍ଦ୍ର କାର୍ଯ୍ୟାଳୟ ସାମ୍ନାରେ ଗୁରୁବାର ସକାଳଠାରୁ ୨ଜଣ ଚାଷୀ ଧାରଣାରେ ବସିଛନ୍ତି l ତିଆଡ଼ିସାହି…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri