ଅନ୍ଧବିଶ୍ୱାସ: ମହିଳାଙ୍କୁ ଗୁଣିଆଙ୍କ ଚାବୁକ ପ୍ରହାର

ସୁନ୍ଦରଗଡ଼/ବଡ଼ଗାଁ,୧ା୩(ଜୟନାରାୟଣ ମେଣ୍ଡୁଳୀ/ଅଶୋକ ଷଡ଼ଙ୍ଗୀ): ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ମହିଳାଙ୍କୁ ୨ ଜଣ ଗୁଣିଆ ଚାବୁକରେ ନିସ୍ତୁକ ପିଟିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ୍‌ ଲିଟିପଡ଼ାରେ। ଘଟଣା ପରେ ଚାପା ଉତ୍ତେଜନା ଦେଖାଦେଇଛି।
ଘଟଣା ଅନୁଯାୟୀ, ଲିଟିପଡ଼ାର ଜଣେ ଯୁବକଙ୍କ ମାନସିକ ସ୍ଥିତି ଠିକ୍‌ ରହୁ ନ ଥିବାରୁ ମଚାମରା ଗ୍ରାମର ଗଗନ ନାମକ ଜଣେ ଗୁଣିଆଙ୍କୁ ଠିକ୍‌ କରିଦେବାକୁ ତାଙ୍କ ପରିବାର ଲୋକେ କହିଥିଲେ। ଭୂତ ଓ ଗ୍ରହଦୋଷ ଯୋଗୁ ଏଭଳି ହୋଇଥିବା କହି ଶୁକ୍ରବାର ସନ୍ଧ୍ୟାରେ ଆଶା ବାଗେଙ୍କ ଘରକୁ ଗଗନ ଓ ତାଙ୍କର ଜଣେ ସହଯୋଗୀ ଆସିଥିଲେ। ରାତି ୮ଟାରେ ପୂଜାପାଠ କରିବା ସମୟରେ ସେଠାରେ ପୂଜା ଦେଖିବାକୁ ଯାଇଥିବା ସଙ୍ଗୀତା ବାଗେଙ୍କୁ ଗୁଣିଆମାନେ ହଠାତ୍‌ ଚାବୁକରେ ନିସ୍ତୁକ ମାଡ଼ ମାରିଥିଲେ। ରାତି ୧୦ଟାରେ ଗୁଣିଆମାନେ ସଙ୍ଗୀତାଙ୍କ ଘରକୁ ଯାଇ ପୂଜା କୋଠରିରେ ଜବରଦସ୍ତ ପଶି ଦେବୀଦେବତାଙ୍କ ଫଟୋ ଓ ମୂର୍ତ୍ତିଗୁଡ଼ିକୁ ଘରୁ ବାହାର କରି ଫିଙ୍ଗିଦେଇଥିଲେ। ରାତି ୧୨ଟା ପର୍ଯ୍ୟନ୍ତ ମହିଳାଙ୍କୁ କିଛି ସମୟ ବ୍ୟବଧାନରେ ଗୁଣିଆମାନେ ମାଡ଼ମାରି ଚାଲିଥିଲେ। ମହିଳାଙ୍କ ସ୍ବାମୀ ମୁନା ବାଗେ ଏହାକୁୁ ବିରୋଧ କରିଥିଲେ ମଧ୍ୟ ଗୁଣିଆମାନେ ଶୁଣି ନ ଥିଲେ। ଖବର ଲେଖା ହେବା ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri