Posted inଖେଳ

ଲାଇଭ୍‌ ମ୍ୟାଚ୍‌ ଚାଲିଥିବାବେଳେ ହେଲା ଫିକ୍ସିଂ, ଜାଣିଶୁଣି ଖେଳାଳି ହେଲେ ଆଉଟ୍‌: ଭାଇରାଲ ହେଉଛି ଭିଡିଓ

କୋଲକାତା,୨୯।୨: କୋଲକାତାର ପ୍ରଥମ ଡିଭିଜନ ଗ୍ରୁପ ଏ ଲିଗରେ ଟାଉନ କ୍ଲବ ଏବଂ ମହମ୍ମଦାନ ସ୍ପୋର୍ଟିଂ କ୍ଲବ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ମ୍ୟାଚର ଏହି ଭିଡିଓ କ୍ରିକେଟ ଜଗତର ଦୃଷ୍ଟି ଆକର୍ଷଣ କରିଛି। ଭିଡିଓରେ ମହମ୍ମଦାନ ଦଳର ବ୍ୟାଟ୍ସମ୍ୟାନ ଜାଣିଶୁଣି ବଲ ଛାଡିଥିବା ଦେଖାଯାଇଛି, ଯେଉଁଥିରେ ସେ ଆଉଟ୍‌ ହୋଇଛନ୍ତି।
ପ୍ରଥମେ ବ୍ୟାଟିଂ କରି ଟାଉନ କ୍ଲବ ୪୪୬ ରନ ସଂଗ୍ରହ କରିଥିଲା। ଯେତେବେଳେ ମହମ୍ମଦାନ ଦଳ ବ୍ୟାଟିଂ କରିବାକୁ ଆସିଥିଲେ, ସେତେବେଳେ ମ୍ୟାଚ ଫିକ୍ସିଂର ପ୍ରମାଣ ସାମ୍ନାକୁ ଆସିଥିଲା। କାରଣ ଓପନର୍‌ ସମ୍ବିତ ରାୟ ୨୦ ରନ୍‌ରେ ବ୍ୟାଟିଂ କରୁଥିବାବେଳେ ସନ୍ଦୀପ ତୋମାରଙ୍କ ବିପକ୍ଷରେ ଷ୍ଟମ୍ପ ଆଉଟ୍‌ ହୋଇଥିଲେ। ସମ୍ବିତ କ୍ରିଜକୁ ଫେରିବା ପାଇଁ କୌଣସି ପ୍ରୟାସ କରି ନ ଥିଲେ, ଯାହାଫଳରେ ପିଚରେ ତାଙ୍କର ଉଦ୍ଦେଶ୍ୟ ବିଷୟରେ କଳ୍ପନାଜଳ୍ପନାର କାରଣ ହୋଇଥିଲା।
ଅଧିନାୟକ ଦୀପ ଚାଟାର୍ଜୀ ମଧ୍ୟ ଏହି ଘଟଣାରେ ଜଡିତ ହୋଇପାରନ୍ତି। ଚାଟାର୍ଜୀ ତୋମାରଙ୍କ ବଲ ଛାଡିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଷ୍ଟମ୍ପର ଅତି ନିକଟ ଥିଲା। ଏଥିରେ ସେ ଆଉଟ୍‌ ହୋଇଥିଲେ। ଏହାର କିଛି ସମୟ ପରେ ନୀତିନ ବର୍ମାଙ୍କ ନିଷ୍ପତ୍ତି ମଧ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା।
ବଙ୍ଗଳାର ପୂର୍ବତନ କ୍ରିକେଟର ଶ୍ରୀବତ୍ସ ଗୋସ୍ବାମୀ ମଧ୍ୟ ଫେସବୁକରେ ଲେଖିଛନ୍ତି, କୋଲକାତା କ୍ରିକେଟ ସର୍କିଟରେ ଏହି ଘଟଣା ଦେଖି ସେ ଅତ୍ୟନ୍ତ ନିରାଶ ଓ ଲଜ୍ଜିତ। ସେ ଦଳଗୁଡ଼ିକୁ ବେଙ୍ଗଲ କ୍ରିକେଟ ନଷ୍ଟ ନ କରିବାକୁ କହିଥିଲେ ଏବଂ ଏହି ପ୍ରସଙ୍ଗରେ ମିଡିଆ ହସ୍ତକ୍ଷେପ ଲୋଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri