୫ ବର୍ଷ ପରେ ଧରାପଡିଲେ କୁଖ୍ୟାତ ଅପରାଧୀ

ବାଲେଶ୍ୱର ଅଫିସ, ୧୮।୨: ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଦୁର୍ଦ୍ଦାନ୍ତ ଡକାୟତ ନବକିଶୋର ଦେଙ୍କୁ ବୁଧବାର ବିଳମ୍ବିତ ରାତିରେ ଗିରଫ କରିଛି। ତାଙ୍କ ନିକଟରୁ ୪ ବନ୍ଧୁକ, ୧୨ରାଉଣ୍ଡ ଗୁଳି, ଟର୍ଚ୍ଚ ଓ ୧୨ଶହ ଟଙ୍କା ଜବତ କରାଯାଇଛି। ଏନେଇ ସହଦେବଖୁଣ୍ଟା ଥାନାରେ ମାମଲା (ନଂ.୫୫/୨୧) ରୁଜୁ କରାଯାଇ ଦଫା ୩୯୨/୩୯୮ ଆଇପିସି ୨୫/୨୭ ଆର୍ମସ ଆକ୍ଟରେ ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ନବକିଶୋରଙ୍କ ଘର ଚାନ୍ଦିପୁର ଥାନା ପାତ୍ରପଡ଼ା ଗ୍ରାମରେ। ସେ ଗ୍ୟାଙ୍ଗଷ୍ଟାରମାନଙ୍କ ସହ ସମ୍ପୃକ୍ତ ରହି ସ୍ଥାନୀୟ ବ୍ୟବସାୟୀ, ବାଲି ବେପାରୀ, ଜମି ବ୍ୟବସାୟୀ ଏବଂ ବିଲ୍ଡର୍ସମାନଙ୍କୁ ଧମକ ଦେଇ ଦାଦାବଟି ଆଦାୟ କରୁଥିଲେ। ତାଙ୍କ ନାମରେ ହତ୍ୟା, ଛିନ୍‌ତାଇ, ଡକାୟତି ଭଳି ବହୁ ମାମଲା ଜିଲାର ବିଭିନ୍ନ ଥାନାରେ ରହିଛି। ସହଦେବଖୁଣ୍ଟା ଥାନାରେ ମାମଲା (ନଂ. ୨୬୩/୧୧, ୧୪୮/୧୬, ୩୦୪/୧୭, ୨୦୫/୧୯, ୫୫/୨୧), ଟାଉନ୍‌ ଥାନାରେ ମାମଲା (ନଂ. ୧୧୨/୧୧, ୩୫/୧୨) ଓ ଶିଳ୍ପାଞ୍ଚଳ ଥାନାରେ ମାମଲା (ନଂ. ୧୨୪/୧୭) ରହିଛି। ସହଦେବଖୁଣ୍ଟା ମଡ଼େଲ ଥାନା ସବ୍‌ଇନ୍ସପେକ୍ଟର ବିରଞ୍ଚତ୍ ସାହୁଙ୍କ ସୂଚନା ଅନୁଯାୟୀ, ୧୬ନଂ. ଜାତୀୟ ରାଜପଥର ନହରପାଟଣା ପୋଲ ଉପରେ ନବକିଶୋର ପ୍ରଥମେ ଜଣଙ୍କୁ ଅଟକାଇ ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ୩ଶହ ଟଙ୍କା ଆଦାୟ କରିଥିଲେ। ପରେ ଅନ୍ୟ ଜଣଙ୍କ ପାଖରୁ ବନ୍ଧୁକ ଦେଖାଇ ୨ଶହ ଟଙ୍କା ଲୁଟ୍‌ କରିଥିଲେ। ପୋଲିସ ପହଞ୍ଚି ତାଙ୍କୁ କୌଶଳ କ୍ରମେ ଗିରଫ କରିଥିଲା। ଗତ ୨୦୧୬ରେ ହୋଇଥିବା ଖାସୁଆ ହତ୍ୟା ମାମଲା ଏବଂ ଆନନ୍ଦବଜାରରେ ହୋଇଥିବା ହତ୍ୟା ମାମଲାରେ ନବକିଶୋର ସମ୍ପୃକ୍ତ ଥିଲେ। ପୋଲିସ ଦୀର୍ଘ ଦିନ ହେଲା ତାଙ୍କୁ ଖୋଜୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri