ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସିବେ ୫ଟି ସଚିବ

କେସିଙ୍ଗା,୧୭।୫(ଡିଏନଏ) ଆସନ୍ତା ୧୯ ଓ ୨୦ ତାରିଖ ଶୁକ୍ରବାର ଏବଂ ଶନିବାର ୫ଟି ସଚିବ ଭି.କେ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସୁଛନ୍ତି। ଏନେଇ କେସିଙ୍ଗା ବିଡ଼ିଓ ପ୍ରଫୁଲ କୁମାର ଅଦୁ ସୂଚନା ଦେଇଛନ୍ତି। ପ୍ରଥମେ ୧୯ ତାରିଖରେ କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମ ପଞ୍ଚାୟତର ଐତିହାସିକ ପୁରୁଣା ଶିବ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି। ପରେ ମଦନପୁର ରାମପୁର ବ୍ଲକ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି କଳାହାଣ୍ଡି ଦୁଇ ଦିନିଆ ଗସ୍ତ ସମୟରେ ଜିଲାର ୧୩ଟି ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି।