ପୋଲିସକୁ ବୋମା ଫିଙ୍ଗି ଖସିଗଲେ ୨, ଧରାପଡ଼ିଲେ ୫ ଅଭିଯୁକ୍ତ

ଗୋପାଳପୁର,୩ା୩(ଡି.ଏନ.ଏ.): ବ୍ରହ୍ମପୁର ପୋଲିସ ଜିଲା ଅଧୀନ ୪ ଥାନା ଅଞ୍ଚଳରୁ ଗତ ୬ରୁ ୭ ମାସ ମଧ୍ୟରେ ଏକାଧିକ ଘରୁ ଚୋରି ଘଟଣାରେ ସମ୍ପୃକ୍ତ ୫ ଚୋରଙ୍କୁ ଗୋଳନ୍ଥରା ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ବଡ଼ବଜାର ଥାନା ସୁକୁଣ୍ଡା ଗ୍ରାମର ସିଏଚ୍‌ ରାମବାବୁ , ଏସ.ଶ୍ରୀନୁ , ଏସ.ଗଣେଶ , ସିଏଚ୍‌ ସେନବାବୁ ଓ ପି. ନରସିଂହ। ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଏହି ଗ୍ୟାଙ୍ଗର ଆଉ ୨ ଜଣ ଖସିଯାଇଥିବା ଜଣାପଡ଼ିଛି।
ଗତ କିଛିଦିନ ହେଲା ଗୋଳନ୍ଥରା, ବ୍ରହ୍ମପୁର ସଦର, ବୈଦ୍ୟନାଥପୁର, ଗୋପାଳପୁର ଓ ବଡ଼ବଜାର ଅଞ୍ଚଳରେ ବିଭିନ୍ନ ତାଲା ବନ୍ଦ ଘରୁ ଲୁଟପାଟ ହେଉଥିଲା। ଏହି ଘଟଣା ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଥିଲା। ବୁଧବାର ରାତିରେ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ଅଞ୍ଚଳରେ ଏକ ଘରେ କିଛିଜଣ ଦୁର୍ବୃତ୍ତ ପଶି ଡକାୟତି ଯୋଜନା କରୁଥିଲେ। ଖବରପାଇ ପାଟ୍ରୋଲିଂ କରୁଥିବା ଗୋଳାନ୍ଥରା ପୋଲିସ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ୨ ଦୁର୍ବୃତ୍ତ ବୋମା ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ହେଲେ ଅନ୍ୟ ୫ ଚୋରଙ୍କୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିଲା। ସେମାନଙ୍କଠାରୁ ଗୋଟିଏ କାତି, ଦୁଇଟି ଲୁହାରଡ଼, ୩ ବୋମା, ୪୦ ଗ୍ରାମ ସୁନା ଅଳଙ୍କାର, ୨ କେଜି ୬୦୦ ଗ୍ରାମ ରୂପା, ୨୦ ହଜାର ଟଙ୍କା ଜବତ କରାଯାଇଥିଲା। ୫ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ସେମାନେ ଗୋଳନ୍ଥରା, ବ୍ରହ୍ମପୁର ସଦର, ବୈଦ୍ୟନାଥପୁର, ଗୋପାଳପୁର ଓ ବଡ଼ବଜାର ଅଞ୍ଚଳର ବିଭିନ୍ନ ଘରୁ ଚୋରି କରିଥିବା ସ୍ବୀକାର କରିଥିଲେ। ଏନେଇ ଗୋଳନ୍ଥରା ଥାନା ପୋଲିସ ଏକ ମାମଲା(ନଂ. ୮୦/୨୨) ରୁଜୁ କରିିଛି। ଅଭିଯୁକ୍ତଙ୍କ ନାମରେ ଗୋଳନ୍ଥରା ଥାନାରେ ୫ଟି, ବ୍ରହ୍ମପୁର ସଦର ଥାନାରେ ୩ଟି, ବୈଦ୍ୟନାଥପୁର ଥାନାରେ ୨ଟି, ଗୋପାଳପୁର ୨ଟି ଓ ବଡ଼ବଜାର ୨ଟି ମାମଲା ରହିଥିବା ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି। ଚୋରି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର କାବୁ କରାଯିବ ବୋଲି ପୋଲିସ କହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

କିସ୍‌ରେ ୯ମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ମା’ ଆଣିଲେ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୧୩॥୧୨: ଭୁବନେଶ୍ୱର କିସ୍‌ରେ ୯ମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ର କେନ୍ଦୁଝର ଟାଉନ ଥାନା ଟିକରଗୁମୁରା ଗାଁର।ଛାତ୍ରଙ୍କ ଶରୀରରେ କ୍ଷତ ଚିହ୍ନ...

ଭିନ୍ନ ଷ୍ଟାଇଲରେ ପୁଅ ସହ ମେସିଙ୍କୁ ଭେଟିଲେ ଶାହାରୁଖ, ଭିଡିଓ ଭାଇରାଲ

କୋଲକାତା,୧୩।୧୨: ଭାରତୀୟ ପ୍ରଶଂସକମାନେ ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ଯେତେବେଳେ ବଲିଉଡର ‘ବାଦଶାହା’ ଶାହରୁଖ ଖାନ ଏବଂ ଫୁଟବଲର ‘ବାଦଶାହା’ ଲିଓନେଲ ମେସିଙ୍କ ସାକ୍ଷାତ...

IS ଟାର୍ଗେଟରେ ଶିବରାଜ, ବଢିଲା ସୁରକ୍ଷା

ନୂଆଦିଲ୍ଲୀ,୧୩।୧୨: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟପ୍ରଦେଶ ଡିଜିପିଙ୍କୁ ଏକ ଚିଠି ପଠାଇ କହିଛି...

ତାରାତାରିଣୀ ମନ୍ଦିରର ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ ତହସିଲଦାର

ପୁରୁଷୋତ୍ତମପୁର,୧୩।୧୨ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରଶିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିରର ନୂତନ ନିର୍ବାହୀ ଅଧିକାରୀ ଭାବରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା...

ଇଣ୍ଡିଗୋ ସଙ୍କଟକୁ ନେଇ ନୂଆ ଟୁଇଷ୍ଟ, DGCA ଯାଞ୍ଚରେ ଆସିଲା ଚମକାଇବା ଭଳି ତଥ୍ୟ, ଜାଣିଶୁଣି କରାଯାଇଥିଲା…

ନୂଆଦିଲ୍ଲୀ,୧୩।୧୨: ସମ୍ପ୍ରତି, ଇଣ୍ଡିଗୋ ବିମାନ ବାତିଲ ଯୋଗୁ ଲକ୍ଷ ଲକ୍ଷ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଲୋକମାନଙ୍କୁ କିଛି ଦିନ ପାଇଁ ସେମାନଙ୍କର ଯାତ୍ରା...

ଜାତୀୟ ଲୋକ ଅଦାଲତ: ୫୮ଟି ବିଭିନ୍ନ ମାମଲାର ଫଇସଲା

ପୁରୁଷୋତ୍ତମପୁର,୧୩।୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାରବିଭାଗିୟ ଅଦାଲତ ପରିଷରରେ ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ଜାତୀୟ ଲୋକ ଅଦାଲତ ଶନିବାର ଅନୁଷ୍ଟିତ ହୋଇଯାଇଛି...

ଦୁଇ ଦିନ ହେଲାଣି ତୁଷାରପାତ, ପ୍ରବଳ ଥଣ୍ଡାରେ ଥରୁଛି ଜି.ଉଦୟଗିର

ଜି.ଉଦୟଗିରି, ୧୨।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଶୀତଳତମ ସହର ଜି.ଉଦୟଗିରି ଅଞ୍ଚଳରେ ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ଜାଡ଼ ଥଣ୍ଡା ସହ କୋହଲା...

ମାତ୍ର ୧ ବର୍ଷ ବୟସରେ ଇତିହାସ ରଚିଲେ ବେଦ ପରେଶ: ୮ ସେକେଣ୍ଡରେ କଲେ…

ନୂଆଦିଲ୍ଲୀ,୧୩।୧୨: ଏକ ବର୍ଷର ବେଦ ପରେଶ କ୍ରୀଡା ଜଗତରେ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ମହାରାଷ୍ଟ୍ରର ରତ୍ନଗିରିର ବାସିନ୍ଦା, ବେଦ ଇଣ୍ଡିଆ ବୁକ ଅଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri