ବନ୍ଦ ପଡ଼ିଛି ରାଜ୍ୟର ୫ ଚିନିକଳ

ଯାଜପୁର ଅଫିସ,୨୬ା୪: ରାଜ୍ୟରେ ଖଣିଜ ସମ୍ପଦଭିତ୍ତିକ ଶିଳ୍ପାୟନକୁ ବିକାଶର ଏକମାତ୍ର ଆଧାର ଭାବେ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏହାଦ୍ୱାରା କୃଷିର କିପରି ବିନାଶ ସାଧିତ ହେଉଛି ତାହା ଜଳଜଳ ହୋଇ ଦିଶୁଛି। କୃଷିଭିତ୍ତିକ ସମବାୟ ଶିଳ୍ପକୁ ସରକାର ଅଣଦେଖା କରୁଥିବାରୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଚିନିକଳ ବନ୍ଦ ହେବାରେ ଲାଗିଛି। ବରଗଡ, ନୟାଗଡ, ବଡ଼ମ୍ବା, କୃଷ୍ଣନଗର ଓ ବିଜୟାନନ୍ଦ ଚିନିକଳକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏଥିପାଇଁ ରାଜ୍ୟରେ ଆଖୁ ଚାଷ ଲୋପ ପାଇବାକୁ ବସିଛି।
ସଦ୍ୟ ସମାପ୍ତ ବିଧାନସଭାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ସମବାୟ ସମିତିର ଡେପୁଟି ରେଜିଷ୍ଟ୍ରାର(ମାର୍କେଟିଂ) ରାଜ୍ୟର ୫ ସମବାୟ ଚିନିକଳ ସମ୍ପର୍କରେ ତଥ୍ୟ ରଖିଛନ୍ତି। ଆସ୍କା, ବରଗଡ଼, ନୟାଗଡ଼, ବଡମ୍ବା ଓ ବିଜୟାନନ୍ଦ ସମବାୟ ଚିନିକଳ ପ୍ରତିଷ୍ଠା ହୋଇଥିଲା। ତନ୍ମଧ୍ୟରୁ ବଲାଙ୍ଗୀରରେ ଥିବା ବିଜୟାନନ୍ଦ ଚିନିକଳ, ବରଗଡ଼ରେ ଥିବା ବରଗଡ ଚିନିକଳ ଅଚଳ ଅବସ୍ଥାରେ ରହିଛି। ନୟାଗଡ଼ ଓ ବଡମ୍ବାରେ ଥିବା ଚିନିକଳ ଯଥାକ୍ରମେ ନୟାଗଡ଼ ସୁଗାର କମ୍ପ୍ଲେକ୍ସ ଲିଃ, ଲକ୍ଷ୍ମୀପତି ବାଲାଜୀ ସୁଗାର ଓ ଡିଷ୍ଟିଲେରୀ ପ୍ରାଇଭେଟ ଲିଃକୁ ୨୦୦୪ ଓ ୨୦୦୫ରୁ କ୍ରୟ ବିକ୍ରୟ ଚୁକ୍ତିନାମା ଅନୁଯାୟୀ ହସ୍ତାନ୍ତର କରାଯାଇଛି। ଅବଶିଷ୍ଟ ଆସ୍କା ସମବାୟ ଚିନିକଳ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି। ବରଗଡ଼ ଚିନି କଳ ୨୦୧୭-୧୮ ବର୍ଷରୁ କ୍ରମାଗତ କ୍ଷତି ତଥା ଆର୍ଥିକ ସଙ୍କଟ ଏବଂ ଏହାର ଯନ୍ତ୍ରପାତି ମରାମତି ଓ ନବୀକରଣ ହୋଇ ପାରି ନ ଥିବାରୁ ଆଖୁପେଡା, ଚିନି ଉପତ୍ାଦନ ବନ୍ଦ ଅଛି। ବିଜୟାନନ୍ଦ ଚିନି କଳର ଦୁର୍ବଳ ଆର୍ଥିକ ଅବସ୍ଥା ଓ ଅନ୍ୟାନ୍ୟ ଅନିୟମିତତା କାରଣ ଯୋଗୁ ୬ା୪ା୨୦୧୪ ତାରିଖରୁ ବନ୍ଦ ହୋଇଛି। ଏହି ଚିନିକଳ ଉପରେ ସମବାୟ ବ୍ୟାଙ୍କ ଲିଃ ଭୁବନେଶ୍ୱର ପ୍ରାୟ ୫୨.୨୩ କୋଟି ଟଙ୍କା ବକେୟା ଋଣ ପରିଶୋଧ ନିମନ୍ତେ ଚିନିକଳକୁ ନିଲାମ କରିବାକୁ ପ୍ରକ୍ରିୟା ଜାରି ରଖିଛି। ବରଗଡ଼ ଚିନିକଳକୁ ସଚଳ କରିବା ପାଇଁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁସାରେ ଜାତୀୟ ଚିନି ଗବେଷଣା ସଂସ୍ଥା ବା ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୁଗାର(ସିଆଇଏସ୍‌) କାନପୁରର ୨ ଜଣ ଗବେଷକ ଏହି କାରଖାନାକୁ ପରିଦର୍ଶନ କରିଛନ୍ତି। ଏଥିପାଇଁ ୨୧୮୪.୦୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଏକ ସବିଶେଷ ପ୍ରକଳ୍ପ ବିବରଣୀ(ଡିପିଆର) ସରକାରଙ୍କୁ ପ୍ରଦାନ କରାଯାଇଛି। ବରଗଡ଼ ଚିନିକଳ ପାଇଁ ଗତ ୧୧ ବର୍ଷରେ ୪୦୪୩.୩୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ତେବେ ସରକାରଙ୍କ ଆବଣ୍ଟିତ ଏହି ଅର୍ଥକୁ ଉପଯୁକ୍ତ ଭାବେ ଖର୍ଚ୍ଚ ନ କରି ବ୍ୟାପକ ହେରଫେର କରାଯାଉଥିବାରୁ ଗତ ୪ ବର୍ଷ ହେଲା ବରଗଡ଼ ଚିନିକଳ ବନ୍ଦ ହୋଇଥିବା ମତପ୍ରକାଶ ପାଇଛି। ଏହି କାରଣରୁ ଶତାଧିକ ଅଧିକାରୀ ଓ କର୍ମଚାରୀ ରୋଜଗାର ହରାଇଛନ୍ତି।
ତେବେ ଯାଜପୁର ଜିଲାର ବରୀ ବ୍ଲକ ସେରପୁର ପଞ୍ଚାୟତ ଅଧୀନ କୃଷ୍ଣନଗର ଗ୍ରାମରେ ପ୍ରତିଷ୍ଠା ହୋଇଥିବା ଏକ ସରକାରୀ ଚିନି କାରଖାନାକୁ ସରକାର ଭୁଲି ଯାଇଛନ୍ତି। ୧୯୭୫ରେ ତତ୍କାଳୀନ ଶିଳ୍ପମନ୍ତ୍ରୀ କାହ୍ନୁଚରଣ ଲେଙ୍କା ଏହି ଚିନିକଳକୁ ଉଦ୍‌ଘାଟନ କରିିଥିଲେ। ଏଥିରେ ଜଣେ ମ୍ୟାନେଜରଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଓ ୧୦୦ରୁ ଊର୍ଦ୍ଧ୍ୱ ଶ୍ରମିକ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ ୨୦ଜଣ ଶ୍ରମିକଙ୍କୁ ସରକାର ନିଯୁକ୍ତି ଦେଇଥିବାବେଳେ ଅନ୍ୟ ଶ୍ରମିକମାନେ ଠିକାରେ କାମ କରି ସେମାନଙ୍କ ପାରିଶ୍ରମିକ ପାଉଥିଲେ। ବରୀ ବ୍ଲକର ଗମୁ, କୃଷ୍ଣନଗର, ସେରପୁର, ପାଣିକଣା, ବେଞ୍ଜରାପୁର, ମାଟିଆପଡା, ହଳଦୀବସନ୍ତ, ବାଲିଆ ଆଦି ଅଞ୍ଚଳର ଆଖୁ ଚାଷୀମାନେ ସେମାନଙ୍କ କ୍ଷେତରୁ ଶଗଡ଼ରେ ଆଖୁ ବୋଝେଇ କରି ଏହି ଚିନିକଳରେ ଦେଉଥିଲେ। ୨୧ା୧୧ା୧୯୮୮ ତାରିଖରୁ ଏହି ଚିନି କଳ ବନ୍ଦ ରହିଛି। ଏହାର ପୁନଃରୁଦ୍ଧାର ପାଇଁ ମଧ୍ୟ କାହାରି ଆନ୍ତରିକତା ଦିଶୁନାହିଁ। ଏଭଳି ସ୍ଥିତିରେ ଯାଜପୁର ଜିଲା ତଥା ରାଜ୍ୟ କୃଷିଭିତ୍ତିକ ସମବାୟ ଶିଳ୍ପ ଅଲୋଡ଼ା ହୋଇଛି। କଳିଙ୍ଗନଗରରେ ଶିଳ୍ପ ପ୍ରତିଷ୍ଠା କରି ଶିଳ୍ପପତିମାନେ ମାଲାମାଲ ହେଉଥିବାବେଳେ କୃଷି ଓ କୃଷକଙ୍କ ପ୍ରତି ଅବହେଳା ଏଥିରୁ ଜଳଜଳ ହୋଇ ଦିଶୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri