ବନ୍ଦ ପଡ଼ିଛି ରାଜ୍ୟର ୫ ଚିନିକଳ

ଯାଜପୁର ଅଫିସ,୨୬ା୪: ରାଜ୍ୟରେ ଖଣିଜ ସମ୍ପଦଭିତ୍ତିକ ଶିଳ୍ପାୟନକୁ ବିକାଶର ଏକମାତ୍ର ଆଧାର ଭାବେ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏହାଦ୍ୱାରା କୃଷିର କିପରି ବିନାଶ ସାଧିତ ହେଉଛି ତାହା ଜଳଜଳ ହୋଇ ଦିଶୁଛି। କୃଷିଭିତ୍ତିକ ସମବାୟ ଶିଳ୍ପକୁ ସରକାର ଅଣଦେଖା କରୁଥିବାରୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଚିନିକଳ ବନ୍ଦ ହେବାରେ ଲାଗିଛି। ବରଗଡ, ନୟାଗଡ, ବଡ଼ମ୍ବା, କୃଷ୍ଣନଗର ଓ ବିଜୟାନନ୍ଦ ଚିନିକଳକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏଥିପାଇଁ ରାଜ୍ୟରେ ଆଖୁ ଚାଷ ଲୋପ ପାଇବାକୁ ବସିଛି।
ସଦ୍ୟ ସମାପ୍ତ ବିଧାନସଭାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ସମବାୟ ସମିତିର ଡେପୁଟି ରେଜିଷ୍ଟ୍ରାର(ମାର୍କେଟିଂ) ରାଜ୍ୟର ୫ ସମବାୟ ଚିନିକଳ ସମ୍ପର୍କରେ ତଥ୍ୟ ରଖିଛନ୍ତି। ଆସ୍କା, ବରଗଡ଼, ନୟାଗଡ଼, ବଡମ୍ବା ଓ ବିଜୟାନନ୍ଦ ସମବାୟ ଚିନିକଳ ପ୍ରତିଷ୍ଠା ହୋଇଥିଲା। ତନ୍ମଧ୍ୟରୁ ବଲାଙ୍ଗୀରରେ ଥିବା ବିଜୟାନନ୍ଦ ଚିନିକଳ, ବରଗଡ଼ରେ ଥିବା ବରଗଡ ଚିନିକଳ ଅଚଳ ଅବସ୍ଥାରେ ରହିଛି। ନୟାଗଡ଼ ଓ ବଡମ୍ବାରେ ଥିବା ଚିନିକଳ ଯଥାକ୍ରମେ ନୟାଗଡ଼ ସୁଗାର କମ୍ପ୍ଲେକ୍ସ ଲିଃ, ଲକ୍ଷ୍ମୀପତି ବାଲାଜୀ ସୁଗାର ଓ ଡିଷ୍ଟିଲେରୀ ପ୍ରାଇଭେଟ ଲିଃକୁ ୨୦୦୪ ଓ ୨୦୦୫ରୁ କ୍ରୟ ବିକ୍ରୟ ଚୁକ୍ତିନାମା ଅନୁଯାୟୀ ହସ୍ତାନ୍ତର କରାଯାଇଛି। ଅବଶିଷ୍ଟ ଆସ୍କା ସମବାୟ ଚିନିକଳ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି। ବରଗଡ଼ ଚିନି କଳ ୨୦୧୭-୧୮ ବର୍ଷରୁ କ୍ରମାଗତ କ୍ଷତି ତଥା ଆର୍ଥିକ ସଙ୍କଟ ଏବଂ ଏହାର ଯନ୍ତ୍ରପାତି ମରାମତି ଓ ନବୀକରଣ ହୋଇ ପାରି ନ ଥିବାରୁ ଆଖୁପେଡା, ଚିନି ଉପତ୍ାଦନ ବନ୍ଦ ଅଛି। ବିଜୟାନନ୍ଦ ଚିନି କଳର ଦୁର୍ବଳ ଆର୍ଥିକ ଅବସ୍ଥା ଓ ଅନ୍ୟାନ୍ୟ ଅନିୟମିତତା କାରଣ ଯୋଗୁ ୬ା୪ା୨୦୧୪ ତାରିଖରୁ ବନ୍ଦ ହୋଇଛି। ଏହି ଚିନିକଳ ଉପରେ ସମବାୟ ବ୍ୟାଙ୍କ ଲିଃ ଭୁବନେଶ୍ୱର ପ୍ରାୟ ୫୨.୨୩ କୋଟି ଟଙ୍କା ବକେୟା ଋଣ ପରିଶୋଧ ନିମନ୍ତେ ଚିନିକଳକୁ ନିଲାମ କରିବାକୁ ପ୍ରକ୍ରିୟା ଜାରି ରଖିଛି। ବରଗଡ଼ ଚିନିକଳକୁ ସଚଳ କରିବା ପାଇଁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁସାରେ ଜାତୀୟ ଚିନି ଗବେଷଣା ସଂସ୍ଥା ବା ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୁଗାର(ସିଆଇଏସ୍‌) କାନପୁରର ୨ ଜଣ ଗବେଷକ ଏହି କାରଖାନାକୁ ପରିଦର୍ଶନ କରିଛନ୍ତି। ଏଥିପାଇଁ ୨୧୮୪.୦୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଏକ ସବିଶେଷ ପ୍ରକଳ୍ପ ବିବରଣୀ(ଡିପିଆର) ସରକାରଙ୍କୁ ପ୍ରଦାନ କରାଯାଇଛି। ବରଗଡ଼ ଚିନିକଳ ପାଇଁ ଗତ ୧୧ ବର୍ଷରେ ୪୦୪୩.୩୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ତେବେ ସରକାରଙ୍କ ଆବଣ୍ଟିତ ଏହି ଅର୍ଥକୁ ଉପଯୁକ୍ତ ଭାବେ ଖର୍ଚ୍ଚ ନ କରି ବ୍ୟାପକ ହେରଫେର କରାଯାଉଥିବାରୁ ଗତ ୪ ବର୍ଷ ହେଲା ବରଗଡ଼ ଚିନିକଳ ବନ୍ଦ ହୋଇଥିବା ମତପ୍ରକାଶ ପାଇଛି। ଏହି କାରଣରୁ ଶତାଧିକ ଅଧିକାରୀ ଓ କର୍ମଚାରୀ ରୋଜଗାର ହରାଇଛନ୍ତି।
ତେବେ ଯାଜପୁର ଜିଲାର ବରୀ ବ୍ଲକ ସେରପୁର ପଞ୍ଚାୟତ ଅଧୀନ କୃଷ୍ଣନଗର ଗ୍ରାମରେ ପ୍ରତିଷ୍ଠା ହୋଇଥିବା ଏକ ସରକାରୀ ଚିନି କାରଖାନାକୁ ସରକାର ଭୁଲି ଯାଇଛନ୍ତି। ୧୯୭୫ରେ ତତ୍କାଳୀନ ଶିଳ୍ପମନ୍ତ୍ରୀ କାହ୍ନୁଚରଣ ଲେଙ୍କା ଏହି ଚିନିକଳକୁ ଉଦ୍‌ଘାଟନ କରିିଥିଲେ। ଏଥିରେ ଜଣେ ମ୍ୟାନେଜରଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଓ ୧୦୦ରୁ ଊର୍ଦ୍ଧ୍ୱ ଶ୍ରମିକ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ ୨୦ଜଣ ଶ୍ରମିକଙ୍କୁ ସରକାର ନିଯୁକ୍ତି ଦେଇଥିବାବେଳେ ଅନ୍ୟ ଶ୍ରମିକମାନେ ଠିକାରେ କାମ କରି ସେମାନଙ୍କ ପାରିଶ୍ରମିକ ପାଉଥିଲେ। ବରୀ ବ୍ଲକର ଗମୁ, କୃଷ୍ଣନଗର, ସେରପୁର, ପାଣିକଣା, ବେଞ୍ଜରାପୁର, ମାଟିଆପଡା, ହଳଦୀବସନ୍ତ, ବାଲିଆ ଆଦି ଅଞ୍ଚଳର ଆଖୁ ଚାଷୀମାନେ ସେମାନଙ୍କ କ୍ଷେତରୁ ଶଗଡ଼ରେ ଆଖୁ ବୋଝେଇ କରି ଏହି ଚିନିକଳରେ ଦେଉଥିଲେ। ୨୧ା୧୧ା୧୯୮୮ ତାରିଖରୁ ଏହି ଚିନି କଳ ବନ୍ଦ ରହିଛି। ଏହାର ପୁନଃରୁଦ୍ଧାର ପାଇଁ ମଧ୍ୟ କାହାରି ଆନ୍ତରିକତା ଦିଶୁନାହିଁ। ଏଭଳି ସ୍ଥିତିରେ ଯାଜପୁର ଜିଲା ତଥା ରାଜ୍ୟ କୃଷିଭିତ୍ତିକ ସମବାୟ ଶିଳ୍ପ ଅଲୋଡ଼ା ହୋଇଛି। କଳିଙ୍ଗନଗରରେ ଶିଳ୍ପ ପ୍ରତିଷ୍ଠା କରି ଶିଳ୍ପପତିମାନେ ମାଲାମାଲ ହେଉଥିବାବେଳେ କୃଷି ଓ କୃଷକଙ୍କ ପ୍ରତି ଅବହେଳା ଏଥିରୁ ଜଳଜଳ ହୋଇ ଦିଶୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri