ଓଲଟିଲା ପୋଲିସ ଭ୍ୟାନ୍‌, ୫ ଆହତ

ଛତ୍ରପୁର,୧୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଜାତୀୟ ରାଜପଥରେ ଜଣେ ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ବୁଧବାର ପୂର୍ବାହ୍ନରେ ଏକ ପୋଲିସ ପାଟ୍ରୋଲିଂ ଗାଡ଼ି ଓଲଟି ପଡିଛି । ଏହି ଦୁର୍ଘଟଣାରେ ପୋଲିସ ସର୍ଜେଣ୍ଟ ସଞ୍ଜୟ ବାରିକଙ୍କ ସମେତ ୫ଜଣ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସର୍ଜେଣ୍ଟ ସଞ୍ଜୟଙ୍କୁ କଟକ ବଡ ମେଡିକାଲକୁ ଏବଂ ଅନ୍ୟମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।
ପ୍ରକାଶ ଯେ, ଛତ୍ରପୁର ଉପକଣ୍ଠ ତାମ୍ପରା ବୋଟ କ୍ଲବ ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥରେ ବୁଧବାର ସକାଳେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିବା ଖବର ପାଇ ପାଟ୍ରୋଲିଂ ଗାଡ଼ା ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। କୁହୁଡି ଯୋଗୁ ଏପରି ଦୁର୍ଘଟଣା ଘଟୁଥିବା କୁହାଯାଉଛି।