ଆଉ ୫ ଆନ୍ତଃ ରାଜ୍ୟ ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ

ଭୁବନେଶ୍ୱର,୭।୯(ବ୍ୟୁରୋ): ପୂର୍ବତଟ ରେଳପଥ ପକ୍ଷରୁ ୫ଟି ଆନ୍ତଃ ରାଜ୍ୟ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ୍‌ ଦୈନିକ ଚାଲିବ। ଏହା ଭୁବନେଶ୍ୱରରୁ ରାତି ୭ଟା ୫୫ରେ ଛାଡ଼ିବ ଓ ୧୩ ତାରିଖରୁ ଅପରାହ୍ନ ୪ଟା ୧୦ରେ ଦୁର୍ଗଠାରୁ ଛାଡିବ। ଭୁବନେଶ୍ୱର ଓ ଦୁର୍ଗ ମଧ୍ୟରେ କଟକ, ଢେଙ୍କାନାଳ, ତାଳଚେର, ଅନୁଗୋଳ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆରରୋଡ଼, ବାଗବାହାର, ମହାସମୁନ୍ଦ, ରାଇପୁର ଓ ଭିଲାଇ ପାୱାର ହାଉସଠାରେ ଉଭୟ ଦିଗରୁ ରହଣି କରିବ।
ସେହିଭଳି ରାୟଗଡା ମାର୍ଗ ଦେଇ ବିଶାଖାପାଟଣା ଓ କୋର୍ବା ମଧ୍ୟରେ ବିଶାଖାପାଟଣା-କୋର୍ବା-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ। ଆସନ୍ତା ୧୨ରୁ ବିଶାଖାପାଟଣାରୁ ରାତି ୮ଟା ୫ରେ ଛାଡିବ ଏବଂ ୧୩ରୁ କୋର୍ବାରୁ ଅପରାହ୍ନ ୪ଟା ୧୦ରେ ଛାଡିବ। ଏହା ମଧ୍ୟରେ ବିଜୟନଗରମ, ରାୟଗଡା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆରରୋଡ଼, ମହାସମୁନ୍ଦ, ରାଇପୁର, ଟିଲଡାନେଓରା, ଭଟପଡ଼ା, ବିଳାସପୁର, ଅକଲତାରା, ଯାଗିରି ନାଇଲା ଓ ଚମ୍ପାଠାରେ ଉଭୟ ଦିଗରୁ ରହଣି କରିବ।
ପୂର୍ବତଟ ରେଳପଥ ମଧ୍ୟଦେଇ ତିରୁଚିରାପଲ୍ଲୀ-ହାଓଡ଼ା-ତିରୁଚିରାପଲ୍ଲୀ ଦ୍ୱି-ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ ଚାଲିବ। ଆସନ୍ତା ୧୫ରୁ ତିରୁଚିରାପଲ୍ଲୀଠାରୁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଅପରାହ୍ନ ୪ଟା ୨୦ରେ ଛାଡିବ ଓ ୧୬ରୁ ହାଓଡ଼ାରୁ ପ୍ରତି ଗୁରୁବାର ଓ ରବିବାର ଅପରାହ୍ନ ୪ଟା ୧୦ରେ ଛାଡିବ। ଏହା ବିଜୟୱାଡା, ବିଶାଖାପାଟଣା, ବିଜୟନଗରମ, ଖୋର୍ଦ୍ଧାରୋଡ଼, ଭୁବନେଶ୍ୱର, କଟକ ଓ ଭଦ୍ରକ ଆଦି ଷ୍ଟେଶନରେ ରହଣି କରିବ। ଭୁବନେଶ୍ୱର-ଅହମ୍ମଦାବାଦ-ଭୁବନେଶ୍ୱର ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ ୧୬ ତାରିଖରୁ ଭୁବନେଶ୍ୱରରୁ ପ୍ରତି ବୁଧବାର ସନ୍ଧ୍ୟା ୬ଟାରେ ଛାଡିବ ଓ ୧୮ରୁ ଅହମ୍ମଦାବାଦଠାରୁ ପ୍ରତି ଶୁକ୍ରବାର ସା ୬ଟା ୪୦ରେ ଛାଡିବ। ଏହା ଢେଙ୍କାନାଳ, ତାଳଚେର, ଅନୁଗୋଳ, ସମ୍ବଲପୁର, ବରଗଡ଼ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆରରୋଡ଼, ମହାସମୁନ୍ଦ, ରାଇପୁର, ଦୁର୍ଗ, ଗୋଣ୍ଡିଆ, ନାଗପୁର, ୱର୍ଧା, ବଡ଼ନେରଓ, ଅକୋଲା, ମାଲ୍‌କାପୁର, ଭୁଷାବଲ ଓ ଆନନ୍ଦ ଷ୍ଟେଶନରେ ରହଣି କରିବ। ଗୌହାଟୀ-ବାଙ୍ଗାଲୋର-ଗୌହାଟୀ ତ୍ରି-ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ ଆସନ୍ତା ୧୩ ତାରିଖରୁ ଗୌହାଟୀରୁ ପ୍ରତି ରବି, ସୋମ, ମଙ୍ଗଳବାର ସକାଳ ୬ଟା ୨୦ରେ ଛାଡିବ ଏବଂ ୧୬ରୁ ବାଙ୍ଗାଲୋରରୁ ପ୍ରତି ବୁଧ, ଗୁରୁ ଓ ଶୁକ୍ରବାର ରାତି ୧୧ଟା ୪୦ରେ ଛାଡିବ। ଏହା ହାଓଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ରୋଡ଼, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼ ଆଦି ଗୁରୁତ୍ୱପୂର୍ଣ୍ଣ ଷ୍ଟେଶନରେ ରହଣି କରିବ। ନୂଆଦିଲ୍ଲୀରୁ ଭୁବନେଶ୍ୱର, ଭୁବନେଶ୍ୱରରୁ ମୁମ୍ବାଇ ଓ ଭୁବନେଶ୍ୱରରୁ ହାଓଡ଼ା/ସିଆଲ୍‌ଦା ସ୍ବତନ୍ତ୍ର ଟ୍ରେନଗୁଡିକ ପୂର୍ବ ନିର୍ଦ୍ଧାରିତ ସମୟାନୁସାରେ ଚଳାଚଳ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri