ଆଜିଠୁ ସମୁଦ୍ରକୁ ଯିବେ ମତ୍ସ୍ୟଜୀବୀ

ପାରାଦୀପ,୧୪।୬(ଶରତ ରାଉତ): ୨ ମାସର ସାମୁଦ୍ରିକ ମାଛଧରା କଟକଣା ବୁଧବାର ଶେଷ ହେଉଛି। ଏନେଇ ମଙ୍ଗଳବାର ପାରାଦୀପ ମାଛଧରା ବନ୍ଦର ପରିସର ଚଳଚଞ୍ଚଳ ହୋଇଉଠିଛି । ବୁଧବାର ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ବୋଟ ଓ ୨୫୦ରୁ ଅଧିକ ଛୋଟ ଡଙ୍ଗା ସମୁଦ୍ର ଭିତରକୁ ଯିବେ। ଏଥିପାଇଁ ସେମାନେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛନ୍ତି। ବରୁଣେଶ୍ୱର ଯଜ୍ଞ ମଧ୍ୟ ସରିଛି। ବୋଟ୍‌ରେ ତେଲ, ବରଫ, ଜାଲ, ଖାଇବା ସାମଗ୍ରୀ ଆଦି ରଖାଯାଇଛି। ଏନେଇ ବୋଟର କର୍ମଚାରୀ (ମତ୍ସ୍ୟଜୀବୀ)ମାନେ ଆସି ପହଞ୍ଚତ୍ଗଲେଣି। ଏଥର ନୂଆ ଉଦ୍ଦିପନା ନେଇ ସମୁଦ୍ରକୁ ଯିବୁ ବୋଲି ମତ୍ସ୍ୟଜୀବୀ ତ୍ରିନାଥ କହିଛନ୍ତି। ମାଛ ଧରିବା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ କେତେକ ସତର୍କ ସୂଚନା ଦିଆ ଯାଉଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ମତ୍ସ୍ୟଜୀବୀ ସେମାନଙ୍କ ପରିଚୟପତ୍ର, ଆଧାରକାର୍ଡ ସହ ବୋଟ୍‌ର କାଗଜପତ୍ର ଆଦି ସାଙ୍ଗରେ ନେବାପାଇଁ ପରାମର୍ଶ ଦିଆଯାଇଛି। ଏଥିସହ ସୁରକ୍ଷା ଉପକରଣ ପୋଷାକ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଦ୍ୟାଟ (ଡିଷ୍ଟ୍ରେସ ଆଲାର୍ଟ ଟ୍ରାନ୍ସମିଟର)ଆଦି ବୋଟରେ ରଖିବା ପାଇଁ କୁହାଯାଇଛି।
ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ୍‌ ୧୪ ପର୍ଯ୍ୟନ୍ତ ୨ ମାସ ସରାକାରୀ ଭାବେ ସାମୁଦ୍ରିକ କଟକଣା କରାଯାଇଥାଏ। ସମୁଦ୍ରରେ ମାଛ ବଂଶ ବୃଦ୍ଧି ପାଇଁ ଏହା କରାଯାଇଥାଏ। ଏହି ସମୟରେ ମାଛ ପ୍ରଜନନ, ଅଣ୍ଡାଦାନ, ଯାଆଁଳ ସୁରକ୍ଷା ଅପରିହାର୍ଯ୍ୟ ବୋଲି ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ବିଜୟ କୁମାର କର କୁହନ୍ତି। ପାରାଦୀପ ମାଛଧରା ବନ୍ଦର ଉପରେ ପ୍ରତ୍ୟକ୍ଷ ପରୋକ୍ଷ ଭାବେ ପ୍ରାୟ ୫୦ ହଜାର ମତ୍ସ୍ୟଜୀବୀ ନିର୍ଭରଶୀଳ ବୋଲି ଓମ୍ଫା (ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ)ସମ୍ପାଦନ ଅରବିନ୍ଦ ସ୍ବାଇଁ କୁହନ୍ତି। ଅପରପକ୍ଷେ ଏହି ମତ୍ସ୍ୟ ଶିଳ୍ପ ଏବେ ଅନେକ ସମସ୍ୟା ମଧ୍ୟରେ ଗତି କରୁଛି। ମାଛ ଉତ୍ପାଦନ ହ୍ରାସ ପାଉଥିବାବେଳେ ତେଲ ଦର ବଢ଼ି ଚାଲିଛି। ଏଥିପାଇଁ ଅଧିକାଂଶ ବୋଟ ମାଲିକ ଆଉ ସମୁଦ୍ରକୁ ବୋଟ୍‌ ପଠାଉନାହାନ୍ତି। ପୂର୍ବରୁ ବର୍ଷକୁ ଗୋଟିଏ ବୋଟ୍‌ ୨୦ ରୁ ୨୫ ଥର ମାଛ ଧରୁଥିଲେ। ଏବେ ୧୦ ରୁ ୧୫ ଥର ଫିଶିଂ କରିବା କଷ୍ଟକର ବୋଲି ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡ଼ା କୁହନ୍ତି। ଏତେ ଲୋକଙ୍କୁ ରୋଜଗାର ଯୋଗାଉଥିବା ମତ୍ସ୍ୟ ଶିଳ୍ପ ତେଲ ମୂଲ୍ୟ ଉପରେ ରିହାତି ପାଇଁ ଦୀର୍ଘ ବର୍ଷ ହେଲା ଦାବି କରାଯାଉଛି। ସରକାର ଏ ସମ୍ପର୍କରେ ବିଚାର କଲେ ଭଲ ହେବ ବୋଲି ପରିଡ଼ା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri