Posted inରାଜ୍ୟ

ଡିନାମାଇଟ, କୀଟନାଶକ ପ୍ରୟୋଗ ଯୋଗୁ ଲୋପପାଉଛି ମତ୍ସ୍ୟସମ୍ପଦ

ବୌଦ୍ଧ,୧୮ା୨(ସ୍ବ.ପ୍ର.): ଓଡିଶାର ଜୀବନରେଖା କୁହାଯାଉଥିବା ମହାନଦୀ ବୌଦ୍ଧ ଜିଲା ଦେଇ ବୋହିଯାଇଛି। ତେବେ ମହାନଦୀରେ ପ୍ରାୟ ସମୟରେ ଡିନାମାଇଟ ଓ କୀଟନାଶକ ଔଷଧ ପକାଇ ମାଛ ମରାଯାଉଛି। ଫଳରେ ମତ୍ସ୍ୟ ସମ୍ପଦ ନଷ୍ଟ ହେବା ସହ ଏହାର ଜଳ ପ୍ରଦୂଷିତ ହେବାରେ ଲାଗିଛି। ଏହାକୁ ନେଇ ପରିବେଶବିତ୍‌ ଚିନ୍ତା ପ୍ରକଟ କରୁଛନ୍ତ। ଡିସେମ୍ବର, ଜାନୁୟାରୀ ମାସ ଠାରୁ ଆରମ୍ଭ କରି ବର୍ଷାଋତୁରେ ନଦୀପାଣି ଗୋଳିଆ ହେବା ପର୍ଯ୍ୟନ୍ତ ନଦୀରେ ଦିନ ତମାମ ଡିନାମାଇଟ ଓ କୀଟନାଶକ ଔଷଧ ପକାଇ ମାଛ ଓ ଚିଙ୍ଗୁଡି ମରାଯାଉଛି। ଡିନାମାଇଟ ପକାଇବା ଫଳରେ ବଡ ମାଛ ସହିତ ଛୋଟ ଛୋଟ ମାଛ ମରିଯାଉଛି। ଏହାଛଡା ପ୍ରଦୂଷିତ ନଦୀ ପାଣି ବ୍ୟବହାର କରିବା ଫଳରେ ବିଭିନ୍ନ ଚର୍ମ ରୋଗ ହେଉଛି। ନଦୀରେ ମାଛ ବଂଶ ଲୋପ ପାଇଯାଉଥିବାରୁ ମତ୍ସ୍ୟଜୀବୀମାନେ ଏବେ ଜୀବିକା ହରାଇ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଛନ୍ତି। ଫଳସ୍ବରୂପ କେହି ନିଜର କୌଳିକ ବୃତ୍ତି ଛାଡି କାମଧନ୍ଦା ପାଇଁ ବାହାରକୁ ଦାଦନ ଖଟିବାକୁ ଯାଉଛି ତ କେହି ମୂଲ ଲାଗି ଚଳୁଛି। ଜିଲାରେ ମୁଖ୍ୟତଃ କେଉଟ ବା କୈବର୍ତ୍ତ, ଧୀବର, ଗିଙ୍ଗିରା, ଝରା ଆଦି ଜାତି ସମାଜର ଲୋକେ ମାଛ ମାରି ଜୀବିକା ନିର୍ବାହ କରିଥାନ୍ତି। ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକ ମାଛ ମାରି ଚଳିଥାନ୍ତି। ପୂର୍ବରୁ ମହାନଦୀରେ ଚିଙ୍ଗୁଡି ସହିତ ରୋହି , ଭାକୁର, ମାଗୁର, ମାଟିରି, ଖଇଙ୍ଗା, ବୁଦ, ଜର୍‌ଡା, କୁକିଆ, ଟେଙ୍ଗିଣି, ଜଲଙ୍ଗ ଆଦି ବିଭିନ୍ନ ପ୍ରଜାତିର ମାଛ ବହୁଳ ଭାବରେ ମିଳୁଥିବା ବେଳେ ଏବେ ସେସବୁ ମାଛ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ସରକାର ମତ୍ସ୍ୟ ସମ୍ପଦର ସୁରକ୍ଷା ଓ ମତ୍ସ୍ୟଜୀବୀଙ୍କ ପାଇଁ ବିଭିନ୍ନ ଯୋଜନା କରିଥିବା ବେଳେ ବୌଦ୍ଧ ଭଳି ଏକ ଅନୁନ୍ନତ ଓ ପଛୁଆ ଜିଲାରେ ଏହା ଠିକ ଭାବେ କାର୍ଯ୍ୟକାରୀ ହେଉ ନ ଥିବାର ଅଭିଯୋଗ ହେଉଛ। ସେହିପରି ନଦୀରେ ମାଛ ମାରିବା ପାଇଁ ଡିନାମାଇଟ ପକାଯାଉଥିାବା ବେଳେ ଅନେକ ଅଘଟଣ ଘଟୁଛି । ତଥାପି ପ୍ରଶାସନ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ମତ୍ସ୍ୟଜୀବୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri