ମାଛ, କୁକୁଡ଼ା, ଉଦ୍ୟାନ କୃଷି ସ୍ବାବଲମ୍ବୀ କରିବ

କେନ୍ଦ୍ରାପଡ଼ା, ୨୧ା୮(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ନାହିଁ। କୃଷିଭିତ୍ତିକ ଏହି ଜିଲାରେ ଅର୍ଥକରୀ ଫସଲ ପ୍ରତି ପ୍ରୋତ୍ସାହନ ନାହିଁ। ଖରିଫ ଧାନଚାଷ ସମୟରେ ଜଳସେଚନ ସହିତ ଜଳ ନିଷ୍କାସନ ସମସ୍ୟା ଲାଗି ରହିଛି। ଧାନ ଚାଷରୁ ଆଶାନୂରୂପକ ଲାଭ ମିଳୁ ନ ଥିବାରୁ ଅଧିକାଂଶ ଚାଷୀ ଏବେ ଜିଲା ବାହାରେ କର୍ମନିଯୁକ୍ତି ଅନ୍ବେଷଣରେ ଅଛନ୍ତି। ଜଳ ନିଷ୍କାସନ ସମସ୍ୟାରେ ଥିବା ୫୦ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ପୋଖରୀ ନିର୍ମାଣ ପାଇଁ ଜିଲା ଜନ ସୁରକ୍ଷା ମଞ୍ଚ ଆବାହକ ଗଣେଶ ଚନ୍ଦ୍ର ସାମଲ ଜିଲାପାଳଙ୍କୁ ଶନିବାର ଚିଠି କରିଛନ୍ତି। ଏହାଦ୍ୱାରା ମାଛ, କୁକୁଡ଼ା ସହ ଉଦ୍ୟାନ କୃଷି ଜିଲାବାସୀଙ୍କୁ ସ୍ବାବଲମ୍ବୀ କରିବ ବୋଲି ଏଥିରେ ଉଲ୍ଲେଖ କରିଛନ୍ତି।
ଏ ସମ୍ପର୍କରେ ମଞ୍ଚ ଆବାହକ ସାମଲ କହିଛନ୍ତି, କୃଷି କ୍ଷେତ୍ରରେ ମୌଳିକ ସମସ୍ୟାର ନିରାକରଣ ପାଇଁ ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଦେଖାଦେଇଛି। ଏହି ଜିଲାର ପ୍ରମୁଖ ଫସଲ ଭାବେ ଧାନଚାଷ ହେଉଛି। ଏହି ଫସଲ ପାଇଁ ଜଳ ପରିଚାଳନା ବଡ଼ ସମସ୍ୟା ହୋଇଛି। ଆଳି, ରାଜନଗର, ରାଜକନିକା ଅଞ୍ଚଳରେ ଜଳସେଚନ ପାଇଁ କେନାଲ ନ ଥିବା ବେଳେ ଜଳ ନିଷ୍କାସନ ପାଇଁ ଜିଲାର ୯ ବ୍ଲକ ଅଞ୍ଚଳରେ ଚାଷୀ ହତାଶ ହେଉଛନ୍ତି। ଗହୀରପାଟ ଅଞ୍ଚଳରେ ପୋଖରୀ ନିର୍ମାଣ ହେଲେ ସଘନ ଚାଷ ଜିଲାର ଆର୍ଥିକ ବିକାଶ କରିପାରିବ। ପୋଖରୀରେ ମାଛ ସହିତ ଏହା ଉପରେ ଥିବା ଶେଡ୍‌ରେ କୁକୁଡା ଓ ପାର୍ଶ୍ୱ ଅଞ୍ଚଳରେ ଉଦ୍ୟାନ କୃଷିରୁ ଆୟ ହେବ। କୃଷକ ନେତା ଗୟାଧର ଧଳ କହିଛନ୍ତି, କର୍ମନିଯୁକ୍ତି ଅଭାବରୁ ଯୁବବର୍ଗ ପଥଭ୍ରଷ୍ଟ ହେଉଛନ୍ତି। ସେମାନଙ୍କୁ କର୍ମନିଯୁକ୍ତି ପାଇଁ ମଞ୍ଚର ଦାବିରେ ଯଥାର୍ଥତା ଅଛି। ଜଳ ନିଷ୍କାସନ ସମସ୍ୟାରେ ଥିବା କ୍ଷେତରେ ଆଶାନୁରୂପକ ଫସଲ ଉପତ୍ାଦନ ହେଉନାହିଁ। ଚାଷୀ ଋଣ ବୋଝରେ ବୁଡୁଛି। ଜିଲାର ବୋଇତାଳ ପାଟ, ଆଳି ଭେଡାଞ୍ଚଳ, ପୂଆହାଟ ପାଟ, ଗହଗା ପାଟ, ବୌଦ୍ଧ ପାଟ, ବିଶିବିଲି ପାଟ ଆଦି ଅଧିକାଂଶ କ୍ଷେତ ଅଞ୍ଚଳ ଜଳ ନିଷ୍କାସନ ସମସ୍ୟାରେ ଅଛି। ଏହାବ୍ୟତୀତ ବିଭିନ୍ନ ସରକାରୀ ଜମି ଏବେ ପଡ଼ିଆ ପଡ଼ି ଆର୍ଥିକ ବିକାଶକୁ ରୋକିଛି। କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ ଏହି ଜମିରେ ବେଣାକନ୍ଦା ବଢ଼ିବା ଅପେକ୍ଷା ପୋଖରୀ ନିର୍ମାଣ କରାଯାଇ ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଜରୁରୀ ହୋଇପଡ଼ିଛି। ଏଥିପାଇଁ ରାଜନେତା ଓ ପ୍ରଶାସକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ସେ ମତ ଦେଇଛନ୍ତି। ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ କହିଛନ୍ତି, ଜିଲାର ଲୋକେ ମାଛ, କୁକୁଡା ଓ ପନିପରିବା ପାଇଁ ବାହାର ଜିଲା ଓ ରାଜ୍ୟ ଉପରେ ନିର୍ଭର କରୁଛନ୍ତି। ମାଛ, ଅଣ୍ଡା, କୁକୁଡା ଆଦି ଆନ୍ଧ୍ରପ୍ରଦେଶରୁ ଆସୁଥିବା ବେଳେ ପନିପରିବା ବାହାର ଜିଲାରୁ ଆସୁଛି। ଏହି ନିଅଣ୍ଟ ଭରଣା ପାଇଁ ମୋ ପୋଖରୀ ଯୋଜନାକୁ ତ୍ୱରାନ୍ବିତ କରିବାକୁ ପଡ଼ିବ। ଜିଲାରେ ମାଛ ଚାଷ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଅଛି। ଏହାକୁ ଉପଯୋଗ କଲେ ଯୁବବର୍ଗ ଦାଦନ ଓ ଆପରାଧିକ ଜୀବନଠାରୁ ଦୂରରେ ରହିପାରିବେ। କୃଷିକୁ ଅଗ୍ରାଧିକାର ଦିଆଯାଉଥିବା ପ୍ରଶାସନିକ ଅଧିକାରୀ ସର୍ବଦା କହୁଥିଲେ ମଧ୍ୟ ବାସ୍ତବରେ ତୃଣମୂଳ ସ୍ତରରେ ଏହାର ବିପରୀତ ଦେଖିବାକୁ ମିଳୁଛି। ଜିଲା ମତ୍ସ୍ୟ ଚାଷୀ ସଂଘର କର୍ମକର୍ତ୍ତା ନିରଞ୍ଜନ ପରିଡା କହିଛନ୍ତି, ଜିଲାରେ ମତ୍ସ୍ୟଚାଷୀଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ। ନଦୀ, ନାଳ, ଯୋର ଆଦି ଜଳ ଉତ୍ସ ଏବେ ଜବରଦଖଲକାରୀଙ୍କ ହାତକୁ ଗଲାଣି। ମସୁରି ଜାଲର ବ୍ୟବହାର, ବିଷ ପ୍ରୟୋଗ ମାଛ ସଂଖ୍ୟା ବୃଦ୍ଧିକୁ ରୋକୁଛି। ସାମୁଦ୍ରିକ କଟକଣା ଯୋଗୁ ମତ୍ସ୍ୟଜୀବୀ ୭ ମାସ ଧରି ଜୀବିକା ଶୂନ୍ୟ ହେଉଛନ୍ତି। ଏହାବ୍ୟତୀତ ଆର୍ଦ୍ରଭୂମିରେ ବଡ଼ବଡ଼ିଆଙ୍କୁ ଚିଙ୍ଗୁଡ଼ି ଚାଷ ପାଇଁ ଅନୁମତି ଯୋଗୁ ମତ୍ସ୍ୟଜୀବୀ ଆୟଶୂନ୍ୟ ହୋଇଛନ୍ତି। ପୋଖରୀ ନିର୍ମାଣ ପ୍ରୋତ୍ସାହନ ମତ୍ସ୍ୟଜୀବୀ ସହ ଏସ୍‌ଏଚ୍‌ଜି ମହିଳାଙ୍କୁ ସ୍ବାବଲମ୍ବୀ କରିବ। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଜିଲାର ଆର୍ଥିକ ଉନ୍ନତି ପାଇଁ ମୋ ପୋଖରୀ ପରି ସରକାରୀ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ଆବଶ୍ୟକ। ଏଥିପାଇଁ ଯୁବବର୍ଗ ଆଗ୍ରହୀ ଥିଲେ ସରକାରୀ ପ୍ରୋତ୍ସାହନ ମିଳିପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri