ଅବହେଳିତ ଅବସ୍ଥାରେ ମତ୍ସ୍ୟ ଜାଆଁଳ ଉତ୍ପାଦନ କେନ୍ଦ୍ର: ମନ୍ତ୍ରୀ ଦୃଷ୍ଟିଦେବାକୁ ଦାବି

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ)-ରାଜ୍ୟରେ ମତ୍ସ୍ୟ ଚାଷୀ ସଂଖ୍ୟା ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଏହାଦ୍ବାରା ଅନେକ ଚାଷୀ ସରକାରଙ୍କଠାରୁ କୋଟି କୋଟି ଟଙ୍କାର ସବସିଡି ନେଇ ଲାଭବାନ ହେବାସହ ବ୍ୟବସାୟକୁ ଆଗକୁ ନେଉଛନ୍ତି। ଆଉ କିଛି ଚାଷୀ ଏଥିରେ ବିଫଳ ହୁଅନ୍ତି। କିନ୍ତୁ ସରକାର ଅଧିନରେ ଥିବା ସଂସ୍ଥା ଗୁଡ଼ିକର ଉନ୍ନତୀ କିଭଳି ହେବ ସେଥିପ୍ରତି ରାଜ୍ୟ ସରକାର ବିଶେଷ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି। ଯାହାର ଉଦାହରଣ ପାଲଟିଛି ଗଞ୍ଜାମ ଜିଲା ଭଞ୍ଜନଗର ମତ୍ସ୍ୟ ଜାଆଁଳ ଉତ୍ପାଦନ କେନ୍ଦ୍ର ।

୧୯୮୪ ମସିହାରେ ସୋମନାଥ ରଥ ମନ୍ତ୍ରୀ ଥିବା ସମୟରେ ଭଞ୍ଜନଗର ମତ୍ସ୍ୟ ଜାଆଁଳ ଉତ୍ପାଦନ କେନ୍ଦ୍ର ନିର୍ମାଣ ହୋଇଥିଲା। ୪୨ ହେକ୍ଟର ଜମିରେ ଉକ୍ତ କେନ୍ଦ୍ର ନିର୍ମାଣ ହୋଇଛି। ସେଥିରେ ୬୨ଟି ପୋଖରୀ ଅଛି। କିନ୍ତୁ ବହୁବର୍ଷ ହେବ ପୋଖରୀ ଗୁଡ଼ିକର ପୁନରୁଦ୍ଧାର ହୋଇନାହିଁ। ସେଥିମଧ୍ୟରୁ ୧୫ଟି ପୋଖରୀ ପାଣି ଅଭାବ ଯୋଗୁ ସେଠି ମାଛ ଚାଷ ହେବାକୁ ନାହିଁ। କେନ୍ଦ୍ରର ଚାରିପଟେ ପାଚେରି ନାହିଁ। ଜଣେ ମଧ୍ୟ ନିୟମିତ କର୍ମଚାରୀ ନାହାନ୍ତି। ଲାଇଟ ଠିକ ଭାବେ ଜଳୁନାହି। ୪୦ଟି ସୋଲାର ଲାଇଟ ଲାଗିଥିବା ବେଳେ ତାହା ବର୍ଷ ବର୍ଷ ଧରି ଅଚଳ ହୋଇ ପଡ଼ିରହିଛି। ତେଣୁ ଲୋକେ ରାତିରେ ଅବାଧରେ ପୋଖରୀ ଭିତରେ ପଶି ମାଛ ଚୋରି କରି ନେଉଛନ୍ତି। ଏଥିସହ ଅନେକ ସମୟରେ ଅସାମାଜିକ ଯୁବକଙ୍କ ଭିଡ ସେଠି ଜମୁଛି। ବର୍ତ୍ତମାନ ୩ ଜଣ ଅଫିସର ଡେପୁଟେଶନରେ ଆସି କେନ୍ଦ୍ର ପରିଚାଳନା କରୁଛନ୍ତି। ୧୬ ଜଣ କର୍ମଚାରୀ ଏଠାରୁ ଅବସର ନେଇ ଏଠାରେ ହିଁ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ନୂତନ ନିଯୁକ୍ତି ପ୍ରତି ଧ୍ୟାନ ଦିଆଯାଉନାହିଁ। ସିକୁରିଟି ଗାର୍ଡ ବ୍ୟବସ୍ଥା ନାହିଁ। ବିଗତ ସରକାର ସମୟରେ ଅନେକ ଥର ମନ୍ତ୍ରୀ, ସଚିବ, ନିର୍ଦ୍ଦେଶକ ଉକ୍ତ କେନ୍ଦ୍ର ପରିଦର୍ଶନରେ ଆସିଛନ୍ତି। କିନ୍ତୁ ସମସ୍ୟାର ସମାଧାନ ପ୍ରତି ଦୃଷ୍ଟି ଦେଇନାହାନ୍ତି । ବର୍ତ୍ତମାନ ଏହି ବିଭାଗର ମନ୍ତ୍ରୀ ହେଉଛନ୍ତି ପଡୋଶୀ ପୋଲସରା ନିର୍ବାଚନମଣ୍ଡଳୀର ବିଧାୟକ ଗୋକୁଳାନନ୍ଦ ମଲ୍ଲିକ।

ସେ ଭଞ୍ଜନଗର ଇତିମଧ୍ୟରେ ଏକାଧିକ ଥର ଆସିଛନ୍ତି ସରକାରୀ କାର୍ଯ୍ୟରେ। କିନ୍ତୁ ରାଜ୍ୟର ଏତେ ବଡ ଜାଆଁଳ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିବାକୁ ଯାଇନାହାନ୍ତି। ଇତିମଧ୍ୟରେ ଏହି କେନ୍ଦ୍ରକୁ ଗତ ମାର୍ଚ୍ଚ ମାସ ସୁଦ୍ଧା ୩୫ କୋଟି ଗୁଣ୍ଡ ଜାଆଁଳ ଉତ୍ପାଦନ କରି ବିକ୍ରି କରିବା ଲକ୍ଷ୍ୟ ଦିଆ ଯାଇଥିଲା। ତାହାକୁ ପୂରଣ କରାଯାଇଛି । ବର୍ତ୍ତମାନ ୮ କୋଟି ଫିଙ୍ଗର ଜାଆଁଳ ବିକ୍ରି ଲକ୍ଷ୍ୟ ଦିଆଯାଇଛି। ଆଜି ସୁଦ୍ଧା ମାତ୍ର ୧ କୋଟି ବିକ୍ରି ହୋଇଛି। ବଳକା ଜାଆଁଳ ନଭେମ୍ବର ସୁଦ୍ଧା ବିକ୍ରି ଲକ୍ଷ୍ୟ ଦିଆଯାଇଛି। କିନ୍ତୁ ପାଣିପାଗ ଏବଂ ଭିତ୍ତିଭୂମି ଅଭାବ ଯୋଗୁ ଲକ୍ଷ୍ୟ ପୂରଣ ହେଲାଭଳି ଦେଖାଯାଉନାହିଁ। ତେଣୁ ସରକାର ଉକ୍ତ ଜାଆଁଳ କେନ୍ଦ୍ରର ବିକାଶ ପ୍ରତି ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବୀ ହୋଇଛି। ଏଥିସହ ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଛକରେ ଜାଆଁଳ କେନ୍ଦ୍ରର ଆଉ ଏକ ଶାଖା ଅଛି। କିନ୍ତୁ ତାହା ଆଜକୁ ୨୦ ବର୍ଷ ହେବ ବନ୍ଦ ଅଛି। କୋଟି କୋଟି ଟଙ୍କାର ମୂଲ୍ୟବାନ ଜମିକୁ ସରକାର ଉପଯୁକ୍ତ ବ୍ୟବହାର କରି ପାରୁନାହାନ୍ତି । ଯାହାକି ଚିନ୍ତାଜନକ ବିଷୟ।
ଏନେଇ କେନ୍ଦ୍ରର ପରିଚାଳକଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି। ସରକାର ଯାହା ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri