ଅବହେଳିତ ଅବସ୍ଥାରେ ମତ୍ସ୍ୟ ଜାଆଁଳ ଉତ୍ପାଦନ କେନ୍ଦ୍ର: ମନ୍ତ୍ରୀ ଦୃଷ୍ଟିଦେବାକୁ ଦାବି

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ)-ରାଜ୍ୟରେ ମତ୍ସ୍ୟ ଚାଷୀ ସଂଖ୍ୟା ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଏହାଦ୍ବାରା ଅନେକ ଚାଷୀ ସରକାରଙ୍କଠାରୁ କୋଟି କୋଟି ଟଙ୍କାର ସବସିଡି ନେଇ ଲାଭବାନ ହେବାସହ ବ୍ୟବସାୟକୁ ଆଗକୁ ନେଉଛନ୍ତି। ଆଉ କିଛି ଚାଷୀ ଏଥିରେ ବିଫଳ ହୁଅନ୍ତି। କିନ୍ତୁ ସରକାର ଅଧିନରେ ଥିବା ସଂସ୍ଥା ଗୁଡ଼ିକର ଉନ୍ନତୀ କିଭଳି ହେବ ସେଥିପ୍ରତି ରାଜ୍ୟ ସରକାର ବିଶେଷ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି। ଯାହାର ଉଦାହରଣ ପାଲଟିଛି ଗଞ୍ଜାମ ଜିଲା ଭଞ୍ଜନଗର ମତ୍ସ୍ୟ ଜାଆଁଳ ଉତ୍ପାଦନ କେନ୍ଦ୍ର ।

୧୯୮୪ ମସିହାରେ ସୋମନାଥ ରଥ ମନ୍ତ୍ରୀ ଥିବା ସମୟରେ ଭଞ୍ଜନଗର ମତ୍ସ୍ୟ ଜାଆଁଳ ଉତ୍ପାଦନ କେନ୍ଦ୍ର ନିର୍ମାଣ ହୋଇଥିଲା। ୪୨ ହେକ୍ଟର ଜମିରେ ଉକ୍ତ କେନ୍ଦ୍ର ନିର୍ମାଣ ହୋଇଛି। ସେଥିରେ ୬୨ଟି ପୋଖରୀ ଅଛି। କିନ୍ତୁ ବହୁବର୍ଷ ହେବ ପୋଖରୀ ଗୁଡ଼ିକର ପୁନରୁଦ୍ଧାର ହୋଇନାହିଁ। ସେଥିମଧ୍ୟରୁ ୧୫ଟି ପୋଖରୀ ପାଣି ଅଭାବ ଯୋଗୁ ସେଠି ମାଛ ଚାଷ ହେବାକୁ ନାହିଁ। କେନ୍ଦ୍ରର ଚାରିପଟେ ପାଚେରି ନାହିଁ। ଜଣେ ମଧ୍ୟ ନିୟମିତ କର୍ମଚାରୀ ନାହାନ୍ତି। ଲାଇଟ ଠିକ ଭାବେ ଜଳୁନାହି। ୪୦ଟି ସୋଲାର ଲାଇଟ ଲାଗିଥିବା ବେଳେ ତାହା ବର୍ଷ ବର୍ଷ ଧରି ଅଚଳ ହୋଇ ପଡ଼ିରହିଛି। ତେଣୁ ଲୋକେ ରାତିରେ ଅବାଧରେ ପୋଖରୀ ଭିତରେ ପଶି ମାଛ ଚୋରି କରି ନେଉଛନ୍ତି। ଏଥିସହ ଅନେକ ସମୟରେ ଅସାମାଜିକ ଯୁବକଙ୍କ ଭିଡ ସେଠି ଜମୁଛି। ବର୍ତ୍ତମାନ ୩ ଜଣ ଅଫିସର ଡେପୁଟେଶନରେ ଆସି କେନ୍ଦ୍ର ପରିଚାଳନା କରୁଛନ୍ତି। ୧୬ ଜଣ କର୍ମଚାରୀ ଏଠାରୁ ଅବସର ନେଇ ଏଠାରେ ହିଁ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ନୂତନ ନିଯୁକ୍ତି ପ୍ରତି ଧ୍ୟାନ ଦିଆଯାଉନାହିଁ। ସିକୁରିଟି ଗାର୍ଡ ବ୍ୟବସ୍ଥା ନାହିଁ। ବିଗତ ସରକାର ସମୟରେ ଅନେକ ଥର ମନ୍ତ୍ରୀ, ସଚିବ, ନିର୍ଦ୍ଦେଶକ ଉକ୍ତ କେନ୍ଦ୍ର ପରିଦର୍ଶନରେ ଆସିଛନ୍ତି। କିନ୍ତୁ ସମସ୍ୟାର ସମାଧାନ ପ୍ରତି ଦୃଷ୍ଟି ଦେଇନାହାନ୍ତି । ବର୍ତ୍ତମାନ ଏହି ବିଭାଗର ମନ୍ତ୍ରୀ ହେଉଛନ୍ତି ପଡୋଶୀ ପୋଲସରା ନିର୍ବାଚନମଣ୍ଡଳୀର ବିଧାୟକ ଗୋକୁଳାନନ୍ଦ ମଲ୍ଲିକ।

ସେ ଭଞ୍ଜନଗର ଇତିମଧ୍ୟରେ ଏକାଧିକ ଥର ଆସିଛନ୍ତି ସରକାରୀ କାର୍ଯ୍ୟରେ। କିନ୍ତୁ ରାଜ୍ୟର ଏତେ ବଡ ଜାଆଁଳ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିବାକୁ ଯାଇନାହାନ୍ତି। ଇତିମଧ୍ୟରେ ଏହି କେନ୍ଦ୍ରକୁ ଗତ ମାର୍ଚ୍ଚ ମାସ ସୁଦ୍ଧା ୩୫ କୋଟି ଗୁଣ୍ଡ ଜାଆଁଳ ଉତ୍ପାଦନ କରି ବିକ୍ରି କରିବା ଲକ୍ଷ୍ୟ ଦିଆ ଯାଇଥିଲା। ତାହାକୁ ପୂରଣ କରାଯାଇଛି । ବର୍ତ୍ତମାନ ୮ କୋଟି ଫିଙ୍ଗର ଜାଆଁଳ ବିକ୍ରି ଲକ୍ଷ୍ୟ ଦିଆଯାଇଛି। ଆଜି ସୁଦ୍ଧା ମାତ୍ର ୧ କୋଟି ବିକ୍ରି ହୋଇଛି। ବଳକା ଜାଆଁଳ ନଭେମ୍ବର ସୁଦ୍ଧା ବିକ୍ରି ଲକ୍ଷ୍ୟ ଦିଆଯାଇଛି। କିନ୍ତୁ ପାଣିପାଗ ଏବଂ ଭିତ୍ତିଭୂମି ଅଭାବ ଯୋଗୁ ଲକ୍ଷ୍ୟ ପୂରଣ ହେଲାଭଳି ଦେଖାଯାଉନାହିଁ। ତେଣୁ ସରକାର ଉକ୍ତ ଜାଆଁଳ କେନ୍ଦ୍ରର ବିକାଶ ପ୍ରତି ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବୀ ହୋଇଛି। ଏଥିସହ ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଛକରେ ଜାଆଁଳ କେନ୍ଦ୍ରର ଆଉ ଏକ ଶାଖା ଅଛି। କିନ୍ତୁ ତାହା ଆଜକୁ ୨୦ ବର୍ଷ ହେବ ବନ୍ଦ ଅଛି। କୋଟି କୋଟି ଟଙ୍କାର ମୂଲ୍ୟବାନ ଜମିକୁ ସରକାର ଉପଯୁକ୍ତ ବ୍ୟବହାର କରି ପାରୁନାହାନ୍ତି । ଯାହାକି ଚିନ୍ତାଜନକ ବିଷୟ।
ଏନେଇ କେନ୍ଦ୍ରର ପରିଚାଳକଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି। ସରକାର ଯାହା ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

Budget 2026: ଶସ୍ତା ହେଲା ଜୋତା ମହଙ୍ଗା ହେଲା ମଦ, ଜାଣନ୍ତୁ ଏଥର ବଜେଟରେ କ’ଣ ହେଲା ଶସ୍ତା

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କ୍ରମାଗତ ନବମ ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ସାଧାରଣ ଜନତାଙ୍କ ପାଇଁ ସବୁଠାରୁ ବଡ଼ ଏବଂ…

ଏଣିକି ଟ୍ୟାକ୍ସ ଫାଙ୍କିଲେ କି ନ ଦେଲେ ହେବନି ଜେଲ୍‌…ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୨: ଯଦି ଆପଣ ମଧ୍ୟ କଠୋର ଆୟକର ନିୟମ ଏବଂ ଯାଞ୍ଚ ପ୍ରକ୍ରିୟାକୁ ଭୟ କରୁଥିଲେ, ତେବେ 2026-27 ଆର୍ଥିକ ବର୍ଷର ବଜେଟ ଏକ ବଡ଼ ଆଶ୍ୱସ୍ତି…

Union Budget 2026-27: ଆୟକର ଦାତାଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ ତାଙ୍କର ନବମ ବଜେଟ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷ 2026-27 ପାଇଁ ବଜେଟ ଦେଶର ସଂସଦୀୟ ଇତିହାସରେ ଏକ…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ମହାବିଦ୍ୟାଳୟର ପଛ ପଟେ…

ଖୋର୍ଦ୍ଧା,୧ା୨(ପ୍ରଭାତ ପାଣିଗ୍ରାହୀ): ଭଡ଼ାଘରୁ ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଖୋର୍ଦ୍ଧା ଜିଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ବର୍ଷା ରାଣୀ ଗଜେନ୍ଦ୍ରଙ୍କ…

ଫେବୃଆରୀ ୬ରୁ ରାମଚଣ୍ଡୀ ମହୋତ୍ସବ: ଦର୍ଶକଙ୍କ ମନମୋହିବ…

ଗଞ୍ଜାମ,୧।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ନୀଳାଦ୍ରିପୁରସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠରେ ଫେବୃଆରୀ ୬, ୭ ଓ ୮ ତାରିଖ ୩ଦିନ ଧରି…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

Budget 2026: ବଜେଟରେ ବଡ଼ ଘୋଷଣା କଲେ ନିର୍ମଳା ସୀତାରାମନ୍‌, କ୍ୟାନସର-ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୧।୨: ସଂସଦ ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲୋକ ସଭାରେ ବଜେଟ ଉପସ୍ଥାପନ କରୁଛନ୍ତି। ଏହା ତାଙ୍କର ଲଗାତାର ନବମ ବଜେଟ। ବଜେଟର ଏକ କପି…

ପୋଲିସ ଗାଡି ଧକ୍କାରେ ଗଲା ଜୀବନ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ପେଟ୍ରୋଲ ପମ୍ପର ନିକଟ ବୁଲାଣି ରାସ୍ତାରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ମୋଟର ସାଇକେଲରେ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri