ପଞ୍ଜୁରି ଭିତରେ ମାଛ ଚାଷ

ଭବାନୀପାଟଣା,୩।୯(ଉତ୍ତମ କୁମାର ଦାଶ)ପଞ୍ଜୁରି ଭିତରେ ମାଛ ଚାଷ। କଥାଟା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ମତ୍ସ୍ୟ ବିଭାଗ ସହାୟତାରେ କଳାହାଣ୍ଡିର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଆରମ୍ଭ ହୋଇଛି କେଜ୍‌ କଲଚର୍‌ ଫାର୍ମିଂ। ଭାସମାନ ଜେଟି ଓ ଜାଲରେ ତିଆରି ହୋଇଛି ଏହି ଫିଶିଙ୍ଗ କେଜ୍‌। ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲାରେ ଏବେ ପଞ୍ଜୁରୀ ଭିତରେ ମାଛ ଚାଷ କରି ସ୍ବାବଲମ୍ବୀ ହୋଇ ପାରିବେ ଚାଷୀ। ଜିଲାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ତଥା ମତ୍ସ୍ୟ ସମବାୟ ସମିତି, ମହିଳା ସ୍ବୟଂ ସହାୟକା ଗୋଷ୍ଠୀଗୁଡିକର ଆୟ ବୃଦ୍ଧି ଓ ଜୀବନ ଜୀବିକା ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ପ୍ରଥମ ପର୍ଯ୍ୟୟରେ ଥୁଆମୂଳ ରାମପୁରର ସାନଛତ୍ରଙ୍ଗର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗୋଟିଏ ବୃତ୍ତାକାର ଓ ଦୁଇଟି ଆୟତ୍ତାକାର ପଞ୍ଜୁରୀ ସ୍ଥାପିତ କରାଯାଇଛି। ଗୁରୁବାର ମା’ ଖମ୍ବେଶ୍ବରୀ ମତ୍ସ୍ୟ ସମବାୟ ସମିତି ଦ୍ବାରା ଏହି ପଞ୍ଜୁରିରେ ଅମୁରକାର୍ଷ ମାଛ ଜାଆଁଳା ଛଡାଯାଇଛି। ଏହାକୁ ପ୍ରତିଦିନ ଖାଦ୍ୟ ଦେବା ସହ ପଞ୍ଜୁରି ସଫା ରଖିଲେ ୩ରୁ ୪ ମାସ ମଧ୍ୟରେ ଏହା ୧ କେଜି ପର୍ଯ୍ୟନ୍ତ ବଢ଼ିବେ ଏବଂ କ୍ୟୁବିକ ମିଟର ପ୍ରତି ୩୦ରୁ ୪୦ କେଜି ମାଛ ଉତ୍ପାଦନ ହୋଇପାରିବ। ଜଳଭଣ୍ଡାର ପାଇଁ ନିଜ ଭିଟା ମାଟି ହରାଇଥିବା ଏହି ଆଦିବାସୀ ଅଞ୍ଚଳରେ ଚାଷ ଜମି କମ ଓ ଚାରିଆଡେ ଜଳଭଣ୍ଡାର ରହିଥିବାରୁ ଲାଭଦାୟକ ଚାଷ କରିପାରୁ ନ ଥିଲେ ସ୍ଥାନୀୟ ଲୋକେ। କିନ୍ତୁ ଏବେ ଏକ ନୂଆ ଆଶା ଦେଖାଇଛି କେଜ୍‌ କଲଚର୍‌ ଫାର୍ମିଂ। ମଧୁର ମାଛର ଚାହିଦା ନିରନ୍ତର ବୃଦ୍ଧି ପାଉଛି। ଏହି କେଜ୍‌ ଫାର୍ମିଙ୍ଗ କରି ଟଙ୍କା ରୋଜଗାର କରିପାରିବେ ଏହି ଅଞ୍ଚଳବାସୀ। ଆଗରୁ ହୀରାକୁଦ ଓ ମାଲକାନଗିରିର ସତିଗୁଡା ଜଳ ଭଣ୍ଡାରରେ ଭାସମାନ ଜେଟି ଓ ଜାଲ ସହାୟତାରେ ଫିଶିଙ୍ଗ କେଜ ନିର୍ମାଣ କରାଯାଇ ଚାଷ କରା ଯାଉଥିବା ବେଳେ ଏହା କଳାହାଣ୍ଡି ଜିଲା ପାଇଁ ପ୍ରଥମ । ସ୍ଥାନୀୟ ଅଞ୍ଚଳରୁ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଥିବା ଯୁବପିଢିଙ୍କୁ ମଧ୍ୟ ଏହା ଆକୃଷ୍ଟ କରିବା ସହ ଅଞ୍ଚଳର ଭାଗ୍ୟ ପରିବର୍ତ୍ତନରେ ସହାୟକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri