Posted inଜାତୀୟ

ଅଡୁଆରେ ବାବା ରାମଦେବ, ପତଞ୍ଜଳି ଟୁଥପେଷ୍ଟରେ ମିଶୁଛି ଆମିଷ

ନୂଆଦିଲ୍ଲୀ,୩୧।୮: ପୁଣି ଅଡୁଆରେ ଯୋଗ ଗୁରୁ ବାବା ରାମଦେବ। ନିଜ ପତଞ୍ଜଳି କମ୍ପାନୀରେ ନିରାମିଶ ପ୍ରଡକ୍ଟରେ ବିକ୍ରି କରୁଛନ୍ତି ଆମିଷ। ପତଞ୍ଜଳିର ଟୁଥପେଷ୍ଟ ତଥା ଦିବ୍ୟ ଦନ୍ତ ମଞ୍ଜନରେ ଆମିଷ ମିଶିଥିବା ଅଭିଯୋଗ ହୋଇଛି। ନିରାମିଷ ନାଁରେ ଆମିଷକୁ ବିକ୍ରି କରୁଛି ପତଞ୍ଜଳି। ଏନେଇ ଆବେଦନ ପରେ ଆକ୍ସନ ମୁଡରେ ଆସିଛନ୍ତି ଦିଲ୍ଲୀ ହାଇକୋର୍ଟ। ବାବା ରାମଦେବ ଓ ପତଞ୍ଜଳିକୁ ନୋଟିସ ଜାରି ହୋଇଛି।

ଅଭିଯୋଗ ମୁତାବକ, ଶାକାହାରୀ ବ୍ରାଣ୍ଡ ଭାବରେ ବଜାରରେ ବିକ୍ରି ହେଉଥିବା ପତଞ୍ଜଳିର ଦିବ୍ୟ ଟୁଥପେଷ୍ଟ ତଥା ଦନ୍ତ ମଞ୍ଜନରେ ରହିଛି ମାଛର ଅଂଶ ବା ଉପାଦାନ। ଯାହା ନିରାମିଷ ନୁହେଁ। ବଜାରରେ ଏହି ଟୁଥପେଷ୍ଟକୁ ସବୁଜ ବିନ୍ଦୁ (ଗ୍ରୀନ ଡଟ) ସହ ବିକ୍ରି କରାଯାଉଛି। ଯାହା ନିରାମିଷ ବୋଲି ଦର୍ଶାଉଛି। କିନ୍ତୁ ପତଞ୍ଜଳିର ଏହି ପ୍ରଡକ୍ଟରେ ମାଛର ଅଂଶ ମିଶିଥିବା ଆବେଦନକାରୀ ହାଇକୋର୍ଟରେ ଦାବି କରିଛନ୍ତି।

ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର, ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (FSSAI), ପତଞ୍ଜଳି, ଦିବ୍ୟା ଫାର୍ମାସି, ଯୋଗଗୁରୁ ରାମଦେବ ଏବଂ ଅନ୍ୟ ସଂପୃକ୍ତ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ଆବେଦନକାରୀଙ୍କ ଓକିଲ ଯୁକ୍ତି କରିଛନ୍ତି ଯେ କୌଣସି ଔଷଧକୁ ନିରାମିଷ କିମ୍ବା ଆମିଷ ବୋଲି ଘୋଷଣା କରିବାର କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ଦିବ୍ୟ ମଞ୍ଜନର ପ୍ୟାକେଜିଂରେ ଭୁଲ ଭାବରେ ଗ୍ରୀନ ଡଟ୍‌ ଦର୍ଶାଯାଇଛି। ଯାହା ଡ୍ରଗ୍ସ ଏବଂ କସମେଟିକ୍ସ ଆକ୍ଟ ଅନୁଯାୟୀ ଭୁଲ ଅଟେ।

ଆବେଦନକାରୀଙ୍କ କହିବା ମୁତାବକ, ଦିବ୍ୟ ଦନ୍ତ ମଞ୍ଜନରେ (Sepia officinalis) ଥିବା ଜଣାପଡିଛି। ଯାହା ମାଛର ଅଂଶ ବା ଉପାଦାନରୁ ଉତ୍ପନ୍ନ। ଏହା ତାଙ୍କ ଏବଂ ତାଙ୍କ ପରିବାର ପାଇଁ ଦୁଃଖର ବିଷୟ, ଯେଉଁମାନେ ଧାର୍ମିକ ବିଶ୍ୱାସ ଏବଂ ଆସ୍ଥା ପାଇଁ କେବଳ ନିରାମିଷ ଉପାଦାନ / ଉତ୍ପାଦ ଖାଉଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୮ରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri