ବଟନଦୀରେ ମାଛ ମରିବା ଘଟଣା: ନଦୀପଥ ଅବରୋଧ, ପ୍ରଦୂଷଣ ଯୋଗୁ ଏପରି ଘଟୁଛି

ପାରାଦୀପ,୨ା୨(ସ୍ବ.ପ୍ର.): ପାରାଦୀପର ବାଲିଝରା ବସ୍ତି ନିକଟସ୍ଥ ବଟନଦୀରେ ୨୦୨୨ ଡିସେମ୍ବର ୩୧ରେ ବହୁ ମାଛ ମରି ଭାସିଥିଲେ। ଶୀତ ଋତୁରେ ଏପରି ମାଛ ମଡ଼କ ପ୍ରଥମ ଘଟଣା ଥିଲା। ଉକ୍ତ ମଲାମାଛ ଓ ପାଣିର ନମୁନା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାରାଦୀପ କାର୍ଯ୍ୟାଳୟ ପକ୍ଷରୁ ସଂଗ୍ରହ କରାଯାଇଥିଲା। ଏହା ମଧ୍ୟରେ ଉକ୍ତ ରିପୋର୍ଟ ଆସିସାରିଛି। ବଟନଦୀ ସଙ୍କୁଚିତ ହେବା, ସେଥିରେ ଆବର୍ଜନା, ମଳ ତ୍ୟାଗ, ପଲଥିନ୍‌ ପ୍ଲାଷ୍ଟିକ ରହିବା ଓ ଦଳ ଥିବାରୁ ତାହା ଅତ୍ୟଧିକ ପ୍ରଦୂଷିତ ହୋଇଛି। ଯେଉଁଥିପାଇଁ ପାଣିର ଅମ୍ଳ ହ୍ରାସ ଯୋଗୁ ମାଛ ମରିଛନ୍ତି ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା କହିଛନ୍ତି। ଏହାର ପ୍ରତିକାର ପାଇଁ ନଦୀକୁ ସଫେଇ କରିବା ସହ ଜଳପଥ ମୁକ୍ତ କରିବା ଦରକାର। ଅନ୍ୟଥା ଏପରି ମାଛ ମଡ଼କ କିଛିଦିନ ବ୍ୟବଧାନରେ ପୁଣି ହେବ।

ସୂଚନାଯୋଗ୍ୟ, ୧୯୬୦ ଦଶକରେ ପାରାଦୀପର ଚତୁଃପାଶର୍‌ବରେ ୧୮ଟି ନଦୀ ସୈରାତ, ଯୋର, ଜଳଧାର ଆଦି ଥିଲା। ପାରାଦୀପ ବନ୍ଦର ହେବା ପରେ ତାକୁ ଆୟୁଧ କରି ୧୫ଟି ବୃହତ୍‌ ଶିଳ୍ପ ଏହା ମଧ୍ୟରେ ହୋଇସାରିଛି। ବର୍ଦ୍ଧିତ ଶିଳ୍ପ ଓ ସହରାଞ୍ଚଳ ହେବା ଯୋଗୁ ଅନେକ ନଦୀପଥ ସଙ୍କୁଚିତ ହୋଇଗଲାଣି। ଏପରି କି କେତେଗୋଟି ନଦୀର ଅବସ୍ଥିତ ଆଦୌ ନାହିଁ କହିଲେ ଚଳେ। ଉଦାହରଣ ସ୍ବରୂପ, ବଟନଦୀ, ଶାମୁକାତି ମୁଣ୍ଡା, କପିଳଜୋର, ହଳଦୀପାଣି, କାଉଡ଼ିଆ, ମଝିଡିଆ, ସାହାରାପେଣ୍ଠ ମତ୍ସ୍ୟଡିଆ, ଭଳି ନଦୀ ଏବେ ଆଉ ଦେଖିବାକୁ ମିଳୁନାହିଁ। ଏବେ ନାମକୁମାତ୍ର କଂସାରୀପାଟିଆ ନଦୀ, ଷଣ୍ଢକୁଦ ନଦୀ କିଛି ସ୍ଥାନରେ ଦୃଶ୍ୟମାନ ହେଉଛି। ଆଉ କେତେକ ଜାଗାରେ ନଦୀଗୁଡ଼ିକ ଅସ୍ଥିତ୍ୱ ହରାଇ ଜଳାଶୟ ଭଳି ହୋଇ ଗଲାଣି। ଯେଉଁ ବଟନଦୀରେ ମାଛ ମରିଥିଲେ ତା’ର ଚତୁଃପାଶର୍‌ବରେ ବିଜୟଚନ୍ଦ୍ରପୁର କଲୋନୀ ୧୫ ବର୍ଷ ମଧ୍ୟରେ ହୋଇଛି। ସେଠାରେ ୨ ହଜାରରୁ ଅଧିକ ବହୁତଳ କୋଠାଘର ହୋଇଛି। ସମ୍ପୃକ୍ତ କଲୋନୀର ବର୍ଯ୍ୟପାଣି ଏହି ବଟନଦୀରେ ମିଶୁଛି।

ବାଲିଝରା ବସ୍ତିର କେତେଜଣ ଲୋକ ନଦୀ ପାଣିରେ ବାଉଁଶ ଭାଡ଼ି କରି ସେଥିରେ ଶୌଚାଳୟ କରିଛନ୍ତି। ଅପରପାର୍ଶ୍ୱରେ ରହିଛି ଶୁଖୁଆଖଳା ବସ୍ତି। ଶୁଖୁଆ ପ୍ରସ୍ତୁତ କଲାବେଳେ ସେଥିରୁ ଉଦ୍‌ବୃତ୍ତ ପାଣି ମଧ୍ୟ ସେଥିରେ ମିଶୁଛି। ସବୁଠାରୁ କୌତୁହଳ ହେଲା ଶୁଖୁଆରେ ମିଶୁଥିବା ଫର୍ମାଲିନ୍‌ ନାମକ କେମିକାଲ ପାଣିରେ ମିଶୁଛି। ଆଉ କେତେଜଣ ଲୋକ ନଦୀକୁ ପୋତି ସେଥିରେ ଘର ନିର୍ମାଣ କରୁଛନ୍ତି। ଏହା ଦ୍ୱାରା ନଦୀ ଏବେ ଘେରି ଭଳି ଦେଖାଯାଉଛି। ଏକଦା ଏହି ନଦୀର ସୀମା ପାରାଦୀପଗଡ଼ଠାରୁ ଆରମ୍ଭ କରି ଉଦୟବଟ ଦେଇ ଅଠରବାଙ୍କିଠାରେ କଂସାରୀପାଟିଆ ନଦୀରେ ମିଶିଥିଲା। ଯାହାର ଲମ୍ବ ପ୍ରାୟ ୨୫ କି.ମି.ରୁ ଅଧିକ ବୋଲି ମତ୍ସ୍ୟଜୀବୀ ଆଲୋକ ରାଉତ କୁହନ୍ତି, ଏବେ ଯେଉଁଭଳି ଜବରଦଖଲ ହେଉଛି ଆଉ କିଛିବର୍ଷ ମଧ୍ୟରେ ବଟନଦୀ ସମ୍ପୂର୍ଣ୍ଣ ଅଦୃଶ୍ୟ ଯେ ନ ହେବ ସେ କଥା ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri