Video: ଶକ୍ତିଶାଳୀ ଭୂମିକମ୍ପ ପରେ ଜାପାନକୁ ଛୁଇଁଲା ସୁନାମିର ପ୍ରଥମ ଜୁଆର, ଉଚ୍ଚ ସ୍ଥାନକୁ ଚାଲିଯିବାକୁ ବାସିନ୍ଦାଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧।୧: ସୋମବାର କେନ୍ଦ୍ରୀୟ ଜାପାନରେ ୭.୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମିର ପ୍ରଥମ ଜୁଆର ଉପକୂଳକୁ ଛୁଇଁଛି। ସୁନାମି ପ୍ରଭାବକୁ ଦୃଷ୍ଟିରେ ରଖି ଉପକୂଳ ବାସିନ୍ଦାଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି।

ଭୂମିକମ୍ପ ଉତ୍ପତ୍ତିସ୍ଥଳ ହାୱାଇ ସ୍ଥିତ ପ୍ରଶାନ୍ତ ମହାସାଗରଠାରୁ ଜାପାନ ଉପକୂଳରେ ୩୦୦ କିଲୋମିଟର (୧୯୦ ମାଇଲ) ମଧ୍ୟରେ ବିପଦପୂର୍ଣ୍ଣ ସୁନାମି ଆସିବାର ସମ୍ଭାବନା ରହିଛି। ତେବେ ଇଶିକାୱା ଜିଲାର ୱାଜିମା ସହରରେ ୧.୨ ମିଟର ଉଚ୍ଚତାର ସୁନାମି ଆସିଥିବା ନିଶ୍ଚିତ ହୋଇଛି।

ତେବେ ଏହି ଭୂମିକମ୍ପ ପ୍ରଭାବରେ ଇଶିକାୱା ସ୍ଥିତ ନୋଟୋ ଉପଦ୍ୱୀପ ନିକଟରେ ସମୁଦ୍ରଠାରୁ ୫ ମିଟର ପର୍ଯ୍ୟନ୍ତ ଜୁଆର ହେବାର ସମ୍ଭାବନା ରହିଛି। ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ତୁରନ୍ତ ଘର ଖାଲି କରି ଉଚ୍ଚ ସ୍ଥାନକୁ ଯିବାକୁ କୁହାଯାଇଛି। ଏହି ଭୂମିକମ୍ପର ଝଟକା ରାଜଧାନୀ ଟୋକିଓ, କାଣ୍ଟୋ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା। ତେବେ ଏହି ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ଜନିତ ଖବର ଆସିନାହିଁ।

ସୋମବାର ଜାପାନରେ ଅପରାହ୍ନ ୪ଟା ୧୦ ମିନିଟରେ ୭.୫ ତୀବ୍ରତାର ଭୂମିକମ୍ପ ଆସିବା ପରେ ଅପରାହ୍ନ ୪:୧୮ ରେ ୬.୧ ତୀବ୍ରତାର ଭୂମିକମ୍ପ, ଅପରାହ୍ନ ୪:୨୩ ରେ ୪.୫ ତୀବ୍ରତାର ଭୂମିକମ୍ପ, ୪:୨୯ ରେ ୪.୬ ତୀବ୍ରତାର ଭୂମିକମ୍ପ ଏବଂ ୪:୩୨ ରେ ୪.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୭.୬ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଚେତାବନୀ ଜାରି

ନୂଆଦିଲ୍ଲୀ,୨୪।୩: ଓସେନିଆର ଟୋଙ୍ଗା ଅଞ୍ଚଳ ନିକଟରେ ନିଆଫୁରେ ଏକ ଶକ୍ତିଶାଳୀ ୭.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଆମେରିକାର ଭୂତତ୍ତ୍ୱ…

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଆମେରିକା-ଇରାନ ଡିଲ୍‌ରେ ଏହି ଦେଶ ସାମିଲ, ଜାଣିଲେ ହୋଇଯିବେ ତାଜୁବ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦର ମଧ୍ୟସ୍ଥତା ପାଇଁ ପ୍ରୟାସ ଜୋର ଧରିଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଇସ୍ରାଏଲ ଉପରେ ମିଶାଇଲ୍ ଆଟାକ୍ କଲା ଇରାନ, ତେହରାନ୍‌ ଆମେରିକା ସହ ଆଲୋଚନା ପାଇଁ ମନାକରିବାରୁ ପୁଣି ବଢ଼ିଲା ତେଲ ଦର

ତେହରାନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଆଲୋଚନା ଆରମ୍ଭ କରିବା ପାଇଁ ପ୍ରୟାସ ତୀବ୍ର ହୋଇଛି । ତଥାପି, ପରିସ୍ଥିତି ସ୍ୱାଭାବିକ…

ଦୂର ହେବ ଚିନ୍ତା! LPG-Petrol ନେଇ ଭାରତ ଆସୁଛି ଆଉ ୩ ଜାହାଜ, ପାର କଲା Strait of Hormuz

ନୂଆଦିଲ୍ଲୀ,୨୪।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ସଂଘର୍ଷ ଏବଂ ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଯୋଗୁ ଦେଖାଦେଇଥିବା ରୋଷେଇ ଗ୍ୟାସର ଅଭାବ ପାଇଁ ଏବେ ଆଶ୍ୱସ୍ତି ଆଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri