Posted inଖେଳ

ଦୁଇ ବର୍ଷ ଲେଖାଏ ବ୍ୟବଧାନରେ ହୋଇଥିଲା ପ୍ରଥମ ୩ ବିଶ୍ୱକପ୍‌

ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଆନୁକୂଲ୍ୟରେ ପୁରୁଷ ହକି ବିଶ୍ୱକପ୍‌ ୧୯୭୧ରୁ ଆରମ୍ଭ ହୋଇଥିଲା। ଇତିହାସ ଅବଲୋକନ କଲେ ଜଣାଯାଏ ଯେ, ପ୍ରଥମ ୩ ବିଶ୍ୱକପ୍‌ ପ୍ରତି ୨ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ବିଶ୍ୱକପ୍‌ର ଆୟୋଜନ ଭାର ପାଇଥିଲା ସ୍ପେନ୍‌। ବାର୍ସେଲୋନାରେ ଅନୁଷ୍ଠିତ ପ୍ରଥମ ସଂସ୍କରଣରେ ପାକିସ୍ତାନ ଚାମ୍ପିୟନ ହୋଇଥିବାବେଳେ ଆୟୋଜକ ସ୍ପେନ୍‌ ରନରଅପ୍‌ ଏବଂ ଭାରତକୁ ତୃତୀୟ ସ୍ଥାନ ମିଳିଥିଲା। ପରବର୍ତ୍ତୀ ସଂସ୍କରଣ ୧୯୭୩ରେ ନେଦରଲାଣ୍ଡ୍ସର ଅମଷ୍ଟେଲଭିନ୍‌ରେ ଆୟୋଜିତ ହୋଇଥିଲା। ଏଥିରେ ଆୟୋଜକ ଦଳ ଟାଇଟଲ ହାସଲ କରିଥିବାବେଳେ ଭାରତ ରନରଅପ୍‌ ହୋଇଥିଲା। ତୃତୀୟ ବିଶ୍ୱକପ୍‌ ୧୯୭୫ରେ ମାଲେସିଆର କୁଆଲାଲମ୍ପୁରରେ ଅନୁଷ୍ଠିତ ହୋଇଥିଲା। ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ପିନ୍ଧିଥିଲା ବିଜୟ ମୁକୁଟ। ପରବର୍ତ୍ତୀ ବିଶ୍ୱକପ୍‌ ୩ ବର୍ଷ ବ୍ୟବଧାନରେ ଅର୍ଥାତ୍‌ ୧୯୭୮ରେ ହୋଇଥିଲା। ଏଥର ଆୟୋଜନ ଅଧିକାର ପାଇଥିଲା ଆର୍ଜେଣ୍ଟିନା ଏବଂ ବୁଏନ୍ସ ଏୟାର୍ସରେ ଏହା ଆୟୋଜିତ ହୋଇଥିଲା। ଏଥିରେ ପାକିସ୍ତାନ ଚାମ୍ପିୟନ ଓ ନେଦରଲାଣ୍ଡ୍ସ ରନରଅପ୍‌ ହୋଇଥିଲା। ଏହା ପରଠାରୁ ଅର୍ଥାତ୍‌ ୧୯୮୨ଠାରୁ ପ୍ରତି ବିଶ୍ୱକପ୍‌ ୪ ବର୍ଷ ବ୍ୟବଧାନରେ ଆୟୋଜିତ ହୋଇ ଆସୁଛି। ୧୯୮୨ରେ ଭାରତ ପ୍ରଥମଥର ପାଇଁ ଆୟୋଜନ ଅଧିକାର ହାସଲ କରିଥିଲା। ବମ୍ବେ (ଏବେ ମୁମ୍ବାଇ)ରେ ଅନୁଷ୍ଠିତ ଟୁର୍ନାମେଣ୍ଟରେ ପାକିସ୍ତାନ ଓ ପଶ୍ଚିମ ଜର୍ମାନୀ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏହାପରେ ୧୯୮୬ରେ ଇଂଲଣ୍ଡର ଲଣ୍ଡନ, ୧୯୯୦ରେ ପାକିସ୍ତାନର ଲାହୋର, ୧୯୯୪ରେ ଅଷ୍ଟ୍ରେଲିଆର ସିଡ୍‌ନୀ, ୧୯୯୮ରେ ନେଦରଲାଣ୍ଡ୍ସର ଉଟ୍ରେଚ୍‌, ୨୦୦୨ରେ ମାଲେସିଆର କୁଆଲାଲମ୍ପୁର, ୨୦୦୬ରେ ଜର୍ମାନୀର ମନଚେନ୍‌ଗ୍ଲାଡବ୍ୟାକ୍‌, ୨୦୧୦ରେ ଭାରତର ନୂଆଦିଲ୍ଲୀ, ୨୦୧୪ରେ ନେଦରଲାଣ୍ଡ୍ସର ହଗ୍‌ ଏବଂ ୨୦୧୮ରେ ଭାରତର ଭୁବନେଶ୍ୱରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ସବୁ ସଂସ୍କରଣଗୁଡ଼ିକରେ ଯଥାକ୍ରମେ ଅଷ୍ଟ୍ରେଲିଆ-ଇଂଲଣ୍ଡ, ନେଦରଲାଣ୍ଡ୍ସ-ପାକିସ୍ତାନ, ପାକିସ୍ତାନ-ନେଦରଲାଣ୍ଡ୍ସ, ନେଦରଲାଣ୍ଡ୍ସ-ସ୍ପେନ୍‌, ଜର୍ମାନୀ-ଅଷ୍ଟ୍ରେଲିଆ, ଜର୍ମାନୀ -ଅଷ୍ଟ୍ରେଲିଆ, ଅଷ୍ଟ୍ରେଲିଆ-ଜର୍ମାନୀ, ଅଷ୍ଟ୍ରେଲିଆ-ନେଦରଲାଣ୍ଡ୍ସ ଏବଂ ବେଲଜିୟମ-ନେଦରଲାଣ୍ଡ୍ସ ଚାମ୍ପିୟନ-ରନରଅପ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri