ପ୍ରଥମେ କରୁଥିଲେ ବିରୋଧ,ଏବେ କରୁଛନ୍ତି ପ୍ରଶଂସା…

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଠାନ’ ବକ୍ସ ଅଫିସରେ ସଫଳତା ପାଇବାରେ ଲାଗିଛି। ଯେଉଁମାନେ ରିଲିଜ୍‌ ପୂର୍ବରୁ ଫିଲ୍ମକୁ ବିରୋଧ କରୁଥିଲେ, ଏବେ ସେହିମାନେ ଫିଲ୍ମକୁ ପ୍ରଶଂସା କରୁଥିବା ଦେଖାଯାଇଛି। ନିକଟରେ ଅଭିନେତ୍ରୀ କଙ୍ଗନା ରାଣାୱତ କିଛି ଦିନ ପୂର୍ବରୁ ଫିଲ୍ମର ସଫଳତାକୁ ପ୍ରଶଂସା କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଥି ସହିତ ‘ ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମଧ୍ୟ ‘ପଠାନ’କୁ ପ୍ରଶଂସା କରିଛନ୍ତି।

‘ପଠାନ’ ରିଲିଜ ହେବା ପୂର୍ବରୁ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏହି ଚଳଚ୍ଚିତ୍ରର ‘ବେସରାମ ରଙ୍ଗ ’ଗୀତକୁ ବିରୋଧ କରିଥିଲେ। ଏହା ଭାରତୀୟ ସଂସ୍କୃତିର ବଦନାମ ବୋଲି କହିଥିଲେ।
ହେଲେ ଏବେ ନିର୍ଦ୍ଦେଶକ ଆଉ ଏକ ନୂଆ ଭିଡିଓ ଭାଇରାଲ ହୋଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବାସ୍ତବରେ, ଏହି ଭିଡିଓରେ ସେ ବଲିଉଡ କିଙ୍ଗ୍‌ଖାନଙ୍କ ଫିଲ୍ମର ସଫଳତାକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

ନିର୍ଦ୍ଦେଶକ କହିଛନ୍ତି, ଶାହରୁଖଙ୍କ ଚରିତ୍ର ଏବଂ ଫ୍ୟାନ୍‌ ଫଲୋଇଙ୍ଗ୍‌ କାରଣରୁ ପଠାନ ସଫଳତା ପାଇଛି। ମୁଁ ମଧ୍ୟ ଅନୁଭବ କରୁଛି ଯେ କିଛି ଶ୍ରେୟ (ପଠାନଙ୍କ ସଫଳତା ପାଇଁ) ସେହି ଲୋକଙ୍କ ନିକଟକୁ ମଧ୍ୟ ଯିବା ଉଚିତ୍‌, ଯେଉଁମାନେ ଏହି ଚଳଚ୍ଚିତ୍ରକୁ ନେଇ ଅଯଥା ବିରୋଧ କରୁଥିଲେ ଏବଂ ବୟକଟ କରିବାକୁ ଦାବି କରିଥିଲେ।

Share