Posted inଖେଳ

ପ୍ରଥମ ଟେଷ୍ଟ: ଓ୍ବେଷ୍ଟଇଣ୍ଡିଜ ଅଗ୍ରଣୀ

ସାଉଥାମ୍ପଟନ, ୧୦।୭-ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। କ୍ରେଗ୍‌ ବ୍ରାଥ୍‌ଓ୍ବେଟ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଶାମରା ବ୍ରୁକ୍ସ, ରଷ୍ଟନ ଚେଜ୍‌ ଏବଂ ଶେନ ଡୋରିଚ୍‌ ଉପଯୋଗୀ ବ୍ୟାଟିଂ କରି ଭ୍ରମଣକାରୀ ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଛନ୍ତି। ଶୁକ୍ରବାର ତୃତୀୟ ଦିବସରେ ଖବର ମିଳିବା ବେଳକୁ ଓ୍ବେଷ୍ଟଇଣ୍ଡିଜ ୬ ଉଇକେଟ ହରାଇ ୨୬୯ ରନ ସଂଗ୍ରହ କରିଛି। ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ ୨୦୪ ରନ କରି ଅଲଆଉଟ ହୋଇ ଯାଇଥିଲା।
ଦ୍ୱିତୀୟ ଦିବସର ଅସମାପ୍ତ ସ୍କୋର ୫୭/୧ରୁ ଖେଳ ଆରମ୍ଭ କରିଥିବା ଓ୍ବେଷ୍ଟଇଣ୍ଡିଜ ତୃତୀୟ ଦିବସ ପ୍ରଥମ ସେସନରେ ଆଉ ୨ ଉଇକେଟ ହରାଇଥିଲା। ଶାଇ ହୋପ୍‌ ୧୬ ଏବଂ ବ୍ରାଥଓ୍ବେଟ୍‌ ୬୫ ରନ କରି ପ୍ୟାଭିଲିୟନ ଫେରିଥିଲେ। ୧୨୫ଟି ବଲ୍‌ର ସମ୍ମୁଖୀନ ହୋଇଥିବା ବ୍ରାଥଓ୍ବେଟ ନିଜ ଇନିଂସ ମଧ୍ୟରେ ୬ ଚୌକା ମାରିଥିଲେ। ଏହା ଥିଲା ତାଙ୍କ ଟେଷ୍ଟ କ୍ୟାରିୟରର ୧୮ତମ ଅର୍ଦ୍ଧଶତକ। ହୋପ୍‌ ସ୍ପିନର ଡମ୍‌ ବେସ୍‌ଙ୍କ ଶିକାର ହୋଇଥିବାବେଳେ ବ୍ରାଥଓ୍ବେଟ୍‌ଙ୍କ ଇନିଂସର ପରିସମାପ୍ତି ଘଟାଇଥିଲେ ଅଧିନାୟକ ବେନ୍‌ ଷ୍ଟୋକ୍ସ। ଦ୍ୱିତୀୟ ସେସନରେ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନେ ଭଲ ବ୍ୟାଟିଂ କରିଥିଲେ। ଏକାଗ୍ରତାର ସହିତ ଖେଳି ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବ୍ରୁକ୍ସ ୩୯ ରନ କରିଥିବାବେଳେ ଜେମ୍ସ ଆଣ୍ଡରସନଙ୍କ ବଲ୍‌ରେ ଉଇକେଟ କିପର ଜୋସ ବଟଲରଙ୍କୁ କ୍ୟାଚ ଦେଇ କ୍ରିଜ୍‌ ଛାଡ଼ିଥିଲେ। ବ୍ରୁକ୍ସ ରିଭ୍ୟୁ ମାଗିଥିଲେ ହେଁ ନିଷ୍ପତ୍ତି ତାଙ୍କ ବିପକ୍ଷରେ ଯାଇଥିଲା। ଜେର୍ମିନ ବ୍ଲାକ୍‌ଉଡ୍‌ ମାତ୍ର ୧୨ ରନ କରିବାକୁ ସକ୍ଷମ ହୋଇଥିଲେ। ତେବେ ରଷ୍ଟନ ଚେଜ୍‌ ଏବଂ ଉଇକେଟ କିପର ଶେନ ଡୋରିଚ୍‌ ଲଢ଼ୁଆ ପ୍ରଦର୍ଶନ କରି ଦଳକୁ ବଡ଼ ଅଗ୍ରଣୀ ଆଡ଼କୁ ନେଇ ଯାଇଥିଲେ। ଦୁହେଁ ୬ଷ୍ଠ ଉଇକେଟରେ ମୂଲ୍ୟବାନ ୮୧ ରନର ଭାଗୀଦାରି ଗଢ଼ିଥିଲେ। ଚେଜ୍‌ ୧୪୨ ବଲ୍‌ରୁ ୬ ଚୌକା ସହାୟତାରେ ୪୭ ରନ କରିଥିବାବେଳେ ଅଣ୍ଡରସନଙ୍କ ଏକ ବଲ୍‌କୁ ଖେଳିବାରେ ବିଫଳ ହୋଇଥିଲେ। ବଲ୍‌ ତାଙ୍କ ଉଭୟ ପ୍ୟାଡ୍‌କୁ ହିଟ୍‌ କରିଥିଲା। ଅମ୍ପାୟର ବ୍ୟାଟ୍‌ରେ ବଲ୍‌ ବାଜିଥିବା ସନ୍ଦେହ କରି ଆଉଟ ଦେଇ ନ ଥିଲେ। ମାତ୍ର ଇଂଲଣ୍ଡ ରିଭ୍ୟୁ ନେବାପରେ ବଲ୍‌ ଟ୍ରାକିଂରେ ସେ ଏଲବିଡବ୍ଲ୍ୟୁ ଆଉଟ ହୋଇଥିବା ସ୍ପଷ୍ଟ ହୋଇଥିଲା। ଇଂଲଣ୍ଡ ବୋଲରଙ୍କ ମଧ୍ୟରେ ଜେମ୍ସ ଆଣ୍ଡରସନ ୩ଟି, ଡମ୍‌ ବେସ୍‌ ୨ଟି ଏବଂ ବେନ୍‌ ଷ୍ଟୋକ୍ସ ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri