Posted inଖେଳ

ପ୍ରଥମ ଟେଷ୍ଟ:ଫଲୋଅନ ଏଡ଼ାଇଲା ପାକିସ୍ତାନ

ମାଉଣ୍ଟ ମାଉଗାନୁଇ,୨୯।୧୨(ଏପି): ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ପରେ ନୂଆ ଟେଷ୍ଟ ଅଧିନାୟକ ମହମ୍ମଦ ରିଜ୍‌ଓ୍ବାନ ଓ ଫହିମ ଆଶ୍ରଫ ଲଢୁଆ ବ୍ୟାଟିଂ କରି ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ପାକିସ୍ତାନକୁ ଫଲୋଅନରୁ ବଞ୍ଚାଇଛନ୍ତି। ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୧୫୫ ଓଭରରେ ୪୩୧ ରନ କରି ଅଲ୍‌ଆଉଟ ହୋଇଥିଲା। ଜବାବରେ ପାକିସ୍ତାନ ପ୍ରଥମ ଇନିଂସ ଆରମ୍ଭ କରି ସୋମବାର ତୃତୀୟ ଦିନ ଖେଳ ଶେଷସୁଦ୍ଧା ୧୦୨.୨ ଓଭରରେ ୨୩୯ ରନ କରି ଅଲ୍‌ଆଉଟ ହୋଇଛି। ଫଳରେ ପ୍ରଥମ ଇନିଂସରେ ପାକିସ୍ତାନ ୧୯୨ ରନରେ ପଛରେ ରହିଛି। ତେବେ ପାକିସ୍ତାନ ଫଲୋଅନ ଏଡ଼ାଇବାକୁ ସକ୍ଷମ ହୋଇଛି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୦/୧ରୁ ଖେଳ ଆରମ୍ଭ କରି ପାକିସ୍ତାନ ସୋମବାର ତୃତୀୟ ସେସନ ଶେଷରେ ଅଲ୍‌ଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ତଥା ଓପନର ଆବିଦ୍‌ ଅଲି ୧୯ରୁ ଖେଳ ଆରମ୍ଭ କରି ୨୫ ରନକରି ପ୍ୟାଭିଲିୟନ ଫେରିଥିଲେ। ସେହିପରି ବିନା ସ୍କୋରରୁ ଖେଳ ଆରମ୍ଭ କରି ମହମ୍ମଦ ଆବାସ ୫ ରନକରି ଆଉଟ୍‌ ହୋଇଥିଲେ। ଏହାପରେ ଆଝାର ଅଲୀ, ହାରିସ ସୋହେଲ, ଫଓ୍ବାଦ ଆଲମ ୫, ୩ ଓ ୯ ରନ କରିଆଉଟ ହୋଇଥିଲେ। ୮୦ ରନରେ ୬ ଉଇକେଟ ହରାଇ ପାକିସ୍ତାନ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ସପ୍ତମ ଉଇକେଟରେ ରିଜ୍‌ଓ୍ବାନ ଓ ଫହିମ ଆଶ୍ରଫ୍‌ ୧୦୭ ରନକରି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ୫୨ ରନରେ ୫ ଉଇକେଟର ପତନ ହୋଇଥିବା ବେଳେ ରିଜ୍‌ଓ୍ବାନ ବ୍ୟାଟିଂ କରିବାକୁ ଆସିଥିଲେ। ୭୧ ରନ କରିଥିବା ବେଳେ ସେ ମିଚେଲ ସାଣ୍ଟନରଙ୍କ ଡାଇରେକ୍ଟ ଥ୍ରୋରେ ଦୁର୍ଭାଗ୍ୟଜନକ ଭାବେ ରନଆଉଟ ହୋଇଥିଲେ। ସେହିପରି ଫହିମ ଆଶ୍ରଫ୍‌ ୯୧ ରନକରି ଇନିଂସର ଶେଷ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହେବା ସହ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ରିଜ୍‌ଓ୍ବାନ ଓ ଫହିମ ୩୦ ଓଭର କ୍ରିଜ୍‌ରେ ରହି ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟାସିର ଶାହା ୪, ଶାହିନ ଆଫ୍ରିଦି ୬ ରନ କରି ଆଉଟ ହୋଇଥିବା ବେଳେ ନସିମ ଶାହା ବିନା ସ୍କୋରରେ ଅପରାଜିତ ରହିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ କାଏଲ ଜେମିଶନ ସର୍ବାଧିକ ୩, ଟିମ ସୌଦି, ଟ୍ରେଣ୍ଟ ବୋଲ୍ଟ ଓ ନିଲ୍‌ ଓ୍ବାଗନର ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ୧୨୯ ରନର ଶତକୀୟ ପାଳି ମୁଖ୍ୟ ଘଟଣା ଥିଲା। ସେହିପରି ଅଭିଜ୍ଞ ରସ୍‌ ଟେଲର ୭୦, ହେନେରୀ ନିକୋଲ୍ସ ୫୬, ବିଜେ ଓ୍ବାଟଲିଂ ୭୩ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଦଳକୁ ବୃହତ୍‌ ସ୍କୋର ପ୍ରଦାନ କରିଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ଶାହିନ ଆଫ୍ରିଦି ୪ ଓ ୟାସିର ଶାହା ୩ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୧୫୫ ଓଭରରେ ୪୩୧ ରନରେ ଅଲଆଉଟ।
ପାକିସ୍ତାନ ପ୍ରଥମ ଇନିଂସରେ ୧୦୨.୨ ଓଭରରେ ୨୩୯ ରନରେ ଅଲଆଉଟ
(ଫହିମ ଆଶ୍ରଫ୍‌- ୯୧, ମହମ୍ମଦ ରିଜଓ୍ବାନ- ୭୧, ଆବିଦ ଅଲି-୨୫, ଜେମସନ- ୩/୩୫, ସୌଦି- ୨/୬୯, ବୋଲ୍ଟ- ୨/୭୧, ଓ୍ବାଗନର- ୨/୫୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri