Posted inଖେଳ

ପ୍ରଥମ ଟେଷ୍ଟ: ୨୧୮ ରନ୍‌ରେ ଆଗୁଆ ରହି ଦୃଢ ସ୍ଥିତିରେ ଭାରତ

ପର୍ଥ,୨୩ା୧୧: ପର୍ଥରେ ଅନୁଷ୍ଠିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଭାରତ। ଯଶପ୍ରୀତ୍‌ ବୁମ୍‌ରାଙ୍କ ୫ ଉଇକେଟ ସଫଳତା, ଅଷ୍ଟ୍ରେଲିଆ ମାଟିରେ ଜୟସ୍ବାଲଙ୍କ ପ୍ରଥମ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଦିନର ଷ୍ଟମ୍ପସ ବେଳକୁ ୨୧୮ ରନ୍‌ରେ ଆଗୁଆ ରହିଛି। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆକୁ ମାତ୍ର ୧୦୪ ରନ୍‌ରେ ସୀମିତ ରଖିବା ପରେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଭାରତ ବିନା କ୍ଷତିରେ ୧୭୨ ରନ୍‌ ସଂଗ୍ରହ କରିଛି। ଫଳରେ ହାତରେ ୧୦ ଉଇକେଟ ରହିଥିବା ବେଳେ ଭାରତ ୨୧୮ ରନ୍‌ରେ ଆଗୁଆ ରହିଛି। ପ୍ରଥମ ଦିନରେ ଭାରତ ୧୫୦ ରନ୍‌ରେ ସମସ୍ତ ଉଇକେଟ ହରାଇଥିବା ବେଳେ ଘରୋଇ ଦଳ ୬ ୭ ଉଇକେଟ ହରାଇ ସଙ୍କଟରେ ପଡିଥିଲା।

ପ୍ରଥମ ଦିନର ଅସମାପ୍ତ ସ୍କୋର ୬୭/୭ରୁ ଖେଳ ଆରମ୍ଭ କରି ଅଷ୍ଟ୍ରେଲିଆ ଆଉ ମାତ୍ର ୩୭ ରନ୍‌ ଯୋଡି ପାରିଥିଲା। ପୂର୍ବ ଦିନର ଅପରାଜିତ ବ୍ୟାଟର ଆଲେକ୍ସ କେରୀ ଦଳୀୟ ସ୍କୋରରେ ୩ ରନ୍‌ ଯୋଡି ପ୍ୟାଭିଲିୟନ ଫେରିଥିଲେ। କେରୀଙ୍କୁ ଆଉଟ କରିବା ସହ ବୁମ୍‌ରା ନିଜର ୫ ଉଇକେଟ ସଫଳତା ପୂରଣ କରିଥିଲେ। ତେବେ ନିମ୍ନକ୍ରମରେ ମିଚେଲ୍‌ ଷ୍ଟାର୍କ ଲଢୁଆ ୨୬ ରନ୍‌ କରିବାରୁ ଅଷ୍ଟ୍ରେଲିଆ ୧୦୪ ରନ୍‌ରେ ଅଲଆଉଟ ହୋଇଥିଲା। ଅଷ୍ଟ୍ରେଲୀୟ ଇନିଂସର ଟପ୍‌ ସ୍କୋରର ରହିଥିବା ଷ୍ଟାର୍କ ୧୧୨ ବଲ୍‌ ଖେଳି ୨ ଚୌକା ସହ ୨୬ ରନ୍‌ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଲେକ୍ସ କେରୀ ୨୧, ଟ୍ରାଭିସ୍‌ ହେଡ୍‌ ୧୧ ଓ ନାଥାନ ମ୍ୟାକ୍‌ସୁଇନି ୧୦ ୨ ଅଙ୍କ ସ୍କୋର ଛୁଇଁ ପାରିଥିଲେ। ୭ ଜଣ ବ୍ୟାଟର ୨ ଅଙ୍କ ଛୁଇଁ ପାରି ନ ଥିବା ବେଳେ ଭାରତୀୟ ଅଧିନାୟକ ଯଶପ୍ରୀତ୍‌ ବୁମ୍‌ରା ୧୧ତମ ଥର ପାଇଁ ଟେଷ୍ଟ କ୍ରିକେଟରେ ୫ ଉଇକେଟ ସଫଳତା ଅର୍ଜନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡେବ୍ୟୁଟାଣ୍ଟ ହର୍ଷିତ ରାଣା ୩ ଓ ମହମ୍ମଦ ସିରାଜ ୨ଟି ଲେଖାଏ ଉଇକେଟ ନେଇଥିଲେ।

୪୬ ରନ୍‌ରେ ଆଗୁଆ ରହିଥିବା ଭାରତର ଦ୍ୱିତୀୟ ଇନିଂସ ବେଶ ପ୍ରଭାବୀ ରହିଥିଲା। ଯଶସ୍ବୀ ଜୟସ୍ବାଲ ଓ ଲୋକେଶ ରାହୁଲ ଦୁଇଟି ସେସନ ମିଳିତ ଭାବରେ ବ୍ୟାଟିଂ କରିଥିଲେ। ଉଭୟ ଖେଳାଳି ନିଜର ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ଭାରତ ଦ୍ୱିତୀୟ ଦିନର ଷ୍ଟମ୍ପସ ବେଳକୁ ବିନା କ୍ଷତିରେ ୧୭୨ ରନ୍‌ କରିଛି। ଯଶସ୍ବୀ ଜୟସ୍ବାଲ ପ୍ରଥମ ଇନିଂସ ବିଫଳତାକୁ ପଛରେ ପକାଇ ଅର୍ଦ୍ଧଶତକ ହାସଲ କରିଥିଲେ। ଷ୍ଟମ୍ପସ ବେଳକୁ ଜୟସ୍ବାଲ ୯୦ ଓ ଲୋକେଶ ରାହୁଲ ୬୨ ରନରେ ବ୍ୟାଟିଂ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...

ରାଜ୍ୟରେ ବଢିଲା ତାପମାତ୍ରା

ଭୁବନେଶ୍ୱର,୨୧।୧: ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି...

ପିସ୍ତଲରୁ ନିଜକୁ ଗୁଳି କରିଦେଲେ ଯୁବ କଂଗ୍ରେସ ନେତା, ସହରରେ ଶୋକର ଛାୟା

ସୋନପୁର,୨୧l୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ରାଜେଶ ମିଶ୍ର(୪୦) ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୁବର୍ଣ୍ଣପୁର ସହର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri