Posted inଫୁରସତ

ସିତାର ପରିବେଷଣ କରି ୩୦ ଟଙ୍କା ପାଇଥିଲି: ଯୋଗେଶ ଦତ୍ତ

ଝାଡ଼ଖଣ୍ଡର ଦେଓଘରଠାରେ ମୋ ଜନ୍ମ। ଆମେ ଦୁଇ ଭାଇଭଉଣୀ ଭିତରେ ମୁଁ ହେଲି ସାନ। ବାପା ଜଣେ ଶିକ୍ଷାବିତ୍‌ ସାଙ୍ଗକୁ ଭଲ ଭାୟୋଲିନ୍‌ ମଧ୍ୟ ବଜାଇପାରୁଥିଲେ। ବଡ଼ ଭଉଣୀ ବି ଜଣେ ସିତାର ବାଦିକା ଥିଲେ। ତାଙ୍କ ବାହାଘର ପରେ ଘରେ ସେମିତି ସିତାର ଥୁଆ ହୋଇଥିବାର ଦେଖି ବାପା ମୋତେ ସିତାର ଶିଖାଇବାକୁ ଚିନ୍ତା କଲେ। ସେତେବେଳକୁ ମୋତେ ମାତ୍ର ୮/୯ବର୍ଷ ବୟସ ହୋଇଥାଏ। କୋଲକାତାର ଲୋକପ୍ରିୟ ତବଲା ବାଦକ କରାମତ୍‌ ତୁଲା ଖାଁଙ୍କର ଥିବା କରାମତ୍‌ ସଙ୍ଗୀତାଳୟର ଜଣେ ଗୁରୁ ପଣ୍ଡିତ ଦିଲ୍ଲୀପ ଚୌଧୁରୀ ମୋତେ ପ୍ରଥମେ ସିତାର ଶିଖାଇବା ଆରମ୍ଭ କରିଥିଲେ। ତାଙ୍କ ପାଖରେ ମୁଁ ପାଖାପାଖି ୮ ବର୍ଷ ସିତାର ଶିକ୍ଷା ନେଇଥିଲି। ସିତାର ଶିକ୍ଷା ସାଙ୍ଗକୁ ପାଠପଢ଼ା ବି ଚାଲିଥାଏ। ମଝିରେ ମଝିରେ ଗୁରୁଙ୍କ ସାଙ୍ଗରେ ବିଭିନ୍ନ ସ୍ଥାନକୁ ଯାଇ ସିତାର ପରିବେଷଣ ମଧ୍ୟ କରୁଥାଏ। ଥରେ ଗୋଟିଏ ପ୍ରୋଗ୍ରାମ୍‌ରେ ସିତାର ପରିବେଷଣ କରି ମୋତେ ୩୦ ଟଙ୍କା ପାରିଶ୍ରମିକ ମିଳିଥିଲା। ଗୁରୁଜୀ ଆଣି ସେ ଟଙ୍କାକୁ ବାପାଙ୍କ ହାତରେ ଦେଇ ଯାଇଥିଲେ, ଯାହା କି ଥିଲା ମୋ ଜୀବନର ପ୍ରଥମ ରୋଜଗାର। ଏମିତି ସମୟ ଗଡ଼ି ଚାଲିଲା। ମାଟ୍ରିକ୍‌ ପାସ୍‌ କରି ବାପାଙ୍କ ଇଚ୍ଛାରେ ମୁଁ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିଲି। କାରଣ ବାପା ଯେହେତୁ ଜଣେ ବିଜ୍ଞାନ ଶିକ୍ଷକ ଥିଲେ ତେଣୁ ସେ ଚାହୁଁଥିଲେ ମୁଁ ବି ପାଠପଢ଼ି ବିଜ୍ଞାନ ଶିକ୍ଷକ ଅବା ଅଧ୍ୟାପକଟିଏ ହୁଏ। କିନ୍ତୁ ସତ କହିବାକୁ ଗଲେ ମୋର ସେତେ ଭଲ ପାଠ ହେଉ ନ ଥିଲା। ଗଣିତ ହେଉ କି ଫିଜିକ୍ସ, କେମେଷ୍ଟ୍ରି ଅବା ବାୟୋଲୋଜି ମୋ ମୁଣ୍ଡରେ ଆଦୌ ପଶୁ ନ ଥିଲା। ବହୁ କଷ୍ଟରେ ଯୁକ୍ତ ଦୁଇରେ ସେକେଣ୍ଡ ଡିଭିଜନ୍‌ ହେବାରୁ ବାପାଙ୍କୁ ବୁଝାଇଲି, ମୋ ଦ୍ୱାରା ବିଜ୍ଞାନ ପଢ଼ା ହେବନି। ବାପା ମୋ କଥା ବୁଝିଲେ ଆଉ କହିଲେ ଠିକ୍‌ ଅଛି, ତୁ ଯୁକ୍ତ ତିନିରେ କଳା ବିଭାଗରେ ପଢ଼େ, ତା’ପରେ ସିତାର କ୍ଷେତ୍ରରେ ତୋ କ୍ୟାରିୟର୍‌ ଗଢ଼ିବାକୁ ଚେଷ୍ଟା କରିବା। ସେୟା ହିଁ ହେଲା। ଯୁକ୍ତ ତିନି ସରିବା ପରେ ୧୯୯୩ରେ ମୁଁ ଦିଲ୍ଲୀସ୍ଥିତ ଶ୍ରୀରାମ ଭାରତୀୟ କଳା କେନ୍ଦ୍ରରେ ନାଁ ଲେଖାଇଲି। ସେଠାରେ ସିତାର କ୍ଷେତ୍ରରେ ତିନି ବର୍ଷ ସାର୍ଟିଫିକେଟ୍‌ କୋର୍ସ, ଦୁଇ ବର୍ଷ ଡିପ୍ଲୋମା ଆଉ ଦୁଇ ବର୍ଷ ପି.ଜି. ଡିପ୍ଲୋମା କୋର୍ସ କଲି। ସେଠାରେ ମୋର ପ୍ରିୟ ଗୁରୁ ଥିଲେ ପଣ୍ଡିତ ବିଶ୍ୱଜିତ୍‌ ରାୟ ଚୌଧୁରୀ। ସେ ମୋତେ ସିତାର ଶିକ୍ଷା ସାଙ୍ଗକୁ ବିଭିନ୍ନ ଷ୍ଟେଜ୍‌ ପ୍ରୋଗ୍ରାମ୍‌ ତଥା ରେକର୍ଡିଂରେ ସିତାର ପରିବେଷଣ କରିବାକୁ ଅନେକ ସୁଯୋଗ ଦେଉଥିଲେ; ଯଦ୍ଦ୍ବାରା ସେଥିରୁ ମୋର କିଛି କିଛି ରୋଜଗାର ହୋଇଯାଉଥିଲା। ତା’ସହିତ ପି.ଜି. ଡିପ୍ଲୋମା ପଢ଼ା ସମୟରେ ମୋତେ ପ୍ରତିମାସ ଦୁଇ ହଜାର ଟଙ୍କା ଲେଖାଏ ନ୍ୟାଶନାଲ୍‌ ସ୍କଲାର୍‌ଶିପ୍‌ ବି ମିଳିଲା। ଏସବୁ ଗୁରୁ ପଣ୍ଡିତ ବିଶ୍ୱଜିତ୍‌ଙ୍କ ପାଇଁ ସମ୍ଭବ ହୋଇଥିବାରୁ ଖୁସିରେ ମୁଁ ତାଙ୍କୁ କିଛି ଦେବାକୁ ଚିନ୍ତା କରିବାରୁ ସେ ଆଦୌ ରାଜି ହେଲେ ନାହିଁ। ବରଂ ମୋତେ ଆହୁରି ଉନ୍ନତି କରିବା ପାଇଁ ସେ ଆଶୀର୍ବାଦ କଲେ। ତାଙ୍କରି ଆଶୀର୍ବାଦରୁ ମୁଁ ୨୦୧୧ ମସିହା ପର୍ଯ୍ୟନ୍ତ ଦିଲ୍ଲୀରେ ରହି ଅନେକ ଷ୍ଟେଜ୍‌ ପ୍ରୋଗ୍ରାମ୍‌ କରିବା ସହ ରେକର୍ଡିଂ ମଧ୍ୟ କରିଥିଲି। ତା’ସହିତ ସ୍ଥାନୀୟ ଦୁଇଟି ବିଦ୍ୟାଳୟରେ ମୁଁ ସିତାର ଶିକ୍ଷକ ଭାବେ ଚାକିରି କରି ପିଲାମାନଙ୍କୁ ସିତାର ଟ୍ରେନିଂ ମଧ୍ୟ ଦେଉଥିଲି। ସେହିପରି ଶ୍ରୀରାମ ଭାରତୀୟ କଳା କେନ୍ଦ୍ର ତରଫରୁ ପ୍ରତିବର୍ଷ ଦଶହରାରୁ ଦୀପାବଳି ପର୍ଯ୍ୟନ୍ତ ରାମଲୀଳାର ଆୟୋଜନ କରାଯାଇଥାଏ। ଏହା ହେଉଛି ଅଢ଼େଇ ଘଣ୍ଟାର ଏକ ଶୋ। ପ୍ରତିଦିନ ଏହା ପରିବେଷଣ ହୋଇଥାଏ। ଏହାର ଲାଇଭ୍‌ ରେକର୍ଡିଂ ମଧ୍ୟ ହୁଏ। ଗୁରୁଜୀଙ୍କ ଯୋଗୁ ଏହି ପ୍ରୋଗ୍ରାମ୍‌ରେ ମୋତେ ଥରେ ସିତାର ବଜାଇବାର ସୁଯୋଗ ମିଳିଥିଲା। ଆଉ ମୋର ସିତାର ବଜାଇବା ଶୈଳୀଟି ସମସ୍ତଙ୍କୁ ଏତେ ଭଲ ଲାଗିଥିଲା ଯେ, ଆଜିଯାଏ ବି ମୋର ସିତାର ବଜାଇବାର ରେକର୍ଡିଂ ସେଠାରେ ରାମଲୀଳାରେ ବାଜୁଥିବାର ଶୁଣିବାକୁ ମିଳୁଛି, ଯାହା ମୋ ପାଇଁ ଏକ ଖୁସିର କଥା। ତେବେ ୨୦୧୧ ପରେ କୋଲକାତା ଯାଇ କରାମତ୍‌ ସଙ୍ଗୀତାଳୟରେ ରିୟାଜ୍‌ କରିବା ସହ ସେଠାରେ ପିଲାଙ୍କୁ ଟ୍ରେନିଂ ବି ଦେଉଥିଲି। ତା’ସହିତ ଷ୍ଟେଜ୍‌ ପ୍ରୋଗ୍ରାମ୍‌ ଓ ରେକର୍ଡିଂ କାମ ବି ମୋର ଚାଲିଥିଲା। ସବୁକିଛି ଠିକ୍‌ଠାକ୍‌ ଥିଲା। ହେଲେ କରୋନା ମହାମାରୀ ଯୋଗୁ ଏବେ ସବୁ କାମ ମୋର ବନ୍ଦ ହୋଇଯାଇଛି। ତଥାପି ସାହସ କମିନି କି ଧୈର୍ଯ୍ୟହରା ହୋଇନି। ଭଗବାନଙ୍କ ଉପରେ ପୂରା ଭରସା ରହିଛି। ସେ ଚାହିଁଲେ ପରିସ୍ଥିତିରେ ପୁଣି ସୁଧାର ଆସିବ ଆଉ ମୋର କାମ ପୁଣିଥରେ ଆରମ୍ଭ ହେବ। ତେବେ ବର୍ତ୍ତମାନ ମୁଁ ସାକ୍ଷୀଗୋପାଳସ୍ଥିତ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟରେ ରହି ୨/୩ ମାସ ପର୍ଯ୍ୟନ୍ତ ରିଆଜ୍‌ କରିବାର ଯୋଜନା ରଖିଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri