Posted inଫୁରସତ

ରୋଜଗାର ଟଙ୍କାରେ ବଳଦ କିଣା ହୋଇଥିଲା: ବିଷ୍ଣୁ ଚରଣ ସାହୁ

ଯାଜପୁର ଜିଲା ଭୂଇଁପୁର ପୋଷ୍ଟ ଅନ୍ତର୍ଗତ କଲ୍ୟାଣପୁର ଗାଁରେ ମୋ ଜନ୍ମ। ସ୍ଥାନୀୟ ବରଦାୟୀ ହାଇସ୍କୁଲରେ ପଢ଼ୁଥିବାବେଳେ ସପ୍ତମ ଶ୍ରେଣୀରେ ନ୍ୟାଶନାଲ୍‌ ସ୍କଲାରଶିପ୍‌ ବାବଦେ ୪୮୦ ଟଙ୍କା ଜାତୀୟ ମେଧାବୃତ୍ତି ପାଇଥିଲି, ଯାହା କି ଥିଲା ମୋ ଜୀବନର ପ୍ରଥମ ରୋଜଗାର। ସେହି ଟଙ୍କାରେ ବାପା ଚାଷ କରିବା ପାଇଁ ଗୋଟିଏ ବଳଦ ଘରକୁ କିଣି ଆଣିଥିଲେ। ବଳଦକୁ ଦେଖି ସେଦିନ ଘରେ ଆମେ ସମସ୍ତେ ବହୁତ ଖୁସି ହୋଇଯାଇଥିଲୁ। ପାଠ ପଢ଼ା ପ୍ରତି ମୋର ଖୁବ୍‌ ଆଗ୍ରହ ଓ ଶ୍ରଦ୍ଧା ରହିଥିବାରୁ ମୁଁ ବରଦାୟୀ ସ୍କୁଲ୍‌ରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଯାଜପୁର ଏନ୍‌.ସି. କଲେଜରେ ନାମ ଲେଖାଇଥିଲି। ସେଠାରୁ ଇଂଲିଶ ଅନର୍ସରେ ବି.ଏ. ସାରି ରେଭେନ୍ସା କଲେଜରେ ଏମ୍‌.ଏ. ପଢ଼ିଲି। ହେଲେ ତା’ରି ଭିତରେ ଏକ ବଡ଼ ଦୁଃଖଦ ଘଟଣା ଆମ ପରିବାରରେ ଘଟିଯାଇଥିଲା। ମୁଁ ବି.ଏ. ପଢ଼ିବା ସମୟରେ ହିଁ ବାପାଙ୍କର ହଠାତ୍‌ ଦେହ ଖରାପ ହେଲା ଆଉ ସେ ଆରପାରିକୁ ଚାଲିଗଲେ। ତାଙ୍କ ପରେ ଘରର ସମସ୍ତ ଦାୟିତ୍ୱ ବଡ଼ ଭାଇଙ୍କୁ ବୁଝିବାକୁ ପଡ଼ିଲା। ଏପରି କି ମୋ ପାଠପଢ଼ା କଥା ବି ସେ ବୁଝୁଥିଲେ। ତେଣୁ ପି.ଜି. ସରିବା ପରେ ଯେବେ ମୁଁ ବରଦାୟୀ ହାଇସ୍କୁଲ୍‌ରେ ଅସ୍ଥାୟୀ ଶିକ୍ଷକ ଭାବେ ଶିକ୍ଷକତା କରିବାକୁ ଲାଗିଲି ସେବେ ମୋତେ ପ୍ରତିମାସ ୩୦୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ଆଉ ସେହି ଟଙ୍କାକୁ ନେଇ ମୁଁ ମୋ ବଡ଼ ଭାଇଙ୍କ ହାତରେ ଦେଇ ଦେଉଥିଲି। ଏହିପରି ୬ମାସ ଯିବା ପରେ ଯାଜପୁର ରୋଡ୍‌ସ୍ଥିତ ବ୍ୟାସନଗର କଲେଜରେ ୧୯୭୭ ମସିହାରେ ଆଡ୍‌ହକ୍‌ ଇଂଲିଶ ଅଧ୍ୟାପକ ଭାବେ ଯାଇ ଜଏନ୍‌ କଲି। ତିନି ବର୍ଷ ପରେ ୟୁଜିସି ସ୍କେଲ୍‌ରେ ମୋର ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟକୁ ପୋଷ୍ଟିଂ ହେଲା। ମାତ୍ର ବର୍ଷେ ସେଠାରେ କାମ କରିବା ପରେ କେନ୍ଦୁଝର ଧରଣୀଧର କଲେଜକୁ ବଦଳି ହୋଇଗଲି। ସେଠାରେ ପାଖାପାଖି ୧୨ ବର୍ଷ କାମ କରିବା ଭିତରେ ବରିଷ୍ଠ ଅଧ୍ୟାପକ ଭାବେ ପ୍ରମୋଶନ ପାଇଲି ଆଉ ରାଉରକେଲା ସରକାରୀ ସ୍ବୟଂ ଶାସିତ କଲେଜ, ପାନପୋଷକୁ ବଦଳି ହୋଇଗଲି। ସେଠାରେ ମଧ୍ୟ ୧୪ ବର୍ଷ ପାଖାପାଖି ରହିବା ଭିତରେ ପ୍ରାଧ୍ୟାପାକ ଭାବେ ମୋର ପ୍ରମୋଶନ ହେଲା। ଏହାର କିଛିଦିନ ପରେ ରାଉରକେଲା ସରକାରୀ ସାନ୍ଧ୍ୟ ମହାବିଦ୍ୟାଳୟ (ଯାହାର ବର୍ତ୍ତମାନର ନାମ ରାଉରକେଲା କଲେଜ, ରାଉରକେଲା)କୁ ମୋର ବଦଳି ହେଲା। ସେଠାରେ କିଛିଦିନ ପ୍ରାଧ୍ୟାପକ ଭାବେ କାମ କରିବା ପରେ କଲେଜ ଅଧ୍ୟକ୍ଷ ଭାବେ ମୋତେ ଦାୟିତ୍ୱ ଦିଆଯାଇଥିଲା। ଶେଷରେ ସେହି ଦାୟିତ୍ୱରେ ଥିବା ଅବସ୍ଥାରେ ହିଁ ୨୦୧୧ ଏପ୍ରିଲ୍‌ ୩୦ରେ ମୁଁ ଚାକିରିରୁ ଅବସର ନେଇଥିଲି। ଏ ତ ଥିଲା ମୋ ଚାକିରି ଜୀବନ କଥା। ଏହାଛଡ଼ା ନାଟକ ସହିତ ମୋର ଅର୍ଦ୍ଧ ଶତାବ୍ଦୀର ସମ୍ପର୍କ। ଷଷ୍ଠ ଶ୍ରେଣୀରେ ପଢ଼ିଲା ବେଳେ କଂସା କବାଟ ନାଟକରେ ବଡ଼ ରାଜ୍‌ କୁମାର ବିକ୍ରମ ଭୂମିକାରେ ଶିଶୁ ଅଭିନେତା ଭାବେ ମୁଁ ପ୍ରଥମେ ଅଭିନୟ କରିଥିଲି। ସେହିପରି କଲେଜ ଜୀବନରେ ମଧ୍ୟ ମୁଁ ଅନେକ ନାଟକରେ ଅଭିନୟ କରି ଶ୍ରେଷ୍ଠ ଅଭିନେତା ଭାବେ ବହୁ ପୁରସ୍କାର ଓ ସମ୍ମାନ ପାଇଥିଲି। ତେବେ ୧୯୬୫ ମସିହାରୁ ୨୦୧୫ ପାଖାପାଖି ୫୦ ବର୍ଷ ଧରି ମଞ୍ଚରେ ଅଭିନୟ କରିବାର ଅନୁଭୂତି ମୋତେ ଅନେକ କିଛି ଶିକ୍ଷା ଦେଇଛି। ସେହିପରି ଆଜକୁ ପ୍ରାୟ ୪୨ ବର୍ଷରୁ ଊର୍ଦ୍ଧ୍ୱ ହେବ ନାଟ୍ୟ ନିର୍ଦ୍ଦେଶକ, ପ୍ରଯୋଜକ, ସମୀକ୍ଷକ, ବିଚାରକ ଏବଂ ନାଟ୍ୟକାର ଭାବେ ମଧ୍ୟ ମୁଁ କାର୍ଯ୍ୟ କରିଆସୁଛି। ମୋ ରଚିତ ନାଟକଗୁଡ଼ିକ ମଧ୍ୟରେ ଧର୍ମର ଜୟ, ଏକ ନିଷ୍ଠୁର ସତ୍ୟ ସମ୍ପର୍କରେ, ଅନ୍ଧାରରୁ ଅନ୍ଧାରକୁ ଯାତ୍ରା, ବାନର କଣ୍ଠେ ମୁକ୍ତାମାଳ, ନିଷିଦ୍ଧ ସ୍ବପ୍ନ ଇତ୍ୟାଦି ଅନ୍ୟତମ। ସେହିପରି ମୋ ନିର୍ଦ୍ଦେଶିତ କେତୋଟି ସଫଳ ନାଟକ ହେଉଛି, ଗୁଣ୍ଡା, ଛତା, ପ୍ରଥା, ଈଶ୍ୱର ଜଣେ ଯୁବକ, ମୋନାଲିସାର ହସ ଇତ୍ୟାଦି ପ୍ରମୁଖ। ତେବେ ନାଟକରେ ଅଭିନୟ ହେଉ ଅବା ନାଟ୍ୟ ରଚନା କିମ୍ବା ନିର୍ଦ୍ଦେଶନା କ୍ଷେତ୍ରରେ ବି ମୋର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ମୋତେ ବହୁ ସମ୍ମାନ ଓ ପୁରସ୍କାର ମଧ୍ୟ ମିଳିଛି; ଯାହା ମୋତେ ସମାଜରେ ଏକ ନିଆରା ପରିଚିତି ଦେଇପାରିଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟ ସାଙ୍ଗ ପାଇଁ ପଦେ…

ଯାହା ନିକଟରେ ମନର ସବୁ ଅକୁହା କଥା କହିହୁଏ, ଯିଏ ସୁଖ ଆଉ ଦୁଃଖରେ ସାଥିରେ ଥାଏ, ସିଏ ହେଉଛି ବନ୍ଧୁ । ଆଉ ଏହି...

କନ୍ୟାକୁ ଦେଖି ଏମିତି ଅବସ୍ଥା ହେଲା ବରର

ଏବେ ବିବାହ ସମୟ ଚାଲିଛି। ମାତ୍ର କରୋନା କଟକଣା ଯୋଗୁ କେତେକେ ବିବାହକୁ ଆଗକୁ ଘୁଞ୍ଚାଇଦେଉଛନ୍ତି ତ ଆଉ କେତେକେ କଟକଣା ମଧ୍ୟରେ ବିବାହ କରାଉଛନ୍ତି।...

୨୪ ଘଣ୍ଟାରେ ୧୦ ଥର ନେଲେ କରୋନା ଡୋଜ୍‌…

ଓ୍ବିିଲିଂଣ୍ଟନ୍‌, ୧୨।୧୨: ଥରେ ନୁହେଁ ଦୁଇଥର ନୁହେଁ। ଲାଗ ଲାଗ ୧୦ ଥର କରୋନା ଡୋଜ୍‌ ନେଇଛନ୍ତି ନ୍ୟୁଜିଲାଣ୍ଡର ଜଣେ ବ୍ୟକ୍ତି। ସେ ୨୪ ଘଣ୍ଟାରେ...

ଅନ୍ୟକୁ ଜନ୍ମଦିନରେ ଦେଇଥାନ୍ତି କୋଟି କୋଟି ଟଙ୍କାର ଉପହାର, ହେଲେ ନିଜ ଜନ୍ମଦିନ ପାଳନ୍ତି ନାହିଁ ମୁକେଶ ଅମ୍ବାନୀ; ବ୍ୟକ୍ତିଗତ ଜୀବନରେ ସେ ଏଭଳି..

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ। ଯଦିଓ ବ୍ୟବସାୟୀ ଭାବେ ତାଙ୍କୁ ଅନେକ ଲୋକ ଜାଣନ୍ତି କିନ୍ତୁ...

ଅସୁସ୍ଥ ମହିଳାଙ୍କୁ ଷ୍ଟ୍ରେକଚର୍‌ରେ ଧରି ୧୫ ଘଣ୍ଟା ଚାଲିଲେ ଆଇଟିବିପି ଯବାନ

ପିଥୋରଗଡ଼, ୨୩।୮: ଲଗାଣ ବର୍ଷା ଯୋଗୁ ଉତ୍ତରାଖଣ୍ଡରେ ସ୍ଥିତି ସଙ୍ଗୀନ ହୋଇଗଲାଣି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ...

କରେଣ୍ଟ ଲାଗି କଟିଯାଇଥିଲା ୨ ହାତ; ପାଦରେ ଲେଖି ହେଲେ କୃଷି ପର୍ଯ୍ୟବେକ୍ଷକ

ସିକର, ୧୪।୯: ରାଜସ୍ଥାନର ସିକରରେ ରହୁଥିବା ଭରତ ସିଂ ଶେଖାଓ୍ବତଙ୍କୁ ଏବେ ସମସ୍ତେ ବେଶ୍‌ ତାରିଫ କରୁଛନ୍ତି। ମାତ୍ର ୬ ବର୍ଷ ବୟସରେ ଭରତ ଉଚ୍ଚ...

ଇଲାଷ୍ଟିକ ପରି କାନ

ଏମିତି କେତେଜଣଙ୍କ ବିଷୟରେ ଜାଣିଥିବେ ଯେଉଁମାନଙ୍କ ଶରୀର ଇଲାଷ୍ଟିକ ପରି ନମନୀୟ ହୋଇଥାଏ। ସେମାନେ ନିଜ ଶରୀରକୁ ଭିନ୍ନ ଭିନ୍ନ ଢଙ୍ଗରେ ମୋଡି ପାରନ୍ତି। କେହି...

କରୋନାରୁ ଦୂରେଇ ରହିବା ପାଇଁ ଖୋଲା ପବନ, ସ୍ବଚ୍ଛତା ଅପରିହାର୍ଯ୍ୟ: ସର୍ଭେ

ତିବିଲିସି, ୧।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। କେତେକ ଦେଶରେ କରୋନା ସଂକ୍ରମଣର ଦୋହରା ମାଡ଼ ମଧ୍ୟ ଆରମ୍ଭ ହୋଇଛି। ତେବେ...

Advertisement
Archives

Model This Week