Posted inଫୁରସତ

ରୋଜଗାର ଟଙ୍କାରେ ବଳଦ କିଣା ହୋଇଥିଲା: ବିଷ୍ଣୁ ଚରଣ ସାହୁ

ଯାଜପୁର ଜିଲା ଭୂଇଁପୁର ପୋଷ୍ଟ ଅନ୍ତର୍ଗତ କଲ୍ୟାଣପୁର ଗାଁରେ ମୋ ଜନ୍ମ। ସ୍ଥାନୀୟ ବରଦାୟୀ ହାଇସ୍କୁଲରେ ପଢ଼ୁଥିବାବେଳେ ସପ୍ତମ ଶ୍ରେଣୀରେ ନ୍ୟାଶନାଲ୍‌ ସ୍କଲାରଶିପ୍‌ ବାବଦେ ୪୮୦ ଟଙ୍କା ଜାତୀୟ ମେଧାବୃତ୍ତି ପାଇଥିଲି, ଯାହା କି ଥିଲା ମୋ ଜୀବନର ପ୍ରଥମ ରୋଜଗାର। ସେହି ଟଙ୍କାରେ ବାପା ଚାଷ କରିବା ପାଇଁ ଗୋଟିଏ ବଳଦ ଘରକୁ କିଣି ଆଣିଥିଲେ। ବଳଦକୁ ଦେଖି ସେଦିନ ଘରେ ଆମେ ସମସ୍ତେ ବହୁତ ଖୁସି ହୋଇଯାଇଥିଲୁ। ପାଠ ପଢ଼ା ପ୍ରତି ମୋର ଖୁବ୍‌ ଆଗ୍ରହ ଓ ଶ୍ରଦ୍ଧା ରହିଥିବାରୁ ମୁଁ ବରଦାୟୀ ସ୍କୁଲ୍‌ରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଯାଜପୁର ଏନ୍‌.ସି. କଲେଜରେ ନାମ ଲେଖାଇଥିଲି। ସେଠାରୁ ଇଂଲିଶ ଅନର୍ସରେ ବି.ଏ. ସାରି ରେଭେନ୍ସା କଲେଜରେ ଏମ୍‌.ଏ. ପଢ଼ିଲି। ହେଲେ ତା’ରି ଭିତରେ ଏକ ବଡ଼ ଦୁଃଖଦ ଘଟଣା ଆମ ପରିବାରରେ ଘଟିଯାଇଥିଲା। ମୁଁ ବି.ଏ. ପଢ଼ିବା ସମୟରେ ହିଁ ବାପାଙ୍କର ହଠାତ୍‌ ଦେହ ଖରାପ ହେଲା ଆଉ ସେ ଆରପାରିକୁ ଚାଲିଗଲେ। ତାଙ୍କ ପରେ ଘରର ସମସ୍ତ ଦାୟିତ୍ୱ ବଡ଼ ଭାଇଙ୍କୁ ବୁଝିବାକୁ ପଡ଼ିଲା। ଏପରି କି ମୋ ପାଠପଢ଼ା କଥା ବି ସେ ବୁଝୁଥିଲେ। ତେଣୁ ପି.ଜି. ସରିବା ପରେ ଯେବେ ମୁଁ ବରଦାୟୀ ହାଇସ୍କୁଲ୍‌ରେ ଅସ୍ଥାୟୀ ଶିକ୍ଷକ ଭାବେ ଶିକ୍ଷକତା କରିବାକୁ ଲାଗିଲି ସେବେ ମୋତେ ପ୍ରତିମାସ ୩୦୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ଆଉ ସେହି ଟଙ୍କାକୁ ନେଇ ମୁଁ ମୋ ବଡ଼ ଭାଇଙ୍କ ହାତରେ ଦେଇ ଦେଉଥିଲି। ଏହିପରି ୬ମାସ ଯିବା ପରେ ଯାଜପୁର ରୋଡ୍‌ସ୍ଥିତ ବ୍ୟାସନଗର କଲେଜରେ ୧୯୭୭ ମସିହାରେ ଆଡ୍‌ହକ୍‌ ଇଂଲିଶ ଅଧ୍ୟାପକ ଭାବେ ଯାଇ ଜଏନ୍‌ କଲି। ତିନି ବର୍ଷ ପରେ ୟୁଜିସି ସ୍କେଲ୍‌ରେ ମୋର ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟକୁ ପୋଷ୍ଟିଂ ହେଲା। ମାତ୍ର ବର୍ଷେ ସେଠାରେ କାମ କରିବା ପରେ କେନ୍ଦୁଝର ଧରଣୀଧର କଲେଜକୁ ବଦଳି ହୋଇଗଲି। ସେଠାରେ ପାଖାପାଖି ୧୨ ବର୍ଷ କାମ କରିବା ଭିତରେ ବରିଷ୍ଠ ଅଧ୍ୟାପକ ଭାବେ ପ୍ରମୋଶନ ପାଇଲି ଆଉ ରାଉରକେଲା ସରକାରୀ ସ୍ବୟଂ ଶାସିତ କଲେଜ, ପାନପୋଷକୁ ବଦଳି ହୋଇଗଲି। ସେଠାରେ ମଧ୍ୟ ୧୪ ବର୍ଷ ପାଖାପାଖି ରହିବା ଭିତରେ ପ୍ରାଧ୍ୟାପାକ ଭାବେ ମୋର ପ୍ରମୋଶନ ହେଲା। ଏହାର କିଛିଦିନ ପରେ ରାଉରକେଲା ସରକାରୀ ସାନ୍ଧ୍ୟ ମହାବିଦ୍ୟାଳୟ (ଯାହାର ବର୍ତ୍ତମାନର ନାମ ରାଉରକେଲା କଲେଜ, ରାଉରକେଲା)କୁ ମୋର ବଦଳି ହେଲା। ସେଠାରେ କିଛିଦିନ ପ୍ରାଧ୍ୟାପକ ଭାବେ କାମ କରିବା ପରେ କଲେଜ ଅଧ୍ୟକ୍ଷ ଭାବେ ମୋତେ ଦାୟିତ୍ୱ ଦିଆଯାଇଥିଲା। ଶେଷରେ ସେହି ଦାୟିତ୍ୱରେ ଥିବା ଅବସ୍ଥାରେ ହିଁ ୨୦୧୧ ଏପ୍ରିଲ୍‌ ୩୦ରେ ମୁଁ ଚାକିରିରୁ ଅବସର ନେଇଥିଲି। ଏ ତ ଥିଲା ମୋ ଚାକିରି ଜୀବନ କଥା। ଏହାଛଡ଼ା ନାଟକ ସହିତ ମୋର ଅର୍ଦ୍ଧ ଶତାବ୍ଦୀର ସମ୍ପର୍କ। ଷଷ୍ଠ ଶ୍ରେଣୀରେ ପଢ଼ିଲା ବେଳେ କଂସା କବାଟ ନାଟକରେ ବଡ଼ ରାଜ୍‌ କୁମାର ବିକ୍ରମ ଭୂମିକାରେ ଶିଶୁ ଅଭିନେତା ଭାବେ ମୁଁ ପ୍ରଥମେ ଅଭିନୟ କରିଥିଲି। ସେହିପରି କଲେଜ ଜୀବନରେ ମଧ୍ୟ ମୁଁ ଅନେକ ନାଟକରେ ଅଭିନୟ କରି ଶ୍ରେଷ୍ଠ ଅଭିନେତା ଭାବେ ବହୁ ପୁରସ୍କାର ଓ ସମ୍ମାନ ପାଇଥିଲି। ତେବେ ୧୯୬୫ ମସିହାରୁ ୨୦୧୫ ପାଖାପାଖି ୫୦ ବର୍ଷ ଧରି ମଞ୍ଚରେ ଅଭିନୟ କରିବାର ଅନୁଭୂତି ମୋତେ ଅନେକ କିଛି ଶିକ୍ଷା ଦେଇଛି। ସେହିପରି ଆଜକୁ ପ୍ରାୟ ୪୨ ବର୍ଷରୁ ଊର୍ଦ୍ଧ୍ୱ ହେବ ନାଟ୍ୟ ନିର୍ଦ୍ଦେଶକ, ପ୍ରଯୋଜକ, ସମୀକ୍ଷକ, ବିଚାରକ ଏବଂ ନାଟ୍ୟକାର ଭାବେ ମଧ୍ୟ ମୁଁ କାର୍ଯ୍ୟ କରିଆସୁଛି। ମୋ ରଚିତ ନାଟକଗୁଡ଼ିକ ମଧ୍ୟରେ ଧର୍ମର ଜୟ, ଏକ ନିଷ୍ଠୁର ସତ୍ୟ ସମ୍ପର୍କରେ, ଅନ୍ଧାରରୁ ଅନ୍ଧାରକୁ ଯାତ୍ରା, ବାନର କଣ୍ଠେ ମୁକ୍ତାମାଳ, ନିଷିଦ୍ଧ ସ୍ବପ୍ନ ଇତ୍ୟାଦି ଅନ୍ୟତମ। ସେହିପରି ମୋ ନିର୍ଦ୍ଦେଶିତ କେତୋଟି ସଫଳ ନାଟକ ହେଉଛି, ଗୁଣ୍ଡା, ଛତା, ପ୍ରଥା, ଈଶ୍ୱର ଜଣେ ଯୁବକ, ମୋନାଲିସାର ହସ ଇତ୍ୟାଦି ପ୍ରମୁଖ। ତେବେ ନାଟକରେ ଅଭିନୟ ହେଉ ଅବା ନାଟ୍ୟ ରଚନା କିମ୍ବା ନିର୍ଦ୍ଦେଶନା କ୍ଷେତ୍ରରେ ବି ମୋର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ମୋତେ ବହୁ ସମ୍ମାନ ଓ ପୁରସ୍କାର ମଧ୍ୟ ମିଳିଛି; ଯାହା ମୋତେ ସମାଜରେ ଏକ ନିଆରା ପରିଚିତି ଦେଇପାରିଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଝଡ଼ରେ ଟିଣ ସହ ଆକାଶକୁ ଉଡ଼ିଗଲେ ଯୁବକ, ସୁପରମ୍ୟାନଙ୍କ ଭିଡିଓ ଭାଇରାଲ ପରେ…

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ଝଡ଼ ଲୋକଙ୍କ ନିଃଶ୍ୱାସ ହରାଇ ଦେଇଛି। ପ୍ରବଳ ଝଡ଼ବର୍ଷା ମଧ୍ୟରେ ଜଣେ ଯୁବକ ଟିଣ ସେଡ ସହିତ ଆକାଶରେ ଉଡ଼ି…

ହଠାତ୍‌ ଆକାଶରେ ଦେଖାଗଲା ଏକ ରହସ୍ୟମୟ ଆଲୋକ, ଏଲିଅନକୁ ନେଇ ଜୋର୍‌ଦାର ଚର୍ଚ୍ଚା, ସତ୍ୟତା ପ୍ରକାଶ କଲେ ବୈଜ୍ଞାନିକ…

ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଦେଲା, ଯାହା ଏଲିଅନ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହଠାତ୍‌ ଅନ୍ଧାର ରାତିରେ ଆକାଶରେ ଏକ ଚମକଦାର ଆଲୋକ ଦେଖାଗଲା, ଯାହା…

ଦୁନିଆର ସବୁଠୁ ଉଚ୍ଚ ଡାକଘର, ସମୁଦ୍ର ପତ୍ତନଠାରୁ…

ଡିଜିଟାଲ ଯୁଗ ହୁଏତ ଦୁନିଆକୁ ସ୍କ୍ରିନ୍‌ରେ ପରିଣତ କରିଦେଇଛି, କିନ୍ତୁ କିଛି ଭାବନା ଏବେ ବି କାଗଜ କଲମରେ ସେମାନଙ୍କର ଭାବନା ପୂର୍ଣ୍ଣ ପ୍ରକାଶିତ ହୋଇଥାଏ। ଚିଠିରେ…

କୁମ୍ଭୀର ପେଟରେ ନିଖୋଜ ବ୍ୟବସାୟୀ! ପୁରା ଘଟଣା ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ପ୍ରାୟ ପ୍ରତିଦିନ ସାରା ବିଶ୍ୱରେ ଏପରି ଘଟଣା ରିପୋର୍ଟ ହୁଏ, ଯାହା ମେରୁଦଣ୍ଡକୁ ଥରହର କରିଦିଏ। ଦକ୍ଷିଣ ଆଫ୍ରିକାରୁ ଏକ ସାମ୍ପ୍ରତିକ ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି।…

ଅନନ୍ୟ ବିବାହ: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬୬ ବର୍ଷୀୟ ବୃଦ୍ଧ, କାରଣ ଜାଣିଲେ ହୋଇଯିବେ ତାଜୁବ

ସିମ୍‌ଲା,୩୦।୪: ହିମାଚଳ ପ୍ରଦେଶରେ ହେଉଥିବା ବିବାହ ଦେଶବ୍ୟାପୀ ନିରନ୍ତର ଦୃଷ୍ଟି ଆକର୍ଷଣ କରୁଛି। ପ୍ରଥମେ ଦୁଇଟି ଭାଇଙ୍କ ଗୋଟିଏ କନ୍ୟାକୁ ବିବାହ କରିବା ଆଲୋଚନା ସୃଷ୍ଟି କରିଛି,…

କ୍ୟାବ୍‌ ଡ୍ରାଇଭରଙ୍କ ଝିଅ ହେଲେ CBI ଅଫିସର, ଲୋକଙ୍କୁ ସଫଳତାର କାହାଣୀ କହି ବାପା…

ଲକ୍ଷ୍ନୌ,୨୯ା୪: ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସେ ଯାହା ହୃଦୟକୁ ଛୁଇଁଯାଏ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

ନ୍ୟୁୟର୍କର ସବୁଠାରୁ ମହଙ୍ଗା ରାସ୍ତାରେ ଦେଶୀ ବିବାହ ଶୋଭାଯାତ୍ରା, ବଲିଉଡ୍‌ ଗୀତରେ ଧୂମ୍‌ ନାଚିଲେ ବରକନ୍ୟା

ବିଦେଶୀ ରାସ୍ତାରେ ଅନେକ କିଛି ଦେଖିଥିବେ। କିନ୍ତୁ ଯେତେବେଳେ ବିଶ୍ୱର ସବୁଠାରୁ ମହଙ୍ଗା ଏବଂ ବ୍ୟସ୍ତବହୁଳ ରାସ୍ତା ମଧ୍ୟରୁ ଗୋଟିଏ ନ୍ୟୁୟର୍କର ଫିପ୍‌ଥ ଆଭେନ୍ୟୁର ଏକ ଦେଶୀ…

ଆପଣଙ୍କ ମୃତ୍ୟୁ ପରେ କିଏ ଚଲାଇବ Facebook-Instagram? ସରକାର ଆଣିଲେ ଉତ୍ତରାଧିକାରୀ ବାଛିବା ନିୟମ

ନୂଆଦିଲ୍ଲୀ,୨୮।୪: Facebook, Instagram, WhatsApp, LinkedIn, ଏବଂ Telegram ଭଳି ଡିଜିଟାଲ ସମ୍ପତ୍ତିଗୁଡ଼ିକ ବ୍ୟକ୍ତିଗତ ସଂସ୍ଥା। ଏହି ପ୍ଲାଟଫର୍ମ ମଧ୍ୟରେ, କେବଳ ବାହାର ଲୋକ ହସ୍ତକ୍ଷେପ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri