Posted inUncategorized

ଶାଢ଼ି ଦେଖି ବୋଉ ବହୁତ କାନ୍ଦିଥିଲା: ସାହିତ୍ୟିକ କାମଦେବ ମହାରଣା

ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ଅଧୀନ ବଡଗୋଲା ଗାଁରେ ମୋର ଜନ୍ମ। ଏକ ପାର୍ଶ୍ୱରେ ଆସମୁଦ୍ର ବିସ୍ତୃତ ଗୋବରୀ ପାଟ, ପାଟ ଭିତରେ ଅବଶିଷ୍ଟ ଚାଖଣ୍ଡେ ଲମ୍ବର ଦରମରି ସୁନାମୁହିଁ ନଈ ଓ ଅନ୍ୟ ପାଶର୍‌ବରେ ବିସ୍ତୀର୍ଣ୍ଣ ଶସ୍ୟକ୍ଷେତ୍ର। ସେଇଠି କଟିଛି ମୋର ଶୈଶବ, କୈଶୋର ଓ ଆଦ୍ୟ ଯୌବନ। ସେଇଠୁ ଶିଖିଛି ଜୀବନ ଜିଇବାର ଗୂଢ଼ ରହସ୍ୟ। ଆମର ଚାଷୀବନ୍ଦୀ ଘର, ଅଭାବଗ୍ରସ୍ତ ପରିବାର। ସେ ଘରେ ବୋଉ ବାପାଙ୍କ ଅର୍ଥନୈତିକ ପରାମର୍ଶଦାତ୍ରୀ। ରୋଜଗାର କହିଲେ ସାତମାଣ ଚାଷଜମିର ଧୋଇମରୁଡ଼ିଗ୍ରସ୍ତ ଫସଲ, ନଡ଼ିଆ ଆଉ ବାଉଁଶରୁ ଯାହା ବାର୍ଷିକ ଆୟ। ସେଥିରେ ପୁଣି ଦଶଦିଗରେ ଖର୍ଚ୍ଚ। ବାପା ଅଣନିଃଶ୍ୱାସୀ ହୁଅନ୍ତି, ବୋଉ ଚାରିକଣ ଓଳେଇ ଘର ଚଳାଏ। ବୋଉ କହେ ପିଲାଦିନେ ମୁଁ ଥିଲି ପ୍ରବଳ ଜିଦିଖୋର। ମତେ ସବୁ ଦରକାର। ନ ହେଲେ ଅବିଶ୍ରାନ୍ତ କାନ୍ଦ, ଆଡରୁଷା। ବୋଉ ବିରକ୍ତ ହୁଏ। ମତେ ତୁନି କରାଇ ଖୁଆଇ ଦେଇ କହେ- ତୁ ପାଠପଢ଼ି ମଣିଷ ହୋଇ ରୋଜଗାର କଲେ ସିନା ସବୁ କିଛି କିଣିପାରିବୁ।

ପ୍ରଥମ ରୋଜଗାର କଥା ଉଠିଲେ ସ୍ମୃତିପଟରେ ଅନେକ କଥା ଉଙ୍କି ମାରେ। ପିଲାଦିନେ ଗାଁରେ ସାଙ୍ଗମାନଙ୍କ ସହିତ ମିଶି ଚକୋଲେଟ ଆଉ ବାଦାମର ବିଫଳ ବେପାର। ପୁଣି ମନେପଡ଼େ ଭୋର ଯୌବନରେ ଘରୋଇ ଟ୍ୟୁସନ। ଜୀବନ ସଂଘର୍ଷ ଭିତରେ ରୋଜଗାର ଖୋଜିଖୋଜି ରେଲ୍‌ଓ୍ବେ କୋଚିଂ ଡିପୋରେ ବେସରକାରୀ ଠିକା ଚାକିରି। ସେଥିରୁ ମିଳୁଥିବା ଅର୍ଥ ପେଟ ପାଇଁ ନିଅଣ୍ଟ।

୨୦୦୬ ମସିହାରେ ଭାରତୀୟ ରେଳପଥରେ ସ୍ଥାୟୀ କର୍ମଚାରୀ ଭାବରେ ଯୋଗଦାନ ପରେ ମିଳିଥିବା ପ୍ରଥମ ଦେଢ଼ମାସର ଦରମା ହିଁ ଥିଲା ମୋର ପ୍ରଥମ ରୋଜଗାର। ମନେଅଛି ସେ ଲୁହ ସଜ୍ଜଳ ଖୁସିର ଦିନ। ସେପ୍ଟେମ୍ବର ମାସର ୧ତାରିଖ ଦିନ ମୋ ବିଭାଗୀୟ ଯନ୍ତ୍ରୀ ଫୋନ କଲେ ଶୀଘ୍ର ଅଫିସ ଆସିବା ପାଇଁ। ଆଜି ପେ ଅଫିସର ଆସିଛନ୍ତି, ଦରମା ମିଳିବ। ଅଫିସରେ ପହଞ୍ଚିଲା ବେଳକୁ ସେଠାରେ ପ୍ରବଳ ଭିଡ଼। କିଛି ସମୟ ପରେ ମୋ ନାଁ ଡକାହେଲା। ରେଭିନ୍ୟୁ ଷ୍ଟାମ୍ପ ଉପରେ ଦସ୍ତଖତ କରି ସବୁତକ ଟଙ୍କା ହାତରେ ଧରୁଧରୁ ମୋ ଆଖିରୁ ଦୁଇଟୋପା ଲୁହ ଗଡିଗଲା। ମନେପଡ଼ିଲା ବୋଉ କହିଥିବା ପିଲାଦିନର ଏକ ଘଟଣା।

ଦିନେ ଆମର ଅଭାବ ଥିଲା। ବୋଉ ବାପା ମଝିଆପା ସେମାନଙ୍କର ଯାବତୀୟ ସୁଖ ତ୍ୟାଗକରି ଆମ ଚାରିଭାଇଙ୍କୁ ମଣିଷ କରିବାରେ ଲାଗିଥିଲେ। ସେଥିରେ ବେଶି ହୀନିମାନି ଦିଶୁଥିଲା ବୋଉ। ଦିନେ ବୋଉ ମତେ କାଖେଇନେଇ ଗ୍ରାମଦେବତୀଙ୍କ ପାଖରେ ସଞ୍ଜ ଦେଉଥିଲା। ମୋ ଆଖିରେ ପଡିଲା ତା’ର ଚିରା କାନି। ମୁଁ କେଉଁଠି ଠାକୁରାଣୀ ପାଖରେ ମୁଣ୍ଡିଆ ମାରି କହିଲି – ମା’ ନାରାୟଣୀ, ମତେ ବହୁତ ପାଠ ଦିଅ। ମୁଁ ଚାକିରି କଲେ ବୋଉ ପାଇଁ ନୂଆଲୁଗା କିଣିଦେବି। ଏକଥା ବୋଉ ଯେତେଥର ମନେପକାଏ ସେତେଥର କାନ୍ଦେ। ମୋ ମୁଣ୍ଡରେ ହାତବୋଳି କୁହେ- ମୋ ଧନର କେତେ ବୁଦ୍ଧି। ପ୍ରଥମ ରୋଜଗାରର ଟଙ୍କାତକ ହାତରେ ଧରିବା ବେଳେ ମନେପଡ଼ିଲା ବୋଉର ଲୁହଓଦା ମୁହଁ। ସେଇଠୁ ସିଧା ଯାଇ ଖରିଆର ରୋଡ ମାର୍କେଟରୁ ଗୋଟିଏ ସୂତା ଶାଢ଼ି କିଣିଲି। ପୁଣି କିଣିଲି ବାପାଙ୍କ ପାଇଁ ଖଦି ପଞ୍ଜାବି ଓ ଏକ କାନ୍ଧଝୁଲା ବ୍ୟାଗ୍‌।

ଦଶହରାକୁ ଛୁଟି ନେଇ ଗାଁକୁ ଗଲି। ବୋଉ ସେ ଶାଢ଼ି ଦେଖି ଖୁବ୍‌ କାନ୍ଦିଲା। ସେଇଠୁ ସିଧା ମତେ ନେଇ ଠାକୁରାଣୀଙ୍କ ପାଖକୁ ଗଲା। ମାଟିରେ ମୁଣ୍ଡ ବାଡ଼େଇ ଜଣେଇଲା ଧନ୍ୟବାଦ। ମୋ ମୁଣ୍ଡ ମାଟିରେ ଲଗେଇ କହିଲା ମା’ ଲୋ ତୋ ଦୟାରେ ମୋ ପୁଅ ତା’ କଥା ରଖିଲା। ତାକୁ ଘଣ୍ଟ ଘୋଡ଼େଇ ରଖିଥା ଲୋ ମା’। ସେ ଦିନ ସବୁ କାଲି ପରି ଲାଗେ। ବାପା ବୋଉ ଏବେ ଆକାଶର ତାରା। ହେଲେ ତାଙ୍କରି ଆଶୀର୍ବାଦରୁ ଏବେ ମୁଁ ଚାକିରି ସାଙ୍ଗକୁ ଗପ, କବିତା, ଉପନ୍ୟାସ ଆଦି ଲେଖି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ୟା’ଭିତରେ କବି, ଛାଇ ସହ ସବୁଦିନ, କଫି ବଗିଚା ନାମରେ ତିନୋଟି କବିତା ସଂକଳନ ତଥା ଦେବୀ ନାମରେ ଏକ ଉପନ୍ୟାସ ପ୍ରକାଶିତ ହୋଇ ମୋତେ ଅନେକ ପାଠକୀୟ ସ୍ବୀକୃତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ କ୍ରିକେଟ ବୋର୍ଡକୁ ଠେଙ୍ଗା ଦେଖାଇଲା ଆୟର୍ଲାଣ୍ଡ, ସିଧା ପହଞ୍ଚିଲା ICC ନିକଟରେ

ଢାକା,୧୮।୧: ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ICC T20 ବିଶ୍ୱକପ ପୂର୍ବରୁ ବାଂଲାଦେଶ ଏକ ହଇଚଇ ସୃଷ୍ଟି କରିଛି। ପ୍ରଥମେ, ଭାରତରେ ମ୍ୟାଚ ଖେଳିବାକୁ ଚାହୁଁନଥିବା…

ପୁରୀରେ ଅଭାବନୀୟ ଘଟଣା: କୁକୁର ମାଂସ ଛିଡ଼ାଇ ଖାଇବା ଭିଡିଓ ଭାଇରାଲ

ପୁରୀ,୧୭ା୧(ଅଜିତ୍‌ କୁମାର ମହାନ୍ତି): ପୁରୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କୁକୁର ମାଂସ ଛିଡାଇ ଧରିଥିବା ନେଇ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ…

ଓଡ଼ିଶା: ଆଜିର ଫଟୋ (୪ ଜନୁଆରୀ, ୨୦୨୬ )

ରବିବାର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜିତ ହୋଇଯାଇଛି

ରୁପାଲି ଛକରେ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୪।୧: ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ ୪…

ଆମ ବସ୍‌ ଦୁର୍ଘଟଣା: ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର,୪।୧: ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ କରିଛି ଅଟୋ ମହାସଂଘ। କ୍ରୁଟ୍ର ଗାଡ଼କଣ ବସ୍‌ ଡିପୋ ଆଗରେ ବିକ୍ଷୋଭ କରାଯାଇଛି। ଅନ୍‌ ଲାଇନ…

ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ: ଗିରଫ କଲା…

ଭୁବନେଶ୍ୱର,୪।୧: ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର ରାଜମହଲ ଛକରୁ…

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ…

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri