Posted inଫୁରସତ

ପ୍ରଥମ ଦରମା ଟଙ୍କାରେ ମା’ ଭଗବତୀଙ୍କ ପାଖେ ଭୋଗ କରିଥିଲି: ମହେଶ୍ବର ଜେନା

ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ସାନହନ୍ତୁଆଡ ଗାଁରେ ମୋର ଜନ୍ମ। ବାଣପୁର ବାଳକ ଉଚ୍ଚ ବିଦ୍ୟାଳୟରୁ ୧୯୮୮ରେ ମାଟ୍ରିକ ପାସ୍‌ କରିବା ପରେ ଗୋଦାବରୀଶ ମହାବିଦ୍ୟାଳୟରେ ସ୍ନାତକ ଯାଏ ପଢ଼ିଥିଲି। ସ୍ନାତକ ପାସ୍‌ କରିବାର କିଛିଦିନ ପରେ ନରେନ୍ଦ୍ରପୁର ଗ୍ରା.ପ. ଉପେନ୍ଦ୍ର ବିଦ୍ୟାପୀଠରେ କ୍ଲରିକାଲ୍‌ ପୋଷ୍ଟ ପାଇଁ ବିଜ୍ଞାପନ ବାହାରି ଥିବା ଦେଖି ସେଥିରେ ଇଣ୍ଟରଭ୍ୟୁ ଦେଲି ଆଉ ସିଲେକ୍ଟ ହୋଇ ୧୯୯୪ରେ ସେଠାରେ ଜଏନ୍‌ କରିଥିଲି। ସେତେବେଳେ ଏହି ବିଦ୍ୟାପୀଠଟି ମ୍ୟାନେଜ୍‌ମେଣ୍ଟ ଦ୍ୱାରା ପରିଚାଳିତ ହେଉଥିଲା। ଆଉ ସେହି ମ୍ୟାନେଜ୍‌ମେଣ୍ଟ ତରଫରୁ ମୋତେ ୪୦୦ ଟଙ୍କା ଦରମା ମିଳୁଥିଲା। ପ୍ରଥମ ମାସ ଦରମା ପାଇବା ପରେ ମା’ ଭଗବତୀଙ୍କ ପାଖେ ଭୋଗ କରିଥିଲି। ତା’ସହିତ ଘର ଠାକୁରଙ୍କ ପାଖେ ପୂଜା କରିବାକୁ ବୋଉ ହାତରେ ବି କିଛି ଟଙ୍କା ଦେଇଥିଲି। ଯେହେତୁ ମୁଁ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଜଣେ ଭକ୍ତ ଥିଲି, ତେଣୁ କିଛି ଟଙ୍କା ଠାକୁରଙ୍କ ପାଖେ ଅର୍ଘ୍ୟ ବି ଦେଇଥିଲି। ଏହିପରି ଭାବେ ମୋର ପ୍ରଥମ ଦରମା ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ୧୯୯୪ରୁ ଆଜି ପର୍ଯ୍ୟନ୍ତ ମୁଁ ସେହି ନରେନ୍ଦ୍ରପୁର ବିଦ୍ୟାପୀଠରେ କ୍ଲରିକାଲ୍‌ ପୋଷ୍ଟରେ କାର୍ଯ୍ୟ କରିଆସୁଅଛି। ଅବଶ୍ୟ ୟା’ଭିତରେ ୨୦୦୪ରେ ଉକ୍ତ ବିଦ୍ୟାପୀଠଟି ବ୍ଲକ୍‌ ଗ୍ରାଣ୍ଟ ଏବଂ ପରେ ୨୦୧୨ରେ ନ୍ୟୁ ଏଡେଡ୍‌ ପରିସରଭୁକ୍ତ ହୋଇସାରିଛି। ଆଉ ସେହି ଅନୁଯାୟୀ, ମୋର ଦରମା ବି କିଛିଟା ବୃଦ୍ଧି ପାଇଛି। ଏ ତ ଥିଲା ମୋ ଚାକିରି ଜୀବନ କଥା। ଏହାବାଦ୍‌ ଗୀତ ଗାଇବା, ଗୀତ ଲେଖିବା, ମଞ୍ଚ ନାଟକରେ ନିର୍ଦ୍ଦେଶନା ଦେବାରେ ବି ମୋର ଖୁବ୍‌ ରୁଚି ରହିଛି। ସ୍କୁଲ୍‌ରେ ପଢିଲାବେଳେ ଆମ ପଡ଼ିଶା ଘରେ ଜଣଙ୍କର ପୁରୁଣା ହାର୍‌ମୋନିୟମ୍‌ ଥିଲା। ତାକୁ ଆଣି ସଜାଡି ନିଜେ ନିଜେ ବଜାଇବା ଶିଖିଥିଲି। ଧୀରେ ଧୀରେ ଗୀତ ବି ଗାଇଲି। କଣ୍ଠ ଭଲ ଥିବାରୁ ସ୍କୁଲ୍‌ ଫଙ୍କ୍‌ସନରେ ଗାଇବାକୁ ମୋତେ ଅନେକ ଥର କୁହାଯାଇଥିଲା। ଏଥିସହିତ ସ୍କୁଲ୍‌ ଡ୍ରାମାରେ ମଧ୍ୟ ବହୁବାର ଅଭିନୟ କରିଥିଲି। ଏପରି କି କଲେଜରେ ପଢ଼ିଲାବେଳେ କଲେଜ ଫଙ୍କ୍‌ସନରେ ଗୀତ ଗାଇବା ସହ ନାଟକରେ ଅଭିନୟ ବି କରୁଥିଲି। ସେହିପରି +୩ରେ କଲେଜରେ ଡ୍ରାମାଟିକ୍‌ ସେକ୍ରେଟାରୀ ମଧ୍ୟ ହୋଇଥିଲି। କ୍ରମେ ପ୍ରତିବର୍ଷ ଗାଁରେ ହେଉଥିବା ଦଣ୍ଡଯାତ୍ରାରେ ଅଭିନୟ କରିବାକୁ ଲାଗିଲି। ଅଭିନୟ ସାଙ୍ଗକୁ ଧୀରେ ଧୀରେ ନାଟକରେ ନିର୍ଦ୍ଦେଶନା ଦେବା ମଧ୍ୟ ଆରମ୍ଭ କରିଥିଲି। କେବଳ ଗାଁ ନାଟକ ନୁହେଁ କ୍ରମେ ବିଭିନ୍ନ କ୍ଲବ ତଥା ଅନୁଷ୍ଠାନ ତରଫରୁ ଆୟୋଜନ କରାଯାଉଥିବା ମଞ୍ଚ ନାଟକରେ ବି ନିର୍ଦ୍ଦେଶନା ଦେଇ ଚାଲିଲି। ୟା’ ଭିତରେ ‘ଧନରେ ଗେଲ କରିବାକୁ ମନ’, ‘ଜଗନ୍ନାଥଙ୍କୁ ଖୋଲା ଚିଠି’, ‘ରାତି ପାହିବାକୁ ଅଳପ ବାକି’, ‘ଫୁଲରେ ଝୁଲୁଛି ଫୁଲେଇ ରାଣୀ’ ଭଳି ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ମଞ୍ଚ ନାଟକରେ ମୁଁ ନିର୍ଦ୍ଦେଶନା ଦେଇସାରିଲିଣି। ତା’ସହିତ ‘ଝୁମୁରୁ’ (ଶିକ୍ଷା ସମ୍ବନ୍ଧୀୟ) ଓ ‘କଳଙ୍କ’ (କମେଡି ଭିତ୍ତିକ) ନାମରେ ଏହି ଦୁଇଟି ନାଟକକୁ ମୁଁ ନିଜେ ଲେଖିଛି। ସେହିପରି ୨୦୦ରୁ ଊର୍ଦ୍ଧ୍ୱ ଗୀତ (ବିଶେଷ କରି ଭଜନ) ବି ମୁଁ ଲେଖିସାରିଛି। ତନ୍ମଧ୍ୟରୁ ମୋ ଲିଖିତ ତଥା ମ୍ୟୁଜିକ୍‌ରେ ‘ମାରି ଦେଲା ଲୋ ସାରି ଦେଲା ଲୋ ନନ୍ଦ ଗୌଡ ପିଲା’ ,‘ଅଖିଳ ମୋହନ ଶ୍ୟାମ’, ‘ପଦ୍ମା ନଦୀର କିନାରେ’, ‘ସୃଷ୍ଟିର ନାଦ ତୁମେ’, ‘ଜଗା ପାଇଁ ମୋର କାଗଜ ଗୁଡ଼ି’ ଇତ୍ୟାଦି ଭଜନକୁ ବହୁ ଲୋକପ୍ରିୟ କଣ୍ଠଶିଳ୍ପୀମାନେ ଗାଇ ସାରିଛନ୍ତି। ତା’ଛଡ଼ା ଦାରୁବ୍ରହ୍ମ ଦର୍ଶନ, ଗୋପରୁ ଶ୍ରୀକ୍ଷେତ୍ର, ଦେବରଞ୍ଜନୀ, ଜୟ ତୁ ଦୟାଲ୍‌, ମା’ ମୋର ସାହା, ଭଗବତୀ ଭରସା ଭଳି ପ୍ରାୟ ୧୨ଟି କ୍ୟାସେଟ୍‌ରେ ମୁଁ ନିଜେ ଗୀତ ବି ଗାଇସାରିଛି। ତେବେ ଉକ୍ତ କ୍ୟାସେଟ୍‌ଗୁଡ଼ିକରେ ଥିବା କିଛି ଗୀତକୁ ମୁଁ ନିଜେ ଲେଖିବା ସହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛି। ଏସବୁ ବ୍ୟତୀତ ବିଭିନ୍ନ ଖବରକାଗଜ ତଥା ପତ୍ରପତ୍ରିକାରେ ମୋର ଅନେକ ଆର୍ଟିକିଲ୍‌ ପ୍ରକାଶିତ ହୋଇ ପାଠକଙ୍କ ଦ୍ୱାରା ବେଶ୍‌ ଆଦୃତ ମଧ୍ୟ ହୋଇସାରିଛି। ତେବେ ସଙ୍ଗୀତ ଓ ନାଟ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ମୋତେ ସମ୍ମାନିତ ଓ ପୁରସ୍କୃତ ବି କରାଯାଇସାରିଛି।

– ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri