Posted inଫୁରସତ

ପ୍ରଥମ ଦରମା ଟଙ୍କାରେ ମା’ ଭଗବତୀଙ୍କ ପାଖେ ଭୋଗ କରିଥିଲି: ମହେଶ୍ବର ଜେନା

ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ସାନହନ୍ତୁଆଡ ଗାଁରେ ମୋର ଜନ୍ମ। ବାଣପୁର ବାଳକ ଉଚ୍ଚ ବିଦ୍ୟାଳୟରୁ ୧୯୮୮ରେ ମାଟ୍ରିକ ପାସ୍‌ କରିବା ପରେ ଗୋଦାବରୀଶ ମହାବିଦ୍ୟାଳୟରେ ସ୍ନାତକ ଯାଏ ପଢ଼ିଥିଲି। ସ୍ନାତକ ପାସ୍‌ କରିବାର କିଛିଦିନ ପରେ ନରେନ୍ଦ୍ରପୁର ଗ୍ରା.ପ. ଉପେନ୍ଦ୍ର ବିଦ୍ୟାପୀଠରେ କ୍ଲରିକାଲ୍‌ ପୋଷ୍ଟ ପାଇଁ ବିଜ୍ଞାପନ ବାହାରି ଥିବା ଦେଖି ସେଥିରେ ଇଣ୍ଟରଭ୍ୟୁ ଦେଲି ଆଉ ସିଲେକ୍ଟ ହୋଇ ୧୯୯୪ରେ ସେଠାରେ ଜଏନ୍‌ କରିଥିଲି। ସେତେବେଳେ ଏହି ବିଦ୍ୟାପୀଠଟି ମ୍ୟାନେଜ୍‌ମେଣ୍ଟ ଦ୍ୱାରା ପରିଚାଳିତ ହେଉଥିଲା। ଆଉ ସେହି ମ୍ୟାନେଜ୍‌ମେଣ୍ଟ ତରଫରୁ ମୋତେ ୪୦୦ ଟଙ୍କା ଦରମା ମିଳୁଥିଲା। ପ୍ରଥମ ମାସ ଦରମା ପାଇବା ପରେ ମା’ ଭଗବତୀଙ୍କ ପାଖେ ଭୋଗ କରିଥିଲି। ତା’ସହିତ ଘର ଠାକୁରଙ୍କ ପାଖେ ପୂଜା କରିବାକୁ ବୋଉ ହାତରେ ବି କିଛି ଟଙ୍କା ଦେଇଥିଲି। ଯେହେତୁ ମୁଁ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଜଣେ ଭକ୍ତ ଥିଲି, ତେଣୁ କିଛି ଟଙ୍କା ଠାକୁରଙ୍କ ପାଖେ ଅର୍ଘ୍ୟ ବି ଦେଇଥିଲି। ଏହିପରି ଭାବେ ମୋର ପ୍ରଥମ ଦରମା ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ୧୯୯୪ରୁ ଆଜି ପର୍ଯ୍ୟନ୍ତ ମୁଁ ସେହି ନରେନ୍ଦ୍ରପୁର ବିଦ୍ୟାପୀଠରେ କ୍ଲରିକାଲ୍‌ ପୋଷ୍ଟରେ କାର୍ଯ୍ୟ କରିଆସୁଅଛି। ଅବଶ୍ୟ ୟା’ଭିତରେ ୨୦୦୪ରେ ଉକ୍ତ ବିଦ୍ୟାପୀଠଟି ବ୍ଲକ୍‌ ଗ୍ରାଣ୍ଟ ଏବଂ ପରେ ୨୦୧୨ରେ ନ୍ୟୁ ଏଡେଡ୍‌ ପରିସରଭୁକ୍ତ ହୋଇସାରିଛି। ଆଉ ସେହି ଅନୁଯାୟୀ, ମୋର ଦରମା ବି କିଛିଟା ବୃଦ୍ଧି ପାଇଛି। ଏ ତ ଥିଲା ମୋ ଚାକିରି ଜୀବନ କଥା। ଏହାବାଦ୍‌ ଗୀତ ଗାଇବା, ଗୀତ ଲେଖିବା, ମଞ୍ଚ ନାଟକରେ ନିର୍ଦ୍ଦେଶନା ଦେବାରେ ବି ମୋର ଖୁବ୍‌ ରୁଚି ରହିଛି। ସ୍କୁଲ୍‌ରେ ପଢିଲାବେଳେ ଆମ ପଡ଼ିଶା ଘରେ ଜଣଙ୍କର ପୁରୁଣା ହାର୍‌ମୋନିୟମ୍‌ ଥିଲା। ତାକୁ ଆଣି ସଜାଡି ନିଜେ ନିଜେ ବଜାଇବା ଶିଖିଥିଲି। ଧୀରେ ଧୀରେ ଗୀତ ବି ଗାଇଲି। କଣ୍ଠ ଭଲ ଥିବାରୁ ସ୍କୁଲ୍‌ ଫଙ୍କ୍‌ସନରେ ଗାଇବାକୁ ମୋତେ ଅନେକ ଥର କୁହାଯାଇଥିଲା। ଏଥିସହିତ ସ୍କୁଲ୍‌ ଡ୍ରାମାରେ ମଧ୍ୟ ବହୁବାର ଅଭିନୟ କରିଥିଲି। ଏପରି କି କଲେଜରେ ପଢ଼ିଲାବେଳେ କଲେଜ ଫଙ୍କ୍‌ସନରେ ଗୀତ ଗାଇବା ସହ ନାଟକରେ ଅଭିନୟ ବି କରୁଥିଲି। ସେହିପରି +୩ରେ କଲେଜରେ ଡ୍ରାମାଟିକ୍‌ ସେକ୍ରେଟାରୀ ମଧ୍ୟ ହୋଇଥିଲି। କ୍ରମେ ପ୍ରତିବର୍ଷ ଗାଁରେ ହେଉଥିବା ଦଣ୍ଡଯାତ୍ରାରେ ଅଭିନୟ କରିବାକୁ ଲାଗିଲି। ଅଭିନୟ ସାଙ୍ଗକୁ ଧୀରେ ଧୀରେ ନାଟକରେ ନିର୍ଦ୍ଦେଶନା ଦେବା ମଧ୍ୟ ଆରମ୍ଭ କରିଥିଲି। କେବଳ ଗାଁ ନାଟକ ନୁହେଁ କ୍ରମେ ବିଭିନ୍ନ କ୍ଲବ ତଥା ଅନୁଷ୍ଠାନ ତରଫରୁ ଆୟୋଜନ କରାଯାଉଥିବା ମଞ୍ଚ ନାଟକରେ ବି ନିର୍ଦ୍ଦେଶନା ଦେଇ ଚାଲିଲି। ୟା’ ଭିତରେ ‘ଧନରେ ଗେଲ କରିବାକୁ ମନ’, ‘ଜଗନ୍ନାଥଙ୍କୁ ଖୋଲା ଚିଠି’, ‘ରାତି ପାହିବାକୁ ଅଳପ ବାକି’, ‘ଫୁଲରେ ଝୁଲୁଛି ଫୁଲେଇ ରାଣୀ’ ଭଳି ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ମଞ୍ଚ ନାଟକରେ ମୁଁ ନିର୍ଦ୍ଦେଶନା ଦେଇସାରିଲିଣି। ତା’ସହିତ ‘ଝୁମୁରୁ’ (ଶିକ୍ଷା ସମ୍ବନ୍ଧୀୟ) ଓ ‘କଳଙ୍କ’ (କମେଡି ଭିତ୍ତିକ) ନାମରେ ଏହି ଦୁଇଟି ନାଟକକୁ ମୁଁ ନିଜେ ଲେଖିଛି। ସେହିପରି ୨୦୦ରୁ ଊର୍ଦ୍ଧ୍ୱ ଗୀତ (ବିଶେଷ କରି ଭଜନ) ବି ମୁଁ ଲେଖିସାରିଛି। ତନ୍ମଧ୍ୟରୁ ମୋ ଲିଖିତ ତଥା ମ୍ୟୁଜିକ୍‌ରେ ‘ମାରି ଦେଲା ଲୋ ସାରି ଦେଲା ଲୋ ନନ୍ଦ ଗୌଡ ପିଲା’ ,‘ଅଖିଳ ମୋହନ ଶ୍ୟାମ’, ‘ପଦ୍ମା ନଦୀର କିନାରେ’, ‘ସୃଷ୍ଟିର ନାଦ ତୁମେ’, ‘ଜଗା ପାଇଁ ମୋର କାଗଜ ଗୁଡ଼ି’ ଇତ୍ୟାଦି ଭଜନକୁ ବହୁ ଲୋକପ୍ରିୟ କଣ୍ଠଶିଳ୍ପୀମାନେ ଗାଇ ସାରିଛନ୍ତି। ତା’ଛଡ଼ା ଦାରୁବ୍ରହ୍ମ ଦର୍ଶନ, ଗୋପରୁ ଶ୍ରୀକ୍ଷେତ୍ର, ଦେବରଞ୍ଜନୀ, ଜୟ ତୁ ଦୟାଲ୍‌, ମା’ ମୋର ସାହା, ଭଗବତୀ ଭରସା ଭଳି ପ୍ରାୟ ୧୨ଟି କ୍ୟାସେଟ୍‌ରେ ମୁଁ ନିଜେ ଗୀତ ବି ଗାଇସାରିଛି। ତେବେ ଉକ୍ତ କ୍ୟାସେଟ୍‌ଗୁଡ଼ିକରେ ଥିବା କିଛି ଗୀତକୁ ମୁଁ ନିଜେ ଲେଖିବା ସହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛି। ଏସବୁ ବ୍ୟତୀତ ବିଭିନ୍ନ ଖବରକାଗଜ ତଥା ପତ୍ରପତ୍ରିକାରେ ମୋର ଅନେକ ଆର୍ଟିକିଲ୍‌ ପ୍ରକାଶିତ ହୋଇ ପାଠକଙ୍କ ଦ୍ୱାରା ବେଶ୍‌ ଆଦୃତ ମଧ୍ୟ ହୋଇସାରିଛି। ତେବେ ସଙ୍ଗୀତ ଓ ନାଟ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ମୋତେ ସମ୍ମାନିତ ଓ ପୁରସ୍କୃତ ବି କରାଯାଇସାରିଛି।

– ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri