Posted inଫୁରସତ

ବୋଉ କହିଲା ପ୍ରଥମ ରୋଜଗାର ଟଙ୍କା ଦିଅଁଙ୍କ ପାଖରେ ରଖିଦେ: କଥାକାର ଲୋପାମୁଦ୍ରା ପରିଡା

ପ୍ରଥମ ରୋଜଗାରର ଶୀର୍ଷକରେ ଧରିତ୍ରୀରେ ଯେତେବେଳେ କାହାକୁ ପଢ଼ୁଥିଲି, ସେତେବେଳେ ଭାବୁଥିଲି ଯଦି କୋଉ ଦିନ ମତେ ଲେଖିବାକୁ ସୁଯୋଗ ମିଳେ ମୁଁ କ’ଣ ବା ଲେଖିବି ! ସବୁ ପ୍ରଥମରେ ଯେମିତି ବହେ ଅଙ୍କ କଷା ପାଠ ଥାଏ, ଆଣ୍ଠେଇ ପେଟେଇ ଶିଖୁ ଭଲମନ୍ଦ ସେମିତି ହିଁ ସାଧାରଣ ଥିଲା ମୋ ପ୍ରଥମ ରୋଜଗାର କଥା।

ସେତେବେଳେ ମୋ ବୋଉ ଅତ୍ୟନ୍ତ ଅସୁସ୍ଥ। ପ୍ରତି ସପ୍ତାହରେ ତିନି ଥର ଡାଏଲିସିସ। ବୋଉକୁ ବୟାଳିଶି ମତେ ତେଇଶି । ବାପା ଦିନରାତି ଏକାକାର କରୁଥାନ୍ତି ବୋଉର ଚିକିତ୍ସାରେ। ବୋଉ ଭାବୁଥାଏ ମୁଁ ଅଛି, ବଞ୍ଚିଛି ବୋଲି ସିନା ସମସ୍ତେ ଏତେ ହଇରାଣ ହେଉଛନ୍ତି,ପୁଣି ଭାବୁଥାଏ ମୁଁ ଅଛି ବୋଲି ତ ଏମାନେ ଯେମିତି ହଉ ପଛେ ଟାଣିଭିଡି ହସୁଛନ୍ତି, ଗଣ୍ଡେ ଫୁଟେଇ ଦେଲେ ଖାଉଛନ୍ତି । ଏପଟେ ପାଣି ଭଳିଆ ପଇସା ବହି ଯାଉଥାଏ। ବାପା ବୋଉ ରାତି ରାତି ଚିନ୍ତାରେ ନ ଶୋଇ ପାରିଲେ ବି ଆମ ପିଲାଙ୍କ ଆଗରେ ଦମ୍ଭ ଧରୁଥାନ୍ତି। ମୁଁ ବୋଉ ସାଙ୍ଗରେ ସବୁ ଡାକ୍ତର ଦେଖାବେଳେ ଯାଏ। ଦିନେ ଡାକ୍ତର କହିଲେ, ତମେ ଏକା ଆସିଛ? ତମ ସାଙ୍ଗରେ କେହି ବଡ଼ ମଣିଷ ନାହାନ୍ତି? ମୁଁ ମନ ଟାଣ କରି କହିଲି, ମତେ କୁହନ୍ତୁ। ରାସ୍ତାରେ ବୋଉ ପଚାରିଲା, କଣ କହିଲେ ଡାକ୍ତର? ମୁଁ କିଛି କହିବା ଅବସ୍ଥାରେ ନ ଥିଲି। ବୋଉ କହିଲା, କ’ଣ ମୁଁ ଆଉ ବେଶି ଦିନ ନୁହେଁ କହିଲେ କି? ତୁ ବ୍ୟସ୍ତ ହ’ନା। ମୁଁ ଅଛି। ମୁଁ କୁଆଡ଼େ ଯିବି ତମକୁ ସବୁ ଛାଡିକି ଲୋ । ରାତିରେ ବାପା ବୋଉ କଥା ହଉଥାନ୍ତି। ମୋ କାନରେ ପଡୁଥାଏ। ବୋଉ କହୁଥାଏ ମୋ ଯୋଗୁଁ ଭାରି ହଇରାଣ ହଉଛ ନା। ପିଲାଙ୍କ ପାଇଁ କେତେ କ’ଣ ସ୍ବପ୍ନ ସାଇତିଥିଲି ସବୁ ତ ମୋ ପଛରେ ସରିଲାଣି। ତା ସ୍ବର ଥରୁଥାଏ। ସେଇଦିନ ମୁଁ ଭାବିଲି ଇଂଜିନିୟରିଂ ସାରି ବସିଛି କ’ଣ କୁଆଡେ କରିବି। ସେତିକି ବେଳେ ମୋ କଟକି ସାଙ୍ଗ ସୋପା କହିଲା , ଫ୍ରଣ୍ଟ ଅଫିସ କାମ କରିବୁ, ଦରମା ଦୁଇ ହଜାର? ତତେ କହିବାକୁ ତ ଭଲ ଲାଗୁନି ଏଇ କାମ ପାଇଁ ହେଲେ କଣ କରିବା ! ପରିସ୍ଥିତି ହିଁ ସେମତି। ମୁଁ ରାଜି ହେଇଗଲି। ବାପା ଅରାଜି କିନ୍ତୁ କିଛି କହିଲେନି। ବୋଉ ଲୁହରେ ଉତ୍ତର ରଖିଲା।

ସାନ ଭାଇ ସେତବେଳକୁ ପ୍ଲସ ଟୁ ପ୍ରଥମ ବର୍ଷ। ସିଏ କଲେଜ ଯାଏ, ବାପା କଚେରୀ ଯିବେ ଆଉ ମୁଁ ବୋଉର କଣ କାମ ହବ, ରନ୍ଧା କଣ ହବ, ଘର କାମ ଯାହା ତାହା ତୁଟେଇ ଦିନ ଦଶରେ ବାହାରେ। ମତେ ପୁଣି ସେତେବେଳେ କିଛି କାମ ଆସୁ ନ ଥାଏ। ବୋଉର ପୂରା ଦୁର୍ବଳ ଅବସ୍ଥା। ଦି’ପହର ବେଳକୁ ଆସେ। ବୋଉକୁ କ’ଣ ଟିକେ ଖୁଆଏ, ବାପା ଆସି ରାନ୍ଧିଥାନ୍ତି, ବୋଉ ସେଇଥିରେ ଘୋସାରି ହେଇ ହାଣ୍ଡିରେ ଲୁହାଖଡିକା, ଡାଲିଚଟୁ ବୁଲେଇ ଆସେ । ପରିବା କାଟୁ କାଟୁ ଦି’ ତିନିଥର ବାନ୍ତି କରେ।
ମୁଁ କ’ଣ ଦିଟା ପାଟିରେ ପୂରେଇ ଫେରିଯାଏ। ଅଫିସ୍‌ ବୋଲି ଯୋଉ ଜାଗା ସେଠି ମତେ କେହି ପସନ୍ଦ କରନ୍ତିନି।

ପୁରୁଣାକାଳିଆ କୁହନ୍ତି ଆଉ ମିଶନ୍ତିନି। ସେମାନଙ୍କ ଅତ୍ୟାଧୁନିକ ଢଙ୍ଗଢାଙ୍ଗ ଆଗରେ ମୁଁ ନିରସ, ବେଢଙ୍ଗ ଆଉ ପାଣିଚିଆ । ମୁଁ ସେଠି ମୋର ସାଧ୍ୟ ମତେ ମିଶିବାକୁ ହସିବାକୁ ଚେଷ୍ଟା କରୁଥାଏ ଓ ମୋତେ ଦିଆଯାଇଥିବା ଦାୟିତ୍ୱ ଶହେରୁ ଶହେ ଠିକ୍‌ କରୁଥାଏ। ହେଲେ କିନ୍ତୁ ସେ ପରିବେଶ କିଛି ସୁହାଉ ନ ଥାଏ। ଘରେ ଏ ନେଇ କିଛି କହିନଥାଏ ସେ ଯାଏ।
ହଉ ସିଏ ଯା ହଉ ପଛେ ମାସ ଶେଷକୁ ଦି’ହଜାରଟେ ମିଳୁ।

ବାପାଙ୍କୁ ଦେବି। ହଉ ପଛେ ଗୁଣ୍ଡୁଚି କିଛି ତ କାମରେ ଲାଗିବି। ମାସ ଯେତେ ପୁରି ପୁରି ଆସୁଥାଏ ମୁଁ ଗୋଟେ ଅପେକ୍ଷାକୁ ସାଉଣ୍ଟୁ ଥାଏ। ଅଜଣା ପୁଲକଟେ ପୋଷି ହେଉଥାଏ ବାପାଙ୍କର ସାହସ ହେଇ ଠିଆ ହବାର । ତିରିଶି ତାରିଖ ଟପିଲା। ଏକ ତିରିଶି ବି ଗଲା। ଏକ ତାରିଖ ଦିନ ଅଫିସ୍‌ ମାଲିକ ଡାକି ବଢେଇ ଦେଲେ ବାରଶ ଟଙ୍କା। ମତେ ଗଣନା ବାଗ ଜଣା ନାହିଁ। ମୁଁ ଚାରିଥର କି ଗଣି ମନେ ପକେଇଲି ସୋପା ତ କହିଥିଲା ଦୁଇହଜାର ଦେବେ, ଏତିକି କଣ! ତଥାପି କାହା ମୁହଁ ରେ କିଛି କେବେ କହି ନ ପାରିବାର ଗୁଣ ଯୋଗୁ ସେତିକି ମୁଠେଇ ଧରି କାଠ ପରି ଠିଆ ହେଇଥାଏ।

ପୁଣି କହିଲେ, ତମର ଆଉ କାଲିଠୁ ଆସିବା ଦରକାର ନାହଁି। ଆମେ ନୂଆ ପିଲା ନେଇ ସାରିଛୁ। ତମେ କାମ ଭଲ କରୁଛ ହେଲେ ଆମକୁ ଆଉ ଟିକେ ମଡର୍ନ ପିଲା ଦରକାର। ପରାଜିତ ହେବାର ଦୁଃଖ କରିବି କି ମୁକ୍ତ ହବାର ଆନନ୍ଦ ଅବୁଝା ଥିଲା।
ଏପ୍ରିଲ ଏକ ତାରିଖ। ସାଇକେଲ ନେଇ ଘରକୁ ଫେରି ସେଦିନ ବୋଉ ପାଖରେ ବସି ପଡ଼ିଲି। ବୋଉ ହାତକୁ ବଢେଇ ଦେଲି ପଇସା ତକ ଆଉ କହିଲି, ମନା କରିବୁ ଯଦି କାଲିଠୁ ଆଉ ଯିବିନି। ତୋ ପାଖରେ ରହିବି।

ବୋଉ କିଛି କହିଲାନି। ଖାଲି ଆଉଁସି ଦେଲା ଆଉ କାଳିଆ ଫଟୋକୁ ଅନେଇ ହାତ ଯୋଡ଼ିଲା ଆଉ ଆଖିରେ କହିଲା ଦିଅଁଙ୍କ ପାଦ ତଳେ ରଖିଦେ । ବାପା ଆସି ପହଞ୍ଚିଲେ ସେତିକି ବେଳେ ଆଉ କହିଲେ, ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଯା’ ପଢାପଢିରେ ମନ ଦେ। ପରିଶ୍ରମର ଫଳ ଈଶ୍ୱର ଯାଚି ଦିଅନ୍ତି ମାଆ ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri