Posted inଫୁରସତ

ନନାଙ୍କୁ ଦେଇଥିଲି ପ୍ରଥମ ଦରମା ଟଙ୍କା: ଶିବ ସୁନ୍ଦର ପାଣିଗ୍ରାହୀ

ଦୁଇ ହଜାର ତିନି ଅକ୍ଟୋବର ମାସର କଥା। ତାରିଖ ଅବଶ୍ୟ ଠିକ୍‌ସେ ମନେପଡୁନି କିନ୍ତୁ ସେଦିନ ସୋମବାର ଥିବା ଯୋଗୁ ସାଙ୍ଗମାନଙ୍କ ସହ ମୁଁ ଶିବ ମନ୍ଦିରକୁ ଯାଇଥାଏ। କୃତିତ୍ୱର ସହ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ପରେ ଅନେକ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥାଏ। ନିଜ ସାମର୍ଥ୍ୟ ବଳରେ କିଛି ଗୋଟେ କରିପାରିବାର ଦୃଢ଼ ଆତ୍ମପ୍ରତ୍ୟୟକୁ ଭରସି ବାଟ ଚାଲୁଥାଏ ଅନେକ ଆଶା ଓ ଆଶଙ୍କାକୁ କୋଳେଇ ନେଇ। ମନ୍ଦିର ଫେରନ୍ତା ବାଟରେ ହଠାତ୍‌ ଆଶ୍ଚର୍ଯ୍ୟ କଲାଭଳି ଚିହ୍ନା ପୋଷ୍ଟମ୍ୟାନ୍‌ ଜଣକ ମୋତେ ଡାକି ମୋ’ ହାତକୁ ବଢ଼ାଇ ଦେଇଥିଲେ ଧଳା ଲଫାପାଟିଏ। ଲଫାପାଟିକୁ ଦେଖିସାରି ଖୋଲିବା ବେଳକୁ ଆଷାଢ଼ର ମାଟିଗନ୍ଧ ପରି ମୋତେ ମହକିତ କରିସାରିଥିଲା କ୍ଷୀଣ ଅଥଚ ନିବିଡ଼ ଆଶ୍ୱସ୍ତିର ମୁଗ୍ଧ ଶିହରଣ। ନିଜ ଜିଲା ରାୟଗଡ଼ରେ ଓ ଘର ପଦ୍ମପୁରଠାରୁ ପ୍ରାୟ ୬୦ କି.ମି ଦୂରରେ ଅବସ୍ଥିତ ଗୋଟେ ସୁପ୍ରତିଷ୍ଠିତ ବେସରକାରୀ ଶିଳ୍ପଶାଳାର ନିଯୁକ୍ତିପତ୍ର ମୋତେ କୌଣସି ଗୁଣରେ ନୂ୍ୟନ କି ସାମାନ୍ୟ ମନେହେଲା ନାହିଁ ବରଂ ମୋ’ ପାଠ ସହ ସଂଶ୍ଳିଷ୍ଟ କର୍ମନିଯୁକ୍ତି ମୋତେ ସତେଜତା ଓ ପ୍ରସନ୍ନତାରେ ଭରିଦେଲା। ରସାୟନବିତ୍‌ ପଦବୀରେ ଆରମ୍ଭ ହେଲା ମୋ’ ଚାକିରି ଜୀବନ। ପ୍ରଥମେ ତିନି ହଜାର ପାଞ୍ଚଶହ ପରେ ଚାରି ହଜାର ଟଙ୍କାର ଷ୍ଟାଇପେଣ୍ଡରେ ଦୁଇବର୍ଷର ଟ୍ରେନିଂ ଓ ତା’ପରେ ସ୍ଥାୟୀ ନିଯୁକ୍ତି। ପ୍ରତି ସପ୍ତାହରେ ଶନିବାର ଅଫିସ ପରେ ସାରେ ବସ୍‌ ଯୋଗେ ଘରକୁ ଫେରୁଥିଲି ଓ ସୋମବାର ସକାଳେ ପୁଣି ବାହୁଡୁଥିଲି କର୍ମକ୍ଷେତ୍ରକୁ। ଏବେ ବି ମନେପଡ଼େ ମୋ’ ପ୍ରଥମ ଦରମା କଥା। ସବୁ କଟାକଟି ପରେ ପ୍ରଥମ ମାସରେ ଦୁଇ ହଜାର ସାତଶହ ଟଙ୍କାର ଚେକ୍‌ ପାଇବା ବେଳକୁ ଭିନ୍ନ ଏକ ଆତ୍ମତୃପ୍ତିର ଉଲ୍ଲାସରେ ମୁଁ ପ୍ରାୟ ଶିହରିତ ହୋଇଉଠିଥିଲି। ସହର୍ଷେ ଚେକ୍‌ଟିକୁ ନେଇ ମୁଁ ରହୁଥିବା ହଷ୍ଟେଲ ସନ୍ନିକଟ ଷ୍ଟେଟ୍‌ବ୍ୟାଙ୍କରେ ଖାତାଟିଏ ଖୋଲିଥିଲି ସେତେବେଳେ। ସେଥର ଘରକୁ ଫେରିଲାବେଳେ କିଲେ ମିଠା ବ୍ୟତୀତ ଆଉ ଅଧିକ କିଛି ନେଇପାରି ନ ଥିଲି। ଘରେ ପହଞ୍ଚିଲା ବେଳକୁ ସବୁଥର ପରି ନୀରବ ନିର୍ବିକାର ଭାବେ ନନା ବସିଥାନ୍ତି ଆମ ଦାଣ୍ଡ ଅଗଣା ନିକଟ ପାହାଚରେ। ଯେମିତି ସେ ବସିଥାନ୍ତି ପ୍ରତି ଶନିବାର ରାତିରେ କେବଳ ମୋରି ଅପେକ୍ଷାରେ। ଚୁପ୍‌ଚାପ୍‌ ତାଙ୍କ ନିକଟକୁ ଯାଇ ପାଦ ଛୁଇଁ ପ୍ରଣାମ କଲି। ମୋତେ ଦେଖି ସୁନ୍ଦର ଏକ ଚନ୍ଦ୍ରୋଦୟ ଭଳି ନନାଙ୍କ ମୁହଁରେ ପ୍ରସନ୍ନତାର ଚମକ ମୋତେ ଏକ ପ୍ରୀତିପୂର୍ଣ୍ଣ ଓ ଭକ୍ତିପୂର୍ଣ୍ଣ ଆବେଗରେ ମୁଗ୍ଧ କଲା। ମୁଁ ଅବଶ୍ୟ ଲକ୍ଷ୍ୟ କରିଥିଲି ମୁଁ ଚାକିରି ପାଇବା ପରେ ନନାଙ୍କ ପରିବର୍ତ୍ତିତ ମାନସିକ ସ୍ଥିତିକୁ। ତାଙ୍କ ଭିତରେ ଅସମ୍ଭବ ଖୁସିର ବୀଜ ରୋପଣ କରିପାରିଛି ବୋଲି ମୁଁ ନିଜକୁ ବେଳେବେଳେ ଧନ୍ୟ ମନେ କରୁଥାଏ। ଏତିକି ବେଳକୁ ହୁଏତ ମୁଁ ନିଜକୁ ସମ୍ଭାଳି ପାରି ନ ଥିଲି। ଏକ ଅବ୍ୟକ୍ତ ଉତ୍ସାହରେ ଧରିଯାଇଥିବା ସବୁତକ ଟଙ୍କା ପକେଟ୍‌ରୁ ବାହାର କରି ଚୁପ୍‌ଚାପ୍‌ ବଢ଼େଇଦେଲି ନନାଙ୍କ ଉଦ୍ଦେଶ୍ୟରେ। ସେ ସେମିତି ଚାହିଁ ରହିଥାନ୍ତି ମୋତେ ଏକ ଅବିଶ୍ୱସନୀୟ ନୟନରେ। ସେ କିଛି ପଚାରିବା ଆଗରୁ ମୁଁ କହିଥିଲି ମୋ’ ପ୍ରଥମ ଦରମା କଥା। ମୁଁ ଦେଖୁଥିଲି ତାଙ୍କ ଆଖିର ନିୟନ୍ତ୍ରଣରହିତ ବିହ୍ବଳତା ଓ ତହିଁରୁ ନିଗିଡ଼ି ପଡ଼ୁଥିବା ଦୁଇଟୋପା ଆନନ୍ଦର ମୁକ୍ତାବିନ୍ଦୁ। ଅତି ଆଦରରେ ନନା କୁଣ୍ଢେଇ ପକାଇଲେ ମୋତେ। ନନାଙ୍କ ଝାଳୁଆ ଦେହରେ ଜଡ଼େଇ ରହିବା ବେଳକୁ ମୋ ଭିତରେ ସଂଚରି ଯାଉଥିଲା ଦିଗନ୍ତବ୍ୟାପୀ ଖୁସିର ପ୍ଲାବନ। କେବେ ଭୋଗି ନ ଥିବା ତୃପ୍ତିର ଆନନ୍ଦ କ୍ରମଶଃ ବ୍ୟାପକ ଓ ବିପୁଳ ହୋଇପଡ଼ୁଥିଲା ମୋ ଆଭ୍ୟନ୍ତରରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?