Posted inଫୁରସତ

ପ୍ରଥମ ଦରମାରେ ଭାଇଭଉଣୀଙ୍କ ପଢ଼ାଖର୍ଚ୍ଚ ତୁଲାଇଥିଲି

ବାପା ମା’ଙ୍କର ମୁଁ ଥିଲି ସବୁଠାରୁ ବଡ଼ପୁଅ। ମୋ ତଳେ ଆହୁରି ଚାରି ଭାଇ ଓ ଦୁଇ ଭଉଣୀ, ମାନେ ଆମେ ସାତ ଭାଇଭଉଣୀ। ବଡ଼ ପରିବାର। ବାପା ଥିଲେ ହାଇସ୍କୁଲ ଶିକ୍ଷକ। ଅବଶ୍ୟ ରିଟାୟାର୍ଡ଼ ବେଳକୁ ସି.ଟି. ସ୍କୁଲର ହେଡ୍‌ମାଷ୍ଟର ଥିଲେ। ବଡ଼ ପରିବାର ଯୋଗୁ ତାଙ୍କ ଉପରେ ଅର୍ଥନୈତିକ ଚାପ ପଡ଼ିବା ସ୍ବାଭାବିକ। ବଡ଼ ପୁଅ ହୋଇଥିବାରୁ ଭାବୁଥିଲି କିପରି ଶୀଘ୍ର ଚାକିରି ଗୋଟିଏ ପାଇଗଲେ ବାପାଙ୍କୁ ଆର୍ଥିକ ସାହାଯ୍ୟ କରିପାରିବି। ଅବଶ୍ୟ ମୁଁ ଷଷ୍ଠ ଶ୍ରେଣୀରୁ ଏମ.ଏସ୍‌ସି. ଶେଷ ବର୍ଷ ପର୍ଯ୍ୟନ୍ତ ବୃତ୍ତି ପାଇ ଆସୁଥିଲି। ଏହି ଟଙ୍କା ମୋତେ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ଯୋଗୁ ମିଳୁଥିଲା। ଏହା ପ୍ରକାରାନ୍ତରେ ବାପାଙ୍କୁ ଆର୍ଥିକ ସହାୟତା କରୁଥିଲା ଓ କଲେଜରେ ପଢ଼ିବାରେ ମୋର ବିଶେଷ ଅସୁବିଧା ହେଉ ନ ଥିଲା। ମନେପଡୁଛି ବିଜେବି କଲେଜରେ ପ୍ରିୟୁନିଭରସିଟି ପଢ଼ିଲାବେଳେ ବର୍ଷ ଶେଷରେ ଏକାଥରକେ ଜାତୀୟ ବୃତ୍ତି ଟଙ୍କା ମିଳିଥିଲା। ସେଥିରୁ ୫୦୦ ଟଙ୍କା ବାପାଙ୍କ ପାଖକୁ ମନିଅର୍ଡ଼ର କରିଥିଲି, କାରଣ ସେତେବେଳେ ବାପାଙ୍କର କୋରାପୁଟ ଜୟପୁରରୁ ଗଞ୍ଜାମର ରାୟଗଡ଼କୁ ବଦଳି ହୋଇଥିଲା ଓ ଘରର ଜିନିଷପତ୍ର ସବୁ ନୂତନ ସ୍ଥାନକୁ ନେବାପାଇଁ ତାଙ୍କ ପାଖରେ ଟଙ୍କାର ଅଭାବ ଥିଲା। ଅତଏବ ମୋ ବୃତ୍ତି ଟଙ୍କା ସେବେ ବାପାଙ୍କର କିଛି କାମରେ ଆସିଥିବାରୁ ମୋତେ କିଛିଟା ଆତ୍ମସନ୍ତୋଷ ମିଳିଥିଲା। ସେହିପରି ଆଉ ଏକ ଘଟଣା ହେଲା, ବାଣୀବିହାରରେ ଏମ୍‌.ଏସ୍‌ସି. ଶେଷବର୍ଷ ପଢ଼ିବାବେଳେ ଚାକିରି ପାଇଁ ବିଭିନ୍ନ ପରୀକ୍ଷା ଦେଉଥିବା ସମୟର କଥା। ଥରେ ଆଲ୍ଲାହାବାଦ ବ୍ୟାଙ୍କରେ ଆସିଷ୍ଟାଣ୍ଟ ଚାକିରି ପାଇଁ ଲିଖିତ ଓ ମୌଖିକ ପରୀକ୍ଷା ଦେଇଥାଏ। ଏଥିରେ ଓଡ଼ିଶାରେ ପ୍ରଥମ ହୋଇଥିଲି, ଏହାର ଆପଏଣ୍ଟମେଣ୍ଟ ଚିଠିଟି ଟେଲିଗ୍ରାମ ଯୋଗେ ମୁଁ ଦେଇଥିବା ବାପାଙ୍କ ଠିକଣାରେ ଯାଇ ପହଞ୍ଚତ୍ଲା। ବାପା ଟେଲିଗ୍ରାମଟି ପଢି ଏତେ ଖୁସି ହୋଇଥିଲେ ଯେ ତାଙ୍କ ଆଖିରୁ ଲୁହ ଗଡ଼ି ଆସିଥିଲା। ତୁରନ୍ତ ଚିଠିଟି ଧରି ବାଣୀବିହାର ହଷ୍ଟେଲକୁ ଆସି ମୋତେ ଦେଇଥିଲେ ଆଉ କହିଥିଲେ ‘ଭଗବାନଙ୍କ କୃପାରୁ ମୋ ବଡ଼ ପୁଅର ଚାକିରି ହୋଇଗଲା’। ସେଦିନ ବାପାଙ୍କର ସେହି ଆନନ୍ଦଭରା ମୁହଁ ମୋତେ ବେଶ୍‌ ସନ୍ତୋଷ ଦେଇଥିଲା। ନିର୍ଦ୍ଧାରିତ ଦିନ ଯାଇ ଚାକିରିରେ ଜଏନ୍‌ କଲି। ପ୍ରଥମ ଚାକିରିର ପ୍ରଥମ ମାସର ଦରମା ଥିଲା ୫୫୦ ଟଙ୍କା। ସେତେବେଳେ ଏହାର ମୂଲ୍ୟ ଢେର୍‌ ଥିଲା; ଯେଉଁଥିରୁ ୧୫୦ଟଙ୍କା ରେଭେନ୍‌ସା କଲେଜରେ ଇଂଲିଶ ଅନର୍ସ ନେଇ ପଢୁଥିବା ମୋ ତଳ ଭାଇକୁ ଏବଂ ୧୦୦ଟଙ୍କା ରିଜିଓନାଲ କଲେଜରେ ବି.ଏ. ବି.ଏଡ୍‌. ଇଣ୍ଟିଗ୍ରେଟେଡ କୋର୍ସରେ ପଢୁଥିବା ମୋ ସାନ ଭଉଣୀକୁ ଦେଇଥିଲି। ଏକଥା ଜାଣି ବାପା ଖୁବ୍‌ ଖୁସି ହୋଇଥିଲେ। ତା’ପରଠୁ କ୍ରମାଗତ ଭାବେ ସାନ ଭାଇଭଉଣୀମାନଙ୍କୁ ସେମାନଙ୍କର ପାଠପଢ଼ା ଶେଷ ପର୍ଯ୍ୟନ୍ତ ଆର୍ଥତ୍କ ସହାୟତା କରିଚାଲିଲି। ଘରକୁ ବି କିଛି ଟଙ୍କା ପଠାଉଥିଲି। ବେଶ୍‌ କିଛିଦିନ ଉକ୍ତ ବ୍ୟାଙ୍କରେ କାମ କରିବା ପରେ ତାକୁ ଛାଡ଼ି ଉତ୍କଳ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବେ ଜଏନ୍‌ କଲି। ପୁଣି କିଛିଦିନ ପରେ ଇଣ୍ଟରଭ୍ୟୁ ଦେଇ ସାରା ଭାରତରେ ୭ମ ସ୍ଥାନ ଅଧିକାର କରି ଆଲ୍ଲାହାବାଦ ବ୍ୟାଙ୍କର ମ୍ୟାନେଜମେଣ୍ଟ ଟ୍ରେନି (ପ୍ରୋବେସନାରୀ ଅଫିସର କ୍ୟାଡର) ଭାବେ କାମ କରିବାକୁ ଲାଗିଲି। ଆଉ ଶେଷରେ ଓପିଏସ୍‌ସି ଦ୍ୱାରା ମନୋନୀତ ହୋଇ ୟୁଜିସି ସ୍କେଲ୍‌ରେ ଉଚ୍ଚଶିକ୍ଷା ବିଭାଗରେ ଅଧ୍ୟାପକ ଭାବେ ୧୯୮୦ରୁ କ୍ୟାରିୟର ଆରମ୍ଭ କରି ୨୦୧୨ରେ ସମ୍ବଲପୁର ଗଙ୍ଗାଧର ମେହେର ସ୍ବୟଂଶାସିତ ମହାବିଦ୍ୟାଳୟରୁ ପ୍ରଫେସର ତଥା ବିଭାଗୀୟ ମୁଖ୍ୟରୂପେ ଅବସର ଗ୍ରହଣ କରିଥିଲି। ଏବେ ମୁଁ ଜୀବନର ଅପରାହ୍ନରେ ଥାଇ ମଧ୍ୟ ସାହିତ୍ୟ ଓ ପାଠ୍ୟପୁସ୍ତକ ରଚନା କ୍ଷେତ୍ରରେ ନିଜକୁ ନିୟୋଜିତ ରଖିଛି। ୟା’ଭିତରେ ମୋର ୫୭ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି। ମୋ ଜୀବନର ସଫଳତା ଓ ବିଫଳତାର ହିସାବନିକାସ ଉପରବାଲାଙ୍କ ହାତରେ ଛାଡିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri