Posted inଫୁରସତ

ପ୍ରଥମ ଦରମାରେ ଭାଇଭଉଣୀଙ୍କ ପଢ଼ାଖର୍ଚ୍ଚ ତୁଲାଇଥିଲି

ବାପା ମା’ଙ୍କର ମୁଁ ଥିଲି ସବୁଠାରୁ ବଡ଼ପୁଅ। ମୋ ତଳେ ଆହୁରି ଚାରି ଭାଇ ଓ ଦୁଇ ଭଉଣୀ, ମାନେ ଆମେ ସାତ ଭାଇଭଉଣୀ। ବଡ଼ ପରିବାର। ବାପା ଥିଲେ ହାଇସ୍କୁଲ ଶିକ୍ଷକ। ଅବଶ୍ୟ ରିଟାୟାର୍ଡ଼ ବେଳକୁ ସି.ଟି. ସ୍କୁଲର ହେଡ୍‌ମାଷ୍ଟର ଥିଲେ। ବଡ଼ ପରିବାର ଯୋଗୁ ତାଙ୍କ ଉପରେ ଅର୍ଥନୈତିକ ଚାପ ପଡ଼ିବା ସ୍ବାଭାବିକ। ବଡ଼ ପୁଅ ହୋଇଥିବାରୁ ଭାବୁଥିଲି କିପରି ଶୀଘ୍ର ଚାକିରି ଗୋଟିଏ ପାଇଗଲେ ବାପାଙ୍କୁ ଆର୍ଥିକ ସାହାଯ୍ୟ କରିପାରିବି। ଅବଶ୍ୟ ମୁଁ ଷଷ୍ଠ ଶ୍ରେଣୀରୁ ଏମ.ଏସ୍‌ସି. ଶେଷ ବର୍ଷ ପର୍ଯ୍ୟନ୍ତ ବୃତ୍ତି ପାଇ ଆସୁଥିଲି। ଏହି ଟଙ୍କା ମୋତେ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ଯୋଗୁ ମିଳୁଥିଲା। ଏହା ପ୍ରକାରାନ୍ତରେ ବାପାଙ୍କୁ ଆର୍ଥିକ ସହାୟତା କରୁଥିଲା ଓ କଲେଜରେ ପଢ଼ିବାରେ ମୋର ବିଶେଷ ଅସୁବିଧା ହେଉ ନ ଥିଲା। ମନେପଡୁଛି ବିଜେବି କଲେଜରେ ପ୍ରିୟୁନିଭରସିଟି ପଢ଼ିଲାବେଳେ ବର୍ଷ ଶେଷରେ ଏକାଥରକେ ଜାତୀୟ ବୃତ୍ତି ଟଙ୍କା ମିଳିଥିଲା। ସେଥିରୁ ୫୦୦ ଟଙ୍କା ବାପାଙ୍କ ପାଖକୁ ମନିଅର୍ଡ଼ର କରିଥିଲି, କାରଣ ସେତେବେଳେ ବାପାଙ୍କର କୋରାପୁଟ ଜୟପୁରରୁ ଗଞ୍ଜାମର ରାୟଗଡ଼କୁ ବଦଳି ହୋଇଥିଲା ଓ ଘରର ଜିନିଷପତ୍ର ସବୁ ନୂତନ ସ୍ଥାନକୁ ନେବାପାଇଁ ତାଙ୍କ ପାଖରେ ଟଙ୍କାର ଅଭାବ ଥିଲା। ଅତଏବ ମୋ ବୃତ୍ତି ଟଙ୍କା ସେବେ ବାପାଙ୍କର କିଛି କାମରେ ଆସିଥିବାରୁ ମୋତେ କିଛିଟା ଆତ୍ମସନ୍ତୋଷ ମିଳିଥିଲା। ସେହିପରି ଆଉ ଏକ ଘଟଣା ହେଲା, ବାଣୀବିହାରରେ ଏମ୍‌.ଏସ୍‌ସି. ଶେଷବର୍ଷ ପଢ଼ିବାବେଳେ ଚାକିରି ପାଇଁ ବିଭିନ୍ନ ପରୀକ୍ଷା ଦେଉଥିବା ସମୟର କଥା। ଥରେ ଆଲ୍ଲାହାବାଦ ବ୍ୟାଙ୍କରେ ଆସିଷ୍ଟାଣ୍ଟ ଚାକିରି ପାଇଁ ଲିଖିତ ଓ ମୌଖିକ ପରୀକ୍ଷା ଦେଇଥାଏ। ଏଥିରେ ଓଡ଼ିଶାରେ ପ୍ରଥମ ହୋଇଥିଲି, ଏହାର ଆପଏଣ୍ଟମେଣ୍ଟ ଚିଠିଟି ଟେଲିଗ୍ରାମ ଯୋଗେ ମୁଁ ଦେଇଥିବା ବାପାଙ୍କ ଠିକଣାରେ ଯାଇ ପହଞ୍ଚତ୍ଲା। ବାପା ଟେଲିଗ୍ରାମଟି ପଢି ଏତେ ଖୁସି ହୋଇଥିଲେ ଯେ ତାଙ୍କ ଆଖିରୁ ଲୁହ ଗଡ଼ି ଆସିଥିଲା। ତୁରନ୍ତ ଚିଠିଟି ଧରି ବାଣୀବିହାର ହଷ୍ଟେଲକୁ ଆସି ମୋତେ ଦେଇଥିଲେ ଆଉ କହିଥିଲେ ‘ଭଗବାନଙ୍କ କୃପାରୁ ମୋ ବଡ଼ ପୁଅର ଚାକିରି ହୋଇଗଲା’। ସେଦିନ ବାପାଙ୍କର ସେହି ଆନନ୍ଦଭରା ମୁହଁ ମୋତେ ବେଶ୍‌ ସନ୍ତୋଷ ଦେଇଥିଲା। ନିର୍ଦ୍ଧାରିତ ଦିନ ଯାଇ ଚାକିରିରେ ଜଏନ୍‌ କଲି। ପ୍ରଥମ ଚାକିରିର ପ୍ରଥମ ମାସର ଦରମା ଥିଲା ୫୫୦ ଟଙ୍କା। ସେତେବେଳେ ଏହାର ମୂଲ୍ୟ ଢେର୍‌ ଥିଲା; ଯେଉଁଥିରୁ ୧୫୦ଟଙ୍କା ରେଭେନ୍‌ସା କଲେଜରେ ଇଂଲିଶ ଅନର୍ସ ନେଇ ପଢୁଥିବା ମୋ ତଳ ଭାଇକୁ ଏବଂ ୧୦୦ଟଙ୍କା ରିଜିଓନାଲ କଲେଜରେ ବି.ଏ. ବି.ଏଡ୍‌. ଇଣ୍ଟିଗ୍ରେଟେଡ କୋର୍ସରେ ପଢୁଥିବା ମୋ ସାନ ଭଉଣୀକୁ ଦେଇଥିଲି। ଏକଥା ଜାଣି ବାପା ଖୁବ୍‌ ଖୁସି ହୋଇଥିଲେ। ତା’ପରଠୁ କ୍ରମାଗତ ଭାବେ ସାନ ଭାଇଭଉଣୀମାନଙ୍କୁ ସେମାନଙ୍କର ପାଠପଢ଼ା ଶେଷ ପର୍ଯ୍ୟନ୍ତ ଆର୍ଥତ୍କ ସହାୟତା କରିଚାଲିଲି। ଘରକୁ ବି କିଛି ଟଙ୍କା ପଠାଉଥିଲି। ବେଶ୍‌ କିଛିଦିନ ଉକ୍ତ ବ୍ୟାଙ୍କରେ କାମ କରିବା ପରେ ତାକୁ ଛାଡ଼ି ଉତ୍କଳ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବେ ଜଏନ୍‌ କଲି। ପୁଣି କିଛିଦିନ ପରେ ଇଣ୍ଟରଭ୍ୟୁ ଦେଇ ସାରା ଭାରତରେ ୭ମ ସ୍ଥାନ ଅଧିକାର କରି ଆଲ୍ଲାହାବାଦ ବ୍ୟାଙ୍କର ମ୍ୟାନେଜମେଣ୍ଟ ଟ୍ରେନି (ପ୍ରୋବେସନାରୀ ଅଫିସର କ୍ୟାଡର) ଭାବେ କାମ କରିବାକୁ ଲାଗିଲି। ଆଉ ଶେଷରେ ଓପିଏସ୍‌ସି ଦ୍ୱାରା ମନୋନୀତ ହୋଇ ୟୁଜିସି ସ୍କେଲ୍‌ରେ ଉଚ୍ଚଶିକ୍ଷା ବିଭାଗରେ ଅଧ୍ୟାପକ ଭାବେ ୧୯୮୦ରୁ କ୍ୟାରିୟର ଆରମ୍ଭ କରି ୨୦୧୨ରେ ସମ୍ବଲପୁର ଗଙ୍ଗାଧର ମେହେର ସ୍ବୟଂଶାସିତ ମହାବିଦ୍ୟାଳୟରୁ ପ୍ରଫେସର ତଥା ବିଭାଗୀୟ ମୁଖ୍ୟରୂପେ ଅବସର ଗ୍ରହଣ କରିଥିଲି। ଏବେ ମୁଁ ଜୀବନର ଅପରାହ୍ନରେ ଥାଇ ମଧ୍ୟ ସାହିତ୍ୟ ଓ ପାଠ୍ୟପୁସ୍ତକ ରଚନା କ୍ଷେତ୍ରରେ ନିଜକୁ ନିୟୋଜିତ ରଖିଛି। ୟା’ଭିତରେ ମୋର ୫୭ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି। ମୋ ଜୀବନର ସଫଳତା ଓ ବିଫଳତାର ହିସାବନିକାସ ଉପରବାଲାଙ୍କ ହାତରେ ଛାଡିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri