Posted inଫୁରସତ

ପ୍ରଥମ ଦରମା ଟଙ୍କାରେ ମନଭରି ଖାଇଥିଲି: ପାର୍ଥସାରଥି ରାଉତ

କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଶାଳିଅଞ୍ଚ ଗାଁରେ ମୋ ଜନ୍ମ। ଜଗମୋହନ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ସାଲେପୁର କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିଥିଲି। ତା’ପରେ ତିର୍ତ୍ତୋଲ କଲେଜରୁ ଭୂତତ୍ତ୍ୱ ବିଜ୍ଞାନ ସମ୍ମାନରେ ଯୁକ୍ତ ତିନି ପାସ୍‌ କରି ସାରିବା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପି.ଜି. କଲି। ଏହାପରେ ଦୁଇବର୍ଷ ବିଭିନ୍ନ ଧନ୍ଦାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି। ଆଉ ତା’ରି ଭିତରେ ହିଁ ମୋତେ ବଳଦେବ ଜିଉ କଲେଜ ଅଫ୍‌ ଏଜୁକେଶନରେ ଅଧ୍ୟାପକ ଭାବେ ଚାକିରି ମିଳିଗଲା। ସେତେବେଳେ ଏହି କଲେଜଟି ମ୍ୟାନେଜ୍‌ମେଣ୍ଟ ଦ୍ୱାରା ପରିଚାଳିତ ହେଉଥିଲା। ଦରମା ବି ବେଶି ନ ଥିଲା। ମାତ୍ର ଦୁଇ ହଜାର ଟଙ୍କା ଥିଲା ମୋ ଦରମା, ସେ ପୁଣି କ୍ୟାଶ୍‌ରେ ମିଳୁଥିଲା। ତେବେ ମୁଁ ଏକା ନ ଥିଲି, ଉକ୍ତ କଲେଜରେ ଚାକିରି କରୁଥିବା ଅନ୍ୟ ନଅଜଣ ଅଧ୍ୟାପକ ଓ ଅଧ୍ୟାପିକା ବି ସେ ଥରକ ନୂଆକରି ଦରମା ପାଇଥିଲେ। ତେଣୁ ସମସ୍ତେ ମିଶି ପ୍ଲାନିଂ କଲୁ ଦରମା ଟଙ୍କାରେ ଆଗେ ପେଟ ଭରିକି ଖାଇବୁ। ଯେହେତୁ ଦରମା ମିଳିଲା ବେଳକୁ ଅପରାହ୍ନ ୪.୩୦ ହୋଇଯାଇଥିଲା, ତେଣୁ କଲେଜ ପାଖ ଏକ ଟିଫିନ୍‌ ସେଣ୍ଟରକୁ ଯାଇ ମନଭରି ଆମେ ବରା, ସିଙ୍ଗଡ଼ା, ଛେନାପୋଡ଼ ଆଦି ଖାଇଥିଲୁ। ସମସ୍ତେ ଏକାଠି ଖାଇଥିଲେ ହେଁ ସେଦିନ ଜଣେ ଯେହେତୁ ସମସ୍ତଙ୍କର ପଇସା ଦେଇ ଦେଇଥିଲେ, ତେଣୁ ଆମର ନିଷ୍ପତ୍ତି ହେଲା, ଏମିତି ଦଶଦିନ ଯାକ ପାଳିକରି ଜଣେ ଜଣେ ପଇସା ଦେବେ ଆଉ ସମସ୍ତେ ଏମିତି ଏକାଠି ଟିଫିନ୍‌ କରିବେ। ସେୟା ହିଁ ହେଲା, ଦଶଦିନ ଏମିତି ଖୁସିରେ ବିତିଗଲା। ଅବଶ୍ୟ ତାରି ଭିତରେ ଆମେ ଗୋଟେଦିନ ସମସ୍ତେ ସାଙ୍ଗହୋଇ ସିନେମା ଦେଖିବାକୁ ମଧ୍ୟ ଯାଇଥିଲୁ। ଏହାପରେ ମୁଁ ଘରକୁ ଯେବେ ଛୁଟିରେ ଗଲି ବାପାଙ୍କ ହାତରେ ହଜାରେ ଟଙ୍କା ଦେଇଥିଲି; ସେଦିନ ବାପା ବହୁତ ଖୁସି ହୋଇଥିଲେ। ହେଲେ ବାପା ଯେହେତୁ ଶିକ୍ଷକତା କରୁଥିଲେ ଆଉ ପରିବାର ସମ୍ଭାଳୁଥିଲେ, ତେଣୁ ସେ ଜାଣିପାରିଥିଲେ ମାତ୍ର ଦୁଇ ହଜାର ଟଙ୍କା ଦରମା ପାଇ ବାହାରେ ଚଳିବା କେତେ କଷ୍ଟ। ସେଥିପାଇଁ ଘରୁ ଫେରିଲା ବେଳକୁ ମୁଁ ଦେଇଥିବା ହଜାରେ ଟଙ୍କାରେ ଆଉ କିଛି ଟଙ୍କା ମିଶାଇ ସେ ମୋ ହାତରେ ଧରାଇ ଦେଇଥିଲେ। ଉକ୍ତ କଲେଜରେ ଦୁଇବର୍ଷ ଅଧ୍ୟାପନା କରିବା ପରେ ଚାକିରି ଛାଡ଼ିଦେଲି। ଯେହେତୁ ଧନ୍ଦାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ମୋର ଜାରି ରହିଥିଲା ଆଉ କେତେଥର ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇସାରିଥିଲି, ତେଣୁ ପିଲାମାନଙ୍କୁ କମ୍ପିଟେଟିଭ୍‌ କୋଚିଂ ଦେବା ପାଇଁ ଭୁବନେଶ୍ୱର ଚାଲି ଆସିଲି। ବେଶ୍‌ କିଛିଦିନ ଏହି କ୍ଷେତ୍ରରେ କାମ କରିବା ପରେ ସାହିତ୍ୟ ସାଧନା ପ୍ରତି ମୋର ଆବେଗ ଖୁବ୍‌ ବଢ଼ି ଯାଇଥିଲା। ତେବେ ସ୍କୁଲ୍‌, କଲେଜବେଳେ ମୁଁ ଗପ, କବିତା ବହୁତ ପଢୁଥିଲି। କ୍ରମେ ନିଜେ ଲେଖିବାକୁ ମଧ୍ୟ ଆରମ୍ଭ କଲି। ଯୁକ୍ତ ଦୁଇରେ ପଢ଼ିଲାବେଳେ ମୋର ଏକ କବିତା ପ୍ରଥମ କରି ଖବରକାଗଜରେ ପ୍ରକାଶ ପାଇଲା। ବାସ୍‌ ତା’ପରଠୁ ମୁଁ ଗୋଟେ ପରେ ଗୋଟେ କବିତା, ଗପ ଓ ଉପନ୍ୟାସ ଲେଖିଚାଲିଲି। ୟା’ଭିତରେ ମୁଁ ପ୍ରାୟ ୬୦/୭୦ଟି କବିତା ଲେଖିସାରିଲିଣି; ତନ୍ମଧ୍ୟରୁ ପ୍ରାୟ ୨୦ଟି କବିତା ବିଭିନ୍ନ ଖବରକାଗଜ ଓ ମାଗାଜିନ୍‌ରେ ପ୍ରକାଶିତ ହୋଇସାରିଲାଣି। ସେହିପରି ମୋ ଲିଖିତ ପ୍ରାୟ ୬୫ଟି ପ୍ରକାଶିତ ଗପକୁ ନେଇ ‘ରୁଟି’ ନାମକ ଏକ ଗଳ୍ପ ସଂକଳନ ମଧ୍ୟ ମୋର ପ୍ରକାଶ ପାଇସାରିଲାଣି। ଅନ୍ୟପକ୍ଷେ ମୋର ଏକ ଉପନ୍ୟାସ ପୁସ୍ତକ ‘ଶିଡ଼ି’ ବି ପ୍ରକାଶିତ ହୋଇସାରିଲାଣି। ତେବେ ମୋ ଲେଖାଗୁଡ଼ିକ ମୁଖ୍ୟତଃ ପ୍ରାକୃତିକ ସୌନ୍ଦର୍ଯ୍ୟ, ଜୀବନରେ ସଂଘର୍ଷ, ବାସ୍ତବତା ତଥା ପ୍ରେମ ଉପରେ ପର୍ଯ୍ୟବସିତ ହୋଇଥାଏ। କେବଳ ଗପ, କବିତା, ଉପନ୍ୟାସ ନୁହେଁ, ଭୂତତ୍ତ୍ୱ ବିଜ୍ଞାନ ସମ୍ବନ୍ଧୀୟ ମୋର ଅନେକ ଲେଖା ମଧ୍ୟ ବିଭିନ୍ନ ଜର୍ନାଲ୍‌ରେ ପ୍ରକାଶିତ ହୋଇ ମୋତେ ବହୁ ପାଠକୀୟ ପ୍ରଶଂସା ମିଳିସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri