Posted inଫୁରସତ

ପ୍ରଥମ ଦରମା ଟଙ୍କା ଘରେ ଦେଇଥିଲି:ଲଳିତେନ୍ଦୁ ମହାନ୍ତି

କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ସୌରୀ ଗାଁରେ ତାଙ୍କ ଜନ୍ମ। ବାପାଙ୍କର ଚାକିରି କ୍ଷେତ୍ରରେ ବାରମ୍ବାର ବଦଳି ଯୋଗୁ ତାଙ୍କ ପାଠପଢ଼ା ବିଭିନ୍ନ ସ୍ଥାନରେ ହୋଇଥିଲା। ତେବେ ଛତ୍ରପୁର ଅନସ୍ଲୋ ଇନ୍‌ଷ୍ଟିଚ୍ୟୁଶନରୁ ଏକାଦଶ ପାସ୍‌ କରି ସେ ଛତ୍ରପୁର ସାଇନ୍ସ କଲେଜରେ ପଢ଼ିଥିଲେ। ସେଠାରୁ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସ୍ପୋଟର୍‌ସ (ଏନ୍‌ଆଇଏସ୍‌)ରେ କ୍ରିକେଟ କୋଚିଂ ଉପରେ ବି ସେ ଏକ କୋର୍ସ କରିଥିଲେ। କାରଣ ପିଲାବେଳୁ କ୍ରିକେଟ ଖେଳ ପ୍ରତି ତାଙ୍କର ବେଶ୍‌ ଆଗ୍ରହ ଥିଲା। ଏପରି କି ବ୍ରହ୍ମପୁର ୟୁନିଭର୍ସିଟି ତଥା ରଣଜୀ ପାଇଁ ସେ ମନୋନୀତ ହେବା ସହ ଏନ୍‌ଆଇଏସ୍‌ରେ ତାଲିମ ନିମନ୍ତେ ରାଜ୍ୟ କ୍ରୀଡ଼ା ବିଭାଗ ଦ୍ୱାରା ତାଙ୍କ ନାମକୁ ସୁପାରିସ କରାଯାଇଥିଲା। ଏଥିସହିତ ତାଙ୍କ ପଢ଼ାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିଲେ। ଏହି କୋର୍ସ ସରିବା ପରେ ସେ ବିଦର୍ଭ କ୍ରିକେଟ ପ୍ଲେୟାର୍‌ ଆସୋସିଏଶନରେ କୋଚ୍‌ ଭାବେ ଜଏନ୍‌ କରିଥିଲେ। ଏହା ଥିଲା ୧୯୮୮ ମସିହାର କଥା। ଖାଇପିଇ ସେତେବେଳେ ତାଙ୍କୁ ୩ହଜାର ଟଙ୍କା ପାରିଶ୍ରମିକ ମିଳୁଥିଲା। ପ୍ରଥମ ଦରମା ଟଙ୍କା ସେ ତାଙ୍କ ଘରେ ଦେଇଥିଲେ। ପ୍ରାୟ ମାସେ ହେବ ଏହି ବିଦର୍ଭ ଆସୋସିଏଶନ୍‌ରେ କାମ କରିବା ପରେ ସେ ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ର କୋଚ୍‌ ଭାବେ ଯୋଗଦେଇ ୧୯୮୮ରୁ ୧୯୯୭ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ବର୍ଗର ଖେଳାଳିଙ୍କୁ କୋଚିଂ ଦେଉଥିଲେ। ଏହି ସମୟରେ ହିଁ ଓଡ଼ିଶା ଦଳଗତ ଭାବେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବା ସହିତ ଖେଳାଳିମାନେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିଥିଲେ। ଆଉ ତା’ରି ଭିତରେ ହିଁ ତାଙ୍କୁ ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ (ବିସିସିଆଇ)ରେ ନିଯୁକ୍ତି ମିଳିଗଲା; ଯଦ୍ଦ୍ବାରା ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା କେତେଜଣ ବିଶିଷ୍ଟ କୋଚ୍‌ ଯେମିତି କି ଦ୍ରୋଣାଚ୍ଚାର୍ଯ୍ୟ ଗୁରୁଚରଣ ସିଂ, ହନୁମନ୍ତ ସିଂ, ଟି.ଏସ୍‌. ନାଇଡୁ, କପିଲ ଦେବଙ୍କ କୋଚ୍‌ ଦ୍ରୋଣାଚ୍ଚାର୍ଯ୍ୟ ଡି.ପି.ଆଜାଦ୍‌ ଇତ୍ୟାଦିଙ୍କ ସଂସ୍ପର୍ଶରେ ଆସି ସେମାନଙ୍କଠାରୁ କୋଚିଂ କ୍ଷେତ୍ରରେ ଅନେକ କିଛି ଶିକ୍ଷା ଲାଭ କରିବାର ସାନିଧ୍ୟ ମିଳିଥିଲା। ବେଶ୍‌ କିଛିବର୍ଷ ବୋର୍ଡରେ କାମ କରିବା ପରେ ୧୯୯୨ରେ ସିଏ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗରେ ଜଏନ୍‌ କରିଥିଲେ। ଏଠାରେ କାମ କରିବା ସହ ବିଭିନ୍ନ ବର୍ଗର ଓଡ଼ିଶା ଦଳକୁ ସେ କୋଚିଂ ମଧ୍ୟ ଦେଉଥିଲେ। ଆଉ ଏହି ସମୟରେ ହିଁ ତାଙ୍କଠାରୁ ତାଲିମ ନେଇ ଏକାଧିକ ଖେଳାଳି ରାଜ୍ୟ ତଥା ଦେଶ ପାଇଁ ଅନେକ ସୁନାମ ଆଣିଥିଲେ, ଯାହା ତାଙ୍କ ପାଇଁ ଏକ ଗୌରବର ବିଷୟ ଥିଲା। ଏହାପରେ ୨୦୦୦ ମସିହାରେ ସେ ଗଜପତି ଜିଲାର ଜିଲା କ୍ରୀଡ଼ା ଅଧିକାରୀ ଭାବେ ଯୋଗଦେଇଥିଲେ। ପ୍ରାୟ ୧୦ ବର୍ଷ ସେଠାରେ ରହଣି ଭିତରେ ସେଠାକାର ୭ଟି ବ୍ଲକରେ ୧୨ଟି ଖେଳପଡିଆ, ପାରଳାଖେମୁଣ୍ଡିରେ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ କରିବା ସହ ଏକ ଇଣ୍ଡୋର୍‌ ହଲ୍‌ ପାଇଁ ଭିତ୍ତିଭୂମି ସ୍ଥାପନ କରାଇବାରେ ସହଯୋଗ କରିଥିଲେ। ତା’ସହିତ ତୃଣମୂଳ ସ୍ତରରେ ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତା ଆରମ୍ଭ କରି ପିଲାମାନଙ୍କୁ ଜିଲାସ୍ତରରେ ମନୋନୀତ କରିବା ଏବଂ ପରେ ସେମାନଙ୍କୁ ରାଜ୍ୟସ୍ତରକୁ ପଠାଇବା ଓ ବିଜୟୀ କରାଇବାରେ ତାଙ୍କର ଭୂମିକ ଥିଲା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କେବଳ ସେତିକି ନୁହେଁ, ସେ ସମୟରେ ଗଜପତି ଜିଲା ସଂସ୍କୃତି ଅଧିକାରୀ ଭାବେ ଦାୟିତ୍ୱ ନେଇ ସିଏ ଅନେକ ଉନ୍ନତିମୂଳକ କାର୍ଯ୍ୟ ବି ସେଠାରେ କରିଥିଲେ; ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପଞ୍ଚାୟତ ସ୍ତରରୁ ଉଚିତ କ୍ରୀଡ଼ାବିତ୍‌ ତଥା ପାରମ୍ପରିକ ସଂସ୍କୃତିକୁ ଲୋକଲୋଚନକୁ ଆଣିବା। ଆଉ ଏବେ ସେ ଖୋର୍ଦ୍ଧାରେ ଜିଲା କ୍ରୀଡ଼ା ଅଧିକାରୀ ଭାବେ କାର୍ଯ୍ୟରତ। ଏଥିସହିତ ସିଏ ୮ରୁ ୧୨ ବର୍ଷର ଇଚ୍ଛୁକ ପିଲାମାନଙ୍କୁ କ୍ରିକେଟ୍‌ ଉପରେ କୋଚିଂ ଦେବା ସହ ସେମାନଙ୍କୁ ଖେଳର ସବୁ ନିୟମ ବିଷୟରେ ବୁଝାଇବାକୁ ନିଜର ଚେଷ୍ଟା ମଧ୍ୟ ଜାରି ରଖିଛନ୍ତି। ତେବେ ତଳସ୍ତରରୁ କ୍ରିକେଟ୍‌ ଖେଳର ସମସ୍ତ କୌଶଳ ସମ୍ପର୍କରେ ସମସ୍ତେ କେମିତି ଜାଣିପାରିବେ ଏହା ହିଁ ହେଉଛି ତାଙ୍କର ଏକ ମାତ୍ର ଲକ୍ଷ୍ୟ।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ ମହିଳା: ଧୋକା ମିଳିବା ପରେ ପୁଣି ଫେରିଲେ ଶାଶୁଘରକୁ, ତା’ପରେ ଯାହା ଘଟିଲା…

ଇନ୍ଦୋର,୨୦।୧୨: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ପ୍ରଥମେ ତାଙ୍କ ସ୍ବାମୀଙ୍କୁ ପ୍ରତାରଣା କରିଥିଲେ ଏବଂ ପରେ ନିଜେ ପ୍ରତାରଣାର ଶିକାର ହୋଇଥିଲେ। ସେ ତାଙ୍କ ପ୍ରେମିକ...

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri