Posted inଫୁରସତ

ପ୍ରଥମ ଦରମା ଟଙ୍କା ଘରେ ଦେଇଥିଲି:ଲଳିତେନ୍ଦୁ ମହାନ୍ତି

କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ସୌରୀ ଗାଁରେ ତାଙ୍କ ଜନ୍ମ। ବାପାଙ୍କର ଚାକିରି କ୍ଷେତ୍ରରେ ବାରମ୍ବାର ବଦଳି ଯୋଗୁ ତାଙ୍କ ପାଠପଢ଼ା ବିଭିନ୍ନ ସ୍ଥାନରେ ହୋଇଥିଲା। ତେବେ ଛତ୍ରପୁର ଅନସ୍ଲୋ ଇନ୍‌ଷ୍ଟିଚ୍ୟୁଶନରୁ ଏକାଦଶ ପାସ୍‌ କରି ସେ ଛତ୍ରପୁର ସାଇନ୍ସ କଲେଜରେ ପଢ଼ିଥିଲେ। ସେଠାରୁ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସ୍ପୋଟର୍‌ସ (ଏନ୍‌ଆଇଏସ୍‌)ରେ କ୍ରିକେଟ କୋଚିଂ ଉପରେ ବି ସେ ଏକ କୋର୍ସ କରିଥିଲେ। କାରଣ ପିଲାବେଳୁ କ୍ରିକେଟ ଖେଳ ପ୍ରତି ତାଙ୍କର ବେଶ୍‌ ଆଗ୍ରହ ଥିଲା। ଏପରି କି ବ୍ରହ୍ମପୁର ୟୁନିଭର୍ସିଟି ତଥା ରଣଜୀ ପାଇଁ ସେ ମନୋନୀତ ହେବା ସହ ଏନ୍‌ଆଇଏସ୍‌ରେ ତାଲିମ ନିମନ୍ତେ ରାଜ୍ୟ କ୍ରୀଡ଼ା ବିଭାଗ ଦ୍ୱାରା ତାଙ୍କ ନାମକୁ ସୁପାରିସ କରାଯାଇଥିଲା। ଏଥିସହିତ ତାଙ୍କ ପଢ଼ାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିଲେ। ଏହି କୋର୍ସ ସରିବା ପରେ ସେ ବିଦର୍ଭ କ୍ରିକେଟ ପ୍ଲେୟାର୍‌ ଆସୋସିଏଶନରେ କୋଚ୍‌ ଭାବେ ଜଏନ୍‌ କରିଥିଲେ। ଏହା ଥିଲା ୧୯୮୮ ମସିହାର କଥା। ଖାଇପିଇ ସେତେବେଳେ ତାଙ୍କୁ ୩ହଜାର ଟଙ୍କା ପାରିଶ୍ରମିକ ମିଳୁଥିଲା। ପ୍ରଥମ ଦରମା ଟଙ୍କା ସେ ତାଙ୍କ ଘରେ ଦେଇଥିଲେ। ପ୍ରାୟ ମାସେ ହେବ ଏହି ବିଦର୍ଭ ଆସୋସିଏଶନ୍‌ରେ କାମ କରିବା ପରେ ସେ ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ର କୋଚ୍‌ ଭାବେ ଯୋଗଦେଇ ୧୯୮୮ରୁ ୧୯୯୭ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ବର୍ଗର ଖେଳାଳିଙ୍କୁ କୋଚିଂ ଦେଉଥିଲେ। ଏହି ସମୟରେ ହିଁ ଓଡ଼ିଶା ଦଳଗତ ଭାବେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବା ସହିତ ଖେଳାଳିମାନେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିଥିଲେ। ଆଉ ତା’ରି ଭିତରେ ହିଁ ତାଙ୍କୁ ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ (ବିସିସିଆଇ)ରେ ନିଯୁକ୍ତି ମିଳିଗଲା; ଯଦ୍ଦ୍ବାରା ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା କେତେଜଣ ବିଶିଷ୍ଟ କୋଚ୍‌ ଯେମିତି କି ଦ୍ରୋଣାଚ୍ଚାର୍ଯ୍ୟ ଗୁରୁଚରଣ ସିଂ, ହନୁମନ୍ତ ସିଂ, ଟି.ଏସ୍‌. ନାଇଡୁ, କପିଲ ଦେବଙ୍କ କୋଚ୍‌ ଦ୍ରୋଣାଚ୍ଚାର୍ଯ୍ୟ ଡି.ପି.ଆଜାଦ୍‌ ଇତ୍ୟାଦିଙ୍କ ସଂସ୍ପର୍ଶରେ ଆସି ସେମାନଙ୍କଠାରୁ କୋଚିଂ କ୍ଷେତ୍ରରେ ଅନେକ କିଛି ଶିକ୍ଷା ଲାଭ କରିବାର ସାନିଧ୍ୟ ମିଳିଥିଲା। ବେଶ୍‌ କିଛିବର୍ଷ ବୋର୍ଡରେ କାମ କରିବା ପରେ ୧୯୯୨ରେ ସିଏ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗରେ ଜଏନ୍‌ କରିଥିଲେ। ଏଠାରେ କାମ କରିବା ସହ ବିଭିନ୍ନ ବର୍ଗର ଓଡ଼ିଶା ଦଳକୁ ସେ କୋଚିଂ ମଧ୍ୟ ଦେଉଥିଲେ। ଆଉ ଏହି ସମୟରେ ହିଁ ତାଙ୍କଠାରୁ ତାଲିମ ନେଇ ଏକାଧିକ ଖେଳାଳି ରାଜ୍ୟ ତଥା ଦେଶ ପାଇଁ ଅନେକ ସୁନାମ ଆଣିଥିଲେ, ଯାହା ତାଙ୍କ ପାଇଁ ଏକ ଗୌରବର ବିଷୟ ଥିଲା। ଏହାପରେ ୨୦୦୦ ମସିହାରେ ସେ ଗଜପତି ଜିଲାର ଜିଲା କ୍ରୀଡ଼ା ଅଧିକାରୀ ଭାବେ ଯୋଗଦେଇଥିଲେ। ପ୍ରାୟ ୧୦ ବର୍ଷ ସେଠାରେ ରହଣି ଭିତରେ ସେଠାକାର ୭ଟି ବ୍ଲକରେ ୧୨ଟି ଖେଳପଡିଆ, ପାରଳାଖେମୁଣ୍ଡିରେ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ କରିବା ସହ ଏକ ଇଣ୍ଡୋର୍‌ ହଲ୍‌ ପାଇଁ ଭିତ୍ତିଭୂମି ସ୍ଥାପନ କରାଇବାରେ ସହଯୋଗ କରିଥିଲେ। ତା’ସହିତ ତୃଣମୂଳ ସ୍ତରରେ ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତା ଆରମ୍ଭ କରି ପିଲାମାନଙ୍କୁ ଜିଲାସ୍ତରରେ ମନୋନୀତ କରିବା ଏବଂ ପରେ ସେମାନଙ୍କୁ ରାଜ୍ୟସ୍ତରକୁ ପଠାଇବା ଓ ବିଜୟୀ କରାଇବାରେ ତାଙ୍କର ଭୂମିକ ଥିଲା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କେବଳ ସେତିକି ନୁହେଁ, ସେ ସମୟରେ ଗଜପତି ଜିଲା ସଂସ୍କୃତି ଅଧିକାରୀ ଭାବେ ଦାୟିତ୍ୱ ନେଇ ସିଏ ଅନେକ ଉନ୍ନତିମୂଳକ କାର୍ଯ୍ୟ ବି ସେଠାରେ କରିଥିଲେ; ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପଞ୍ଚାୟତ ସ୍ତରରୁ ଉଚିତ କ୍ରୀଡ଼ାବିତ୍‌ ତଥା ପାରମ୍ପରିକ ସଂସ୍କୃତିକୁ ଲୋକଲୋଚନକୁ ଆଣିବା। ଆଉ ଏବେ ସେ ଖୋର୍ଦ୍ଧାରେ ଜିଲା କ୍ରୀଡ଼ା ଅଧିକାରୀ ଭାବେ କାର୍ଯ୍ୟରତ। ଏଥିସହିତ ସିଏ ୮ରୁ ୧୨ ବର୍ଷର ଇଚ୍ଛୁକ ପିଲାମାନଙ୍କୁ କ୍ରିକେଟ୍‌ ଉପରେ କୋଚିଂ ଦେବା ସହ ସେମାନଙ୍କୁ ଖେଳର ସବୁ ନିୟମ ବିଷୟରେ ବୁଝାଇବାକୁ ନିଜର ଚେଷ୍ଟା ମଧ୍ୟ ଜାରି ରଖିଛନ୍ତି। ତେବେ ତଳସ୍ତରରୁ କ୍ରିକେଟ୍‌ ଖେଳର ସମସ୍ତ କୌଶଳ ସମ୍ପର୍କରେ ସମସ୍ତେ କେମିତି ଜାଣିପାରିବେ ଏହା ହିଁ ହେଉଛି ତାଙ୍କର ଏକ ମାତ୍ର ଲକ୍ଷ୍ୟ।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri