Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ଠାକୁରଙ୍କ ପାଖେ କ୍ଷୀରସାଗର ଭୋଗ କରିଥିଲି: ଅମିୟବାଳା ପରିଡ଼ା

ବାପା ଯେହେତୁ ସେକ୍ରେଟାରିଏଟ୍‌ରେ ଚାକିରି କରୁଥିଲେ, ତେଣୁ ମୋ ଜନ୍ମ ଆଉ ପାଠପଢ଼ା ସବୁକିଛି ଭୁବନେଶ୍ୱରରେ ହୋଇଥିଲା। ୟୁନିଟ୍‌-୯ ବାଳିକା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ବାପାଙ୍କର ନୟାଗଡ଼ ବଦଳି ହେବାରୁ ସେଠାରେ ଯୁକ୍ତ ୨ ପଢ଼ିଥିଲି। ତା’ପରେ ପୁରୀ ଏସ୍‌.ସି.ଏସ୍‌. କଲେଜରୁ ଏଜୁକେଶନ୍‌ ଅନର୍ସ ରଖି ଯୁକ୍ତ ୩ରେ ଟପ୍ପର ହେବା ପରେ ରେଭେନ୍‌ଶାରେ ପି.ଜି. କଲି। ସ୍ବପ୍ନ ଥିଲା ଅଧ୍ୟାପିକା ହେବାର। ସେଥିପାଇଁ ନିଜସ୍ବ ଚେଷ୍ଟାରେ ବିଭିନ୍ନ ବେସରକାରୀ କଲେଜରେ ଅଧ୍ୟାପନା କଲି, ସେ ପୁଣି ବିନା ପାରିଶ୍ରମିକରେ। ତେବେ ବିଧିବଦ୍ଧ ଭାବେ ୧୯୯୨ରେ ମୋର ପୋଷ୍ଟିଂ କାକଟପୁର ମହିଳା ମହାବିଦ୍ୟାଳୟରେ ହେଲା। ସେତେବେଳେ ଏହି କଲେଜଟି ମ୍ୟାନେଜ୍‌ମେଣ୍ଟ ଦ୍ୱାରା ପରିଚାଳିତ ହେଉଥିଲା। ୭୦୦ ଟଙ୍କା ଦରମା ପାଉଛି ବୋଲି କେବଳ ଖାତାରେ ସାଇନ୍‌ କରୁଥିଲି ହେଲେ ମୋ ହାତକୁ କିଛି ଆସୁ ନ ଥିଲା। କାରଣ ମୁଁ କଲେଜ ହଷ୍ଟେଲ୍‌ରେ ରହୁଥିଲି। ମୋର ରହିବା, ଖାଇବା ତଥା ଅନ୍ୟାନ୍ୟ ଖର୍ଚ୍ଚ ବାବଦ କଲେଜ ମୋ ଦରମା ଟଙ୍କାକୁ ସିଆଡୁ କାଟି ନେଉଥିଲା। ତା’ଛଡ଼ା ମୋ ହାତଖର୍ଚ୍ଚ ପାଇଁ ବାପା ଟଙ୍କା ପଠାଉଥିବାରୁ ଦରମା ପ୍ରତି ମୋର ସେତେ ଉତ୍କଣ୍ଠା ବି ନ ଥିଲା। ୨୦୦୦ ମସିହାରେ ମୋ ବାହାଘର ହେଲା। ଶାଶୁଘର ଯାଜପୁର ହୋଇଥିବାରୁ ଚାକିରି କରିବି ନା ଛାଡ଼ିବି ଦ୍ୱନ୍ଦ୍ୱରେ ଥାଏ। ହେଲେ ମୋ ସ୍ବାମୀଙ୍କ ପ୍ରେରଣା ଓ ସହଯୋଗ ଯୋଗୁ ପୁଣି ଚାକିରି କଲି। ଏମିତିରେ ୨୦୦୯ରେ ଗୋଟେ ଖୁସି ଖବର ଆସିଲା। ଆମ କଲେଜ ସରକାରୀ ଅନୁଦାନ ପରିସରଭୁକ୍ତ ହେଲା। ମନେମନେ ଅନେକ ସ୍ବପ୍ନ ଦେଖିଥିଲି, ଯେତେବେଳେ ମତେ ମୋର ଦରମା ମିଳିବ ମୁଁ ପ୍ରଥମେ ଆଣି ମୋ ସ୍ବାମୀଙ୍କ ହାତରେ ଦେବି। କାରଣ ମୋର ସଫଳତା ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ ଆଉ ଜିଦ୍‌ ଥିଲା। ହେଲେ ମୋର ସେ ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା। କାରଣ ମୋ ହାତରେ ମୋ ପ୍ରଥମ ଦରମାକୁ ଦେଖି ସେ କିଛି ଅନୁଭବ କରିପାରୁ ନ ଥିଲେ କି କିଛି କହିପାରୁ ନ ଥିଲେ। ଦୁର୍ଭାଗ୍ୟବଶତଃ ମସ୍ତିଷ୍କ ଆଘାତଜନିତ ଦୁର୍ଘଟଣା ଯୋଗୁ ସେ ନିଜର ମାନସିକ ଭାରସାମ୍ୟ ହରାଇ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇଯାଇଥିଲେ। ତେଣୁ ଖୁସି ହେବି କି ଦୁଃଖ କରିବି ଜାଣିପାରୁ ନ ଥିଲି। କିଛି ଶୂନ୍ୟତା ଆଉ କିଛି ପୂର୍ଣ୍ଣତା ଏଇ ଭିତରେ ସମସ୍ତଙ୍କ ଅଲକ୍ଷରେ ମୋ ଆଖିରୁ ଖାଲି ଲୁହ ବୋହୁଥିଲା। ତଥାପି ମୋ ପରିବାରର ଏପରି ଦୁର୍ଦ୍ଦିନ ସମୟରେ ମୋର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଥିବାରୁ ଭଗବାନଙ୍କୁ ଧନ୍ୟବାଦ ଦେଉଥିଲି। ଉଭୟ ମୋ ପୁଅ ଓ ତା’ ବାବା ଖୁବ୍‌ ଭଲ ପାଉଥିଲେ କ୍ଷୀରସାଗର ଖାଇବାକୁ। ତେଣୁ ପ୍ରଥମ ଦରମାରେ ଘରକୁ କ୍ଷୀରସାଗର କିଣିକି ଆଣିଥିଲି। ଠାକୁରଙ୍କୁ ଭୋଗ ଦେଇ ନିଜ ହାତରେ ତାଙ୍କୁ ଖୁଆଇ ଦେଇଥିଲି। କିଛି କହିପାରୁ ନ ଥିଲେ ବି ସେ ବହୁତ ଖୁସି ଜଣାପଡୁଥିଲେ। ତା’ପରଠୁ ମୋର ପ୍ରତ୍ୟେକ ମାସର ଦରମା ତାଙ୍କର ଚିକିତ୍ସାରେ, ପୁଅର ପାଠପଢ଼ା ତଥା ସମାଜ ସେବାରେ ହିଁ ଖର୍ଚ୍ଚ ହୋଇଯାଉଥିଲା। ଏସବୁ ପରେ ବି ଭଗବାନଙ୍କର ନିର୍ଦ୍ଦେଶ ଥିଲା କିଛି ଅଲଗା। ଗୋଟିଏ ବର୍ଷ ଭିତରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇ ମୋର ଏକମାତ୍ର ପୁଅ ଗିରିଜା ଶଙ୍କର ଓ ତାକୁ ଝୁରି ଝୁରି ଶଯ୍ୟାଶାୟୀ ତା’ ବାବା ଚଣ୍ଡୀପ୍ରସାଦ ଚାଲିଗଲେ ଆରପାରିକୁ। ଆଉ ଛାଡ଼ିଦେଇ ଗଲେ ମୋତେ ସାରା ଦୁନିଆର ଅସହାୟ ସନ୍ତାନମାନଙ୍କର ମାଆ କରି। ସେଥିପାଇଁ ନିଜକୁ ପୁଣି ଦୃଢ଼ କଲି। ଆଉ ସେମାନଙ୍କ ସ୍ବପ୍ନକୁ ପୂରଣ କରିବାକୁ ‘ଚଣ୍ଡୀପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ’ ଓ ‘ମାଷ୍ଟର ଗିରିଜା ମେମୋରିଆଲ୍‌ ରୋଡ଼ସେଫ୍ଟି ଫାଉଣ୍ଡେଶନ୍‌ ଟ୍ରଷ୍ଟ’ ଗଢି ଗୋଟିଏ ସନ୍ତାନ ବଦଳରେ ଅନେକ ସନ୍ତାନଙ୍କ ମୁହଁରେ ହସ ଖେଳାଇବା ପାଇଁ ମୋର ଚେଷ୍ଟା ଜାରି ରଖିଛି ଏବଂ ମୋର ସମ୍ପୂର୍ଣ୍ଣ ରୋଜଗାର ସେମାନଙ୍କ ପାଇଁ ହିଁ ସମର୍ପିତ କରିଦେଉଛି। ମୋର ଜନ୍ମ ଆଉ ମୋର କର୍ମ ସବୁକିଛି ସମାଜ ପାଇଁ ଉଦ୍ଦିଷ୍ଟ, ବୋଧହୁଏ ଭଗବାନଙ୍କର ଏହା ହିଁ ନିର୍ଦ୍ଦେଶ।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri