ଆଗ ଥଇଥାନ, ପରେ ଉଚ୍ଛେଦ: ଜବରଦଖଲ ଉଚ୍ଛେଦକୁ ନେଇ ବଢିଲା ଅସନ୍ତୋଷ

ବରଗଡ଼,୨୧।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅଧୀନ ବିଭିନ୍ନ ୱାର୍ଡରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଏହି ଉଚ୍ଛେଦ ପ୍ରକ୍ରିୟାରେ ବଡ଼ବଡ଼ିଆଙ୍କଠାରୁ ଅଧୀକ ଗରିବ ଶ୍ରେଣୀର ଲୋକେ ପ୍ରଭାବିତ ହେଉଛନ୍ତି। ଉଚ୍ଛେଦ ପରେ ଜୀବିକା ଉଜୁଡ଼ି ଯାଉଥିବାବେଳେ ପରିବାର ପୋଷଣ ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇ ପଡୁଛି। ଏହାକୁ ନେଇ ଅସନ୍ତୋଷ ଲାଗି ରହିଛି। ତେବେ ଉଚ୍ଛେଦ ନେଇ ସ୍ଥାନୀୟ ୱାର୍ଡ ନଂ.୧୪ ଏବଂ ୱାର୍ଡ଼ ନଂ.୧୫ ଅଧୀନ ବଡ଼ କେନାଲ ପାର୍ଶ୍ୱ ରବିଦାସ ପଡ଼ା(ଚମାରପଡ଼ା) ବାସିନ୍ଦା ସୂଚନା ପାଇବା ପରେ ସେମାନଙ୍କ ଚିନ୍ତା ବଢ଼ିଯାଇଛି। ଶୁକ୍ରବାର ପଡ଼ାବାସୀ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଥିଲେ ଏବଂ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଉଚ୍ଛେଦ ପୂର୍ବରୁ ସେମାନଙ୍କୁ ଥଇଥାନ କରିବା ପାଇଁ ପଡ଼ାବାସୀ ଜିଲାପାଳଙ୍କୁ ନିବେଦନ କରିଛନ୍ତି।
ସ୍ମାରକପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି, ଦୀର୍ଘ ୩୦ରୁ ୪୦ବର୍ଷ ପୂର୍ବେ ସେମାନେ ବଡ଼ କେନାଲ ପାର୍ଶ୍ୱରେ ଅସ୍ଥାୟୀ ଘର ନିର୍ମାଣ କରିଛନ୍ତି। ସେମାନେ ସମସ୍ତେ ଶ୍ରମଜୀବି ଶ୍ରେଣୀର ଅଟନ୍ତି। କିଏ କୁଲି କାମ ତ ଆଉ କେହି ଫୁଟପାଥ୍‌ରେ ଜୀବିକା ନିର୍ବାହ କରି ପରିବାର ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। ସେଥିରୁ ରୋଜଗାର ଟଙ୍କାରେ ସେମାନଙ୍କ ପେଟପାଟଣା ଚାଲିଥିବା ବେଳେ ଝିଅପୁଅଙ୍କ ପାଠପଢ଼ା ସହିତ ଭବିଷ୍ୟତ ଗଢ଼ି ଉଠୁଛି। ତେବେ କିଛିଦିନ ତଳେ ପୌର ପରିଷଦ କର୍ମଚାରୀମାନେ ସେମାନଙ୍କ ଘର କାନ୍ଥରେ ଲାଲଛକି ଚିହ୍ନ ଦେଇଛନ୍ତି ଏବଂ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟତ୍ର ସେମାନଙ୍କ ଆଉ କୌଣସି ଜାଗା ନଥିବାରୁ ଉଚ୍ଛେଦ ହେଲେ ସେମାନେ ନିଜ ଝିଅପୁଅଙ୍କ ସହିତ କେଉଁଠି ରହିବେ ଏବଂ ପିଲାଛୁଆଙ୍କ ଭବିଷ୍ୟତ ଗଢ଼ିବେ ବୋଲି ପଡ଼ାବାସୀ ପ୍ରଶ୍ନ କରିଛନ୍ତି।
ଏଭଳି ସ୍ଥିତିରେ ପ୍ରଥମେ ସେମାନଙ୍କ ସ୍ଥାୟୀ ଥଇଥାନ ବ୍ୟବସ୍ଥା କରାଯାଉ, ନଚେତ୍‌ ସେଠାରୁ ସେମାନଙ୍କୁ ହଟା ନଯାଉ ବୋଲି ପଡ଼ାବାସୀ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ପଡ଼ାର ପ୍ରମିଳା ଦାସ, ବିକ୍ରମ ଦାସ, ପ୍ରିୟା ବାଗ, ଭୂମି ବନଛୋର, ରୋଜି ଭୁଏଙ୍କ ସମେତ ଅନେକ ମହିଳା, ପୁରୁଷ ସ୍ମାରକପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ପ୍ରକାଶଥାଉକି, କେବଳ ଏହି ପଡ଼ାବାସୀ ନୁହଁନ୍ତି, ଏହା ପୂର୍ବରୁ ସହରର ବିଭିନ୍ନ ୱାର୍ଡ଼ରେ ଉଚ୍ଛେଦ ପ୍ରକ୍ରିୟା ସରିଛି। ସହରର ବିକାଶ, ସୌନ୍ଦର୍ଯ୍ୟକରଣ ତଥା ରାସ୍ତା ପ୍ରଶସ୍ତୀକରଣ ଓ ଡ୍ରେନ୍‌ ନିର୍ମାଣ ପାଇଁ ଉଚ୍ଛେଦ ଚାଲିଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ଉଚ୍ଛେଦ ପରେ ରାସ୍ତା ପ୍ରଶସ୍ତୀକରଣ ହେଉଛି, ଡ୍ରେନ୍‌ ନିର୍ମାଣ ମଧ୍ୟ ଚାଲିଛି। ମାତ୍ର ଉଚ୍ଛେଦ ପ୍ରକ୍ରିୟାରେ ପ୍ରଭାବିତ ଲୋକଙ୍କୁ ଥଇଥାନ କରାଯାଇ ପାରି ନଥିବାରୁ ସେମାନଙ୍କ କ୍ଷେତ୍ରରେ ପରିବାର ପୋଷଣ କଷ୍ଟସାଧ୍ୟ ହୋଇ ପଡୁଛି ଏବଂ ଏହାକୁ ନେଇ ଅସନ୍ତୋଷ ଲାଗି ରହିଛି। ଅନ୍ୟପଟେ ଉଚ୍ଛେଦରେ ପ୍ରଭାବିତ ସମସ୍ତ ପରିବାରକୁ ୬ମାସ ମଧ୍ୟରେ ଥଇଥାନ କରାଯିବ ବୋଲି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri